ଚିନ୍ତା ହେଉଛି, ତଦାରଖ ନାହିଁ: ପଲିଥିନମୁକ୍ତ ହୋଇପାରିନି ଆନନ୍ଦବଜାର

ପୁରୀ ଅଫିସ, ୨୮।୭: ପ୍ଲାଷ୍ଟିକ ଓ ପଲିଥିନର ବହୁଳ ବ୍ୟବହାର ମଣିଷ ପାଇଁ ମାରାତ୍ମକ ସାବ୍ୟସ୍ତ ହେଲାଣି। ପରିବେଶ ଲାଗି ମଧ୍ୟ ଏହା ଘାତକ ପାଲଟିଛି। ଏଗୁଡ଼ିକର ବହୁଳ ବ୍ୟବହାର ଫଳରେ ମାଟିର ଉର୍ବରତା ହ୍ରାସ, ଗୃହପାଳିତ ପ୍ରାଣୀଙ୍କ ପ୍ରତି ବିପଦ, ବାୟୁ ଓ ଜଳ ପ୍ରଦୂଷଣ ବୃଦ୍ଧି ପାଉଛି। ତେଣୁ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ସରକାର। ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ସମେତ ପର୍ଯ୍ୟଟନ ସହର ପୁରୀରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି। ଗତବର୍ଷ ଗାନ୍ଧୀ ଜୟନ୍ତୀଠାରୁ ଏହି କଟକଣା ଲାଗୁ ହୋଇଛି। ତେବେ ପୁରୀରେ ଏହା ଏକପ୍ରକାର ପ୍ରହସନ ପାଲଟିଛି। ଶ୍ରୀମନ୍ଦିର ଆନନ୍ଦବଜାରରେ ବି ଏହି କଟକଣାକୁ ଉଲ୍ଲଂଘନ କରାଯାଉଛି। ଏ ପର୍ଯ୍ୟନ୍ତ ପଲିଥିନମୁକ୍ତ ହୋଇପାରିନି ଆନନ୍ଦ ବଜାର। ପ୍ରଶାସନିକ ଅଧିକାରୀମାନେ ପ୍ଲାଷ୍ଟିକ, ପଲିଥିନ ହଟାଇବାକୁ ଚିନ୍ତା କରି ବାରମ୍ବାର ବୈଠକ କରୁଛନ୍ତି। ହେଲେ ଉପଯୁକ୍ତ ତଦାରଖ ଅଭାବରୁ ପଲିଥିନ ବ୍ୟବହାର ଉପରେ ଏ ପର୍ଯ୍ୟନ୍ତ ରୋକ୍‌ ଲାଗିପାରିନାହିଁ। ରାଜ୍ୟ ସରକାରଙ୍କ କଟକଣା ପରେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଧରପଗଡ଼ ଜୋରଦାର ହେଲା। ମାତ୍ର ଏବେ ଯଥା ପୂର୍ବ ତଥା ପରଂ। ବିଭିନ୍ନ ଦୋକାନ, ହୋଟେଲ, ବିବାହ ବ୍ରତ, ମେଳା ମହୋତ୍ସବ ସବୁଠି ପଲିଥିନ ଓ ପାଣିବୋତଲ ବ୍ୟବହାର ହେଉଛି। ସେହିପରି ଆନନ୍ଦବଜାରରେ ପଲିଥିନ ବ୍ୟବହାର କରାଯିବନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏ ସଂକ୍ରାନ୍ତରେ ସୁଆର ମହାସୁଆର ସେବକ ମାନଙ୍କୁ ସଚେତନ କରାଯାଇଥିଲା। ପୂର୍ବରୁ ପଲିଥିନ ତଳେ ବସି ମହାପ୍ରସାଦ ବିକ୍ରି କରାଯାଉଥିଲା। ଆନନ୍ଦବଜାରକୁ ପଲିଥିନମୁକ୍ତ କରିବା ଲାଗି ପ୍ରଶାସନ ପକ୍ଷରୁ ଶେଡ୍‌ ତିଆରି କରାଗଲା। ଏହି ଶେଡ୍‌ ତଳେ ବସି ସୁଆର ସେବକମାନେ ମହାପ୍ରସାଦ ବିକ୍ରି କରୁଛନ୍ତି। କିନ୍ତୁ ଆନନ୍ଦବଜାରରେ ଥିବା ଶୁଖିଲା ଭୋଗ ଦୋକାନରେ ଏବେ ବି ପଲିଥିନର ବହୁଳ ବ୍ୟବହାର କରାଯାଉଛି। ଭକ୍ତମାନଙ୍କୁ ପଲିଥିନରେ ଭୋଗ ଦିଆଯାଉଛି।
ପ୍ରଶାସନିକ ଅଧିକାରୀମାନେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ପରାମର୍ଶ ଦେଉଛନ୍ତି। ମାତ୍ର ଏହା କିପରି ସମ୍ପୂର୍ଣ୍ଣ ବନ୍ଦ ହେବ ସେ ନେଇ ତଦାରଖ କରୁନାହାନ୍ତି। କୌଣସି ସରକାରୀ କାର୍ଯ୍ୟାଳୟରେ ପ୍ଲାଷ୍ଟିକ ବ୍ୟବହାର ହୋଇପାରିବ ନାହିଁ ବୋଲି ଜିଲାପାଳ ବଲୱନ୍ତ ସିଂ ନିର୍ଦ୍ଦେଶ ଜାରି କରିଛନ୍ତି। ଏପରି କି ସରକାରୀ ବୈଠକରେ ପ୍ଲାଷ୍ଟିକ ବୋତଲ, ଗ୍ଲାସ, କପ୍‌ ଓ ଥର୍ମୋକୁଲ ପରିବର୍ତ୍ତେ କାଗଜ ତିଆରି ଗ୍ଲାସ, କାଚ କିମ୍ବା ଷ୍ଟିଲ ଗ୍ଲାସ ବ୍ୟବହାର ପାଇଁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସ୍ବାଗତଯୋଗ୍ୟ। କିନ୍ତୁ ଖୋଦ୍‌ ଜିଲାପାଳ ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ଥାଇ ମଧ୍ୟ ଆନନ୍ଦ ବଜାରକୁ ପଲିଥିନମୁକ୍ତ କରି ନ ପାରିବା ପ୍ରଶାସନର ଆନ୍ତରିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥଳକୁ ପଲିଥିନମୁକ୍ତ କରି ଏହି ବାର୍ତ୍ତା ଅନ୍ୟମାନଙ୍କୁ ଦେବା ଦରକାର ବୋଲି ନୟାଗଡ଼ ଗଣିଆର ସୁବୋଧ ମହାପାତ୍ର କହିଛନ୍ତି। କେବଳ ସଭା ସମିତିରେ କହିଦେଲେ ହେବ ନାହିଁ, ବାରମ୍ବାର ଏହାର ତଦାରଖ କରାଗଲେ ପୁରୀ ସହର ସର୍ବୋପରି ଆନନ୍ଦବଜାରକୁ ପଲିଥିନମୁକ୍ତ କରାଯାଇପାରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri