ଚିନ୍ତା ବଢ଼ାଇଛି ପରିବା ଦର

ଭୁବନେଶ୍ୱର, ୮ା୪(ବ୍ୟୁରୋ): ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ପନିପରିବା ରହିଛି। ଶଟ୍‌ଡାଉନ୍‌ ପରଠାରୁ ଏବେ ବଜାରରେ ସବୁଜ ପନିପରିବା ଦର ହୁ ହୁ ହୋଇ ବଢ଼ି ଚାଲିଛି। ବେପାରୀମାନେ ମନଇଚ୍ଛା ଦର ନେଉଥିଲେ ମଧ୍ୟ ସେମାନଙ୍କ ଉପରେ ଅଙ୍କୁଶ ରହୁନି। ଏପରି ଆକାଶଛୁଆଁ ଦରକୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି।
ସହରର ଅଧିକାଂଶ ଲୋକ ଭୁବନେଶ୍ୱର ୟୁନିଟ-୧ ଓ ୟୁନିଟ-୪ ଭଳି କେତେକ ହୋଲ୍‌ସେଲିଂ ବଜାର ଉପରେ ନିର୍ଭର କରୁଥିଲେ। କରୋନା କଟକଣା ପାଇଁ ପରିବାର ବଜାରକୁ ଖୋଲାସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଲୋକଙ୍କ ଗହଳି କମୁନି କି ସାମାଜିକ ଦୂରତ୍ୱ ରହୁନି। ତେଣୁ ଲୋକଙ୍କୁ ହୋଲ୍‌ସେଲିଂ ଦୋକାନ ମନା କରାଯାଇଥିବାବେଳେ ବିଭିନ୍ନ କଲୋନୀରେ ୬୮ ଖୁଚୁରା ପରିବା ବଜାର ଖୋଲାଯାଇଛି। ଲୋକଙ୍କ ପାଇଁ ହାଟ ବଜାର ବନ୍ଦ ହେବା ପରେ ଏହାର ସୁଯୋଗ ନେଇ ଏବେ ଖୁଚୁରା ବ୍ୟବସାୟୀ ଚଢ଼ା ଦରରେ ସାମଗ୍ରୀ ବିକ୍ରି କରୁଥିବା ନଜରକୁ ଆସିଛି। କେତେଜଣ ଅସାଧୁ ବ୍ୟବସାୟୀ କଳାବଜାରି ଆରମ୍ଭ କରି ଚଢ଼ା ଦରରେ ସାମଗ୍ରୀ ବିକ୍ରି କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ସୋମବାର ହାଟରେ ଆଳୁ ଦର ୨୦ରୁ ୨୫ ଟଙ୍କା ଥିବାବେଳେ ମଙ୍ଗଳବାର ଖୁଚୁରା ବ୍ୟବସାୟୀମାନେ ଏହାକୁ ୩୦ରୁ ଅଧିକ ଟଙ୍କାରେ ବିକ୍ରି କରିଥିଲେ। ସେହିପରି ସବୁଜ ପନିପରିବା ଦର ୫୦ରୁ ଅଧିକ ରହିଥିଲା।
ଏନେଇ ବିଏମ୍‌ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କହିଛନ୍ତି, ଭୁବନେଶ୍ୱର ନାଗରିକଙ୍କଠାରୁ ଏନେଇ କିଛି ବି ଅଭିଯୋଗ ବିଏମ୍‌ସିର ହସ୍ତଗତ ହୋଇନାହିଁ। ଯଦି ଏପରି କିଛି କାର୍ଯ୍ୟ ହେଉଥିବ ତା ହେଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉକ୍ତ ବ୍ୟବସାୟୀଙ୍କ ଟ୍ରେଡ୍‌ ଲାଇସେନ୍ସ ବାଜ୍ୟାପ୍ତ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri