ଚିନ୍ତା ବଢ଼ାଉଛି ‘ଡି’

ଈପ୍ସିତା ମହାନ୍ତି
ସୁସ୍ଥ ରହିବାକୁ କିଏ ବା ନ ଚାହେଁ। ସୁସ୍ଥ ଶରୀର ପାଇଁ ଭିଟାମିନ ବା ଜୀବସାରର ଆବଶ୍ୟକତାକୁ ମଧ୍ୟ ସଭିଏ ଜାଣନ୍ତି। ଏହା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ହେଲେ ବର୍ତ୍ତମାନ ଭାରତୀୟଙ୍କ ଶରୀରରେ ଗୋଟିଏ ଭିଟାମିନର ଘୋର ଅଭାବ ଦେଖାଦେଉଛି। ତାହା ହେଉଛି ‘ଭିଟାମିନ ଡି’। ଆବଶ୍ୟକ ପରିମାଣର ସୂର୍ଯ୍ୟକିରଣ ନ ପାଇବା କାରଣରୁ ଭାରତୀୟଙ୍କ ଶରୀରରେ ‘ଭିଟାମିନ ଡି’ର ଅଭାବ ଦେଖାଯାଉଥିବା ଆକଳନ କରାଯାଇଛି। ସାରା ଭାରତର ଜନବସତି ଅଞ୍ଚଳର ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇଛି। ଏହି କାରଣରୁ ମହାକାଶରୁ ସୂର୍ଯ୍ୟଙ୍କ କିରଣ ବଦଳରେ ଧୂଆଁ, ଧୂଳିକଣା, ହାନିକାରକ ଭାସମାନ ସୂକ୍ଷ୍ମ କଣିକା ଅନବରତ ବୃଷ୍ଟି ହେଉଛି। ତେଣୁ ୮୦ରୁ ୯୦ ପ୍ରତିଶତ ଭାରତୀୟ ଏପରି ଏକ ରୋଗର ବଳୟ ମଧ୍ୟକୁ ପଶିଯାଇଛନ୍ତି, ଯାହା ବିଷୟରେ ଆଗରୁ କେହି ବି ଚିନ୍ତା କରି ନ ଥିଲେ।
ମୁମ୍ବାଇଠାରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି, ସହରାଞ୍ଚଳର ୯୦ ପ୍ରତିଶତ ଏବଂ ଗ୍ରାମାଞ୍ଚଳର ୭୦ ପ୍ରତିଶତ ଲୋକଙ୍କଠାରେ ‘ଭିଟାମିନ ଡି’ର ଅଭାବ ରହିଛି। ଯଦି ଖରାରେ କାମ କରୁଥିବା ଲୋକଙ୍କୁ ବାଦ୍‌ ଦେବା ତେବେ ସମଗ୍ର ଭାରତ ଆଜି ‘ଭିଟାମିନ ଡି’ ପାଇଁ ବ୍ୟାକୁଳିତ। ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ପ୍ରାଧିକରଣ ସଂସ୍ଥା (ଏଫ୍‌ଏସ୍‌ଏସ୍‌ଏଆଇ) ଭାରତର ଶିଶୁ, କିଶୋର ଏବଂ ଯୁବକଙ୍କଠାରେ ‘ଭିଟାମିନ ଡି’ର ଅଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ଦର୍ଶାଇଛି। ପୁଣି ଦିଲ୍ଲୀର ୯୮ ପ୍ରତିଶତ ବିଦ୍ୟାଳୟର ପିଲାଙ୍କ ଅସ୍ଥିରେ ଦୁର୍ବଳତା ରହିଥିବା ଏକ ଡାକ୍ତରୀ ତଥ୍ୟରୁ ଜଣାପଡିଛି। ଏହି ପିଲାଙ୍କଠାରେ କ୍ୟାଲ୍‌ସିୟମ୍‌ର ପରିମାଣ ଯଥେଷ୍ଟ କମ୍‌ ରହିଥିବା କୁହାଯାଇଛି। ଏପରି ତଥ୍ୟ ପ୍ରଘଟ ହେବା ପରେ ଦିଲ୍ଲୀର ବିଦ୍ୟାଳୟମାନଙ୍କରେ ପ୍ରୋଜେକ୍ଟ ଧୂପ ନାମକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ତଦନୁଯାୟୀ ପ୍ରତିଦିନ ପିଲାଙ୍କ ପ୍ରାର୍ଥନାର ସମୟ ନିର୍ଘଣ୍ଟକୁ ଦିନ ୧୧ଟାରୁ ୧ଟା ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମୟରେ ପିଲାମାନେ ଯେପରି ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ଠିଆହୋଇ ପ୍ରାର୍ଥନାରେ ଅଂଶଗ୍ରହଣ କରନ୍ତି; ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା। ଏହାଦ୍ବାରା ପିଲାଙ୍କ ଶରୀରରେ ‘ଭିଟାମିନ-ଡି’ର ଯେତେ ଅଭାବ ରହିଛି, ତାକୁ ଅନେକାଂଶରେ ଦୂର କରାଯାଇପାରିବ ବୋଲି କୁହାଗଲା।
‘ଭିଟାମିନ- ଡି’ ହେଉଛି ଏକ ହରମୋନ। ଏହା ଶରୀରରେ କ୍ୟାଲ୍‌ସିୟମ୍‌କୁ ହଜମ କରିବାରେ ସହାୟକ ହୋଇଥାଏ। ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ଯେତେବେଳେ ଆମ ଶରୀର ଉପରେ ପଡ଼ିଥାଏ, ସେତେବେଳେ ଶରୀରରେ ଥିବା କୋଲେଷ୍ଟରଲ ଶରୀର ମଧ୍ୟରେ ‘ଭିଟାମିନ ଡି’ ତିଆରି କରିଥାଏ। ସୂର୍ଯ୍ୟଙ୍କ କିରଣରୁ ହିଁ ଶରୀର ପାଇଁ ଆବଶ୍ୟକ ‘ଭିଟାମିନ ଡି’ ଆମେ ପର୍ଯ୍ୟାପ୍ତ ପରିମାଣରେ ପାଇଥାଉ। ମନୁଷ୍ୟ ଶରୀରକୁ ୯୦ ପ୍ରତିଶତ ‘ଭିଟାମିନ ଡି’ କେବଳ ସୂର୍ଯ୍ୟ କିରଣରୁ ମିଳିଥାଏ।
‘ଭିଟାମିନ ଡି’କୁ ଚମତ୍କାରୀ ବୋଲି ଅନେକେ ମତ ଦିଅନ୍ତି। କାରଣ ଏହା ଆମକୁ ଅନେକ ରୋଗରୁ ସୁରକ୍ଷା ଦେଇଥାଏ। ଦିଲ୍ଲୀ ସମେତ ଭାରତର ବାୟୁମଣ୍ଡଳ ଦିନକୁଦିନ ପ୍ରଦୂଷିତ ହେବାରେ ଲାଗିଛି। ଯଦିଓ ବାୟୁ ପ୍ରଦୂଷଣ ରୋଗର ଏକ ପ୍ରମୁଖ କାରଣ, କିନ୍ତୁ ସୂର୍ଯ୍ୟଙ୍କ କିରଣରୁ ନିଜକୁ ଦୂରେଇ ରଖିବା ଏବଂ ଶୀତତାପ ନିୟନ୍ତ୍ରିତ କୋଠରି ମଧ୍ୟରେ ଅଧିକ ସମୟ ବିତେଇବା ମଧ୍ୟ ଭାରତୀୟଙ୍କୁ ରୋଗ ଆଡ଼କୁ ଟାଣି ନେଉଛି। ଡାକ୍ତରଙ୍କ କହିବା ଅନୁସାରେ ପିଲାଠାରୁ ବୁଢା ପର୍ଯ୍ୟନ୍ତ, ସଭିଙ୍କ ଶରୀର ପାଇଁ ‘ଭିଟାମିନ- ଡି’ ଅପରିହାର୍ଯ୍ୟ। ଏହାର ଅଭାବରେ ଅସ୍ଥିଜନିତ ଓ ସ୍ନାୟୁଗତ ରୋଗ ହୁଏ। କେତେକ ପ୍ରକାରର କର୍କଟ ରୋଗ ମଧ୍ୟ ‘ଭିଟାମିନ ଡି’ ଅଭାବରେ ହୋଇଥାଏ। ଶରୀରର ଅସ୍ଥି, ମାଂସପେଶୀ ଓ ସ୍ନାୟୁତନ୍ତ୍ର ପାଇଁ ‘ଭିଟାମିନ ଡି’ ନିହାତି ଆବଶ୍ୟକ। ଅଣ୍ଟା ବ୍ୟଥା, ଆଣ୍ଠୁ ବ୍ୟଥା ଓ ପରିଶ୍ରମ ବିନା ଥକ୍କାପଣ ଅନୁଭବ କରିବା ଆଦି ହେଉଛି ‘ଭିଟାମିନ-ଡି’ ଅଭାବର ଗୋଟିଏ ଗୋଟିଏ ଲକ୍ଷଣ। ଶରୀରରେ ‘ଭିଟାମିନ ଡି’ ଯଦି ୨୦ରୁ ୫୦ ନାନୋଗ୍ରାମ୍‌ ପ୍ରତି ମିଲିଲିଟରରେ ଥାଏ; ତେବେ ଏହାକୁ ସାଧାରଣ ବୋଲି ଗଣନା କରାଯାଇଥାଏ। କିନ୍ତୁ ଏହି ସ୍ତର ଯଦି ପ୍ରତି ମିଲିଲିଟରରେ ୧୨ ନାନୋଗ୍ରାମ୍‌ରୁ କମ୍‌ ହୋଇଥାଏ; ତେବେ ଶରୀରରେ ‘ଭିଟାମିନ- ଡି’ର ଅଭାବ ଅତିମାତ୍ରାରେ ରହିଛି ବୋଲି ଦର୍ଶାଯାଇଥାଏ। ଏହି ପରିସଂଖ୍ୟାନକୁ ଆଖି ଆଗରେ ରଖି ଡାକ୍ତରମାନେ କାହାକୁ ସପ୍ତାହରେ ଗୋଟିଏ ତ ପୁଣି କାହାକୁ ସପ୍ତାହରେ ଦୁଇଟି ‘ଭିଟାମିନ-ଡି’ ଯୁକ୍ତ ଇଞ୍ଜେକ୍ସନ ନେବାକୁ ପରାମର୍ଶ ଦେଇଥାନ୍ତି। ଯଦି ଶରୀରରେ ‘ଭିଟାମିନ-ଡି’ର ସ୍ତର ଠିକ୍‌ ରହିଛି, ତେବେ କୌଣସି ଔଷଧ ବା ଇଞ୍ଜେକ୍ସନ ଆବଶ୍ୟକ ହୋଇ ନ ଥାଏ। ବିଭିନ୍ନ ସଂସ୍ଥାର କାର୍ଯ୍ୟାଳୟରେ କାମ କରୁଥିବା ଅଧିକାଂଶ ବ୍ୟକ୍ତି ଶୀତତାପନିୟନ୍ତ୍ରିତ କୋଠରିରେ ବହୁ ସମୟ କଟେଇଥାନ୍ତି। ପୁଣି ବିଦ୍ୟାଳୟରେ ପଢୁଥିବା ପିଲାମାନେ ଦିନର ବହୁ ସମୟ ଶ୍ରେଣୀଗୃହ ମଧ୍ୟରେ ବିତେଇଥାନ୍ତି। ଗର୍ଭବତୀ ମହିଳାମାନେ ମଧ୍ୟ ସୂର୍ଯ୍ୟକିରଣରୁ ନିଜକୁ ସର୍ବଦା ଦୂରେଇ ରଖିଥାନ୍ତି। ଏହି କାରଣରୁ ଏ ସମସ୍ତଙ୍କଠାରେ ‘ଭିଟାମିନ-ଡି’ର ଅଭାବ ବହୁମାତ୍ରାରେ ଦେଖାଦେଇଥାଏ।
ସୂର୍ଯ୍ୟଙ୍କ କିରଣରୁ ନିିର୍ଗତ ଅତିବାଇଗଣୀ ରଶ୍ମି ଆମ ଶରୀର ପାଇଁ ଯେତିକି ଉପକାରୀ, ତା’ଠାରୁ ଅଧିକ କ୍ଷତିକାରକ। ଏହି ଅତିବାଇଗଣୀ ରଶ୍ମି ଗୋଟିଏ ଦିଗରେ ହାଡକୁ ଶକ୍ତ କରିବାରେ ସାହାଯ୍ୟ କରୁଥିବା ବେଳେ ଅନ୍ୟ ପକ୍ଷରେ ଏହା ସଅଳ ବୃଦ୍ଧାବସ୍ଥାକୁ ଆମନ୍ତ୍ରଣ କରିଥାଏ। ଏହି ଦୃଷ୍ଟିରୁ ସୂର୍ଯ୍ୟକିରଣରେ କେଉଁ ସମୟରେ ରହିବା ଶରୀର ପାଇଁ ଉପାଦେୟ, ତାହା ଜାଣିବା ନିହାତି ଆବଶ୍ୟକ। ଶୀତଦିନେ ଦିନ ୧୧ଟାରୁ ୧ଟା ମଧ୍ୟରେ ଏକ ଘଣ୍ଟାରୁ ଦେଢ ଘଣ୍ଟା ସୂର୍ଯ୍ୟଙ୍କ କିରଣରେ ରହିବା ଦ୍ବାରା ଶରୀରରେ ‘ଭିଟାମିନ-ଡି’ର ଅଭାବକୁ ପୂରଣ କରାଯାଇପାରେ। ଖରାଦିନେ ମାତ୍ର ଅଧଘଣ୍ଟା ଏଥିପାଇଁ ଯଥେଷ୍ଟ ହୋଇଥାଏ। କିନ୍ତୁ ଏହି ସମୟରେ ନିଜ ହାତ ଓ ପାଦ କୌଣସି ବସ୍ତ୍ର ଦ୍ବାରା ଘୋଡେଇ ହୋଇ ନ ଥିବା ଆବଶ୍ୟକ। ତେବେ ଯାଇ ଶରୀରକୁ ଆବଶ୍ୟକ ‘ଭିଟାମିନ-ଡି’ ମିଳିପାରିବ। ଏହି ସମୟରେ ନିଜର ମୁଖମଣ୍ଡଳକୁ ଘୋଡେଇ ରଖିଲେ ‘ଭିଟାମିନ-ଡି’ ପାଇବାରେ କୌଣସି ଅସୁବିଧା ହୋଇ ନ ଥାଏ। ଅବଶ୍ୟ ଏହି ସମୟରେ ଚର୍ମକୁ ଅତିବାଇଗଣୀ ରଶ୍ମିର କୁପ୍ରଭାବରୁ ରକ୍ଷା କରିବା ପାଇଁ ସନ୍‌ସ୍କ୍ରିନ ଲୋଶନ ବା କ୍ରିମ୍‌ ବ୍ୟବହାର କରିହେବ। ସମତଳ ଅଞ୍ଚଳରେ ୧୫ରୁ ୨୦ ଏସ୍‌ପିଏଫ୍‌ (ସନ ପ୍ରୋଟେକ୍ସନ ଫ୍ୟାକ୍ଟର୍‌) ଆଧାରିତ ଲୋଶନ ବା କ୍ରିମ୍‌ ଏବଂ ଯେଉଁଠାରେ ସୂର୍ଯ୍ୟଙ୍କ ତେଜ ପ୍ରଖର ହୋଇଥାଏ, ସେଠାରେ ୪୦ ଏସ୍‌ପିଏଫ୍‌ ଆଧାରିତ ଲୋଶନ ବା କ୍ରିମ୍‌ ବ୍ୟବହାର କରିବା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ମାଛତେଲ ଖାଇବା ଦ୍ବାରା ମଧ୍ୟ ଆମ ଶରୀରକୁ ‘ଭିଟାମିନ-ଡି’ ମିଳିଥାଏ।
ବୈପାରୀଗୁଡ଼ା, କୋରାପୁଟ, ମୋ-୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?