Posted inଜାତୀୟ

ଚିନ୍ତାରେ କାଳିଘାଟ ପୋଷ୍ଟ ଅଫିସ: ପହଞ୍ଚୁଛି ‘ଜୟ ଶ୍ରୀରାମ’ ଲେଖାଥିବା ହଜାର ହଜାର ପୋଷ୍ଟକାର୍ଡ

କୋଲକାତା,୭।୬: ପଶ୍ଚିମବଙ୍ଗରେ ତ୍ରୁଣ ମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ ତୁତୁ ମେମେ ଲାଗି ରହିଛି। ଏବେ ଏହା ଏମିତି ସ୍ଥିତିରେ ପହଞ୍ଚିଛି ଯେ କିଛି ଦିନ ହେବ ଉଭୟ ଦଳ ପୋଷ୍ଟକାର୍ଡ ଓ୍ବାର ଆରମ୍ଭ କରି ସାରିଛନ୍ତି। ଏବେ ଦକ୍ଷିଣ କୋଲକାତାରେ ଥିବା କାଳିଘାଟ ପୋଷ୍ଟ ଅଫିସରେ ଭାଜପା ଦ୍ୱାରା ପଠାଯାଇଥିବା ହଜାର ହଜାର ସଂଖ୍ୟାରେ ‘ଜୟ ଶ୍ରୀରାମ’ ଲେଖାଥିବା ପୋଷ୍ଟ କାର୍ଡ ପହଞ୍ଚୁଛି। ଯାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠିକଣାରେ ଆସୁଛି। ଏବେ ପୋଷ୍ଟ ଅଫିସର କର୍ମଚାରୀଙ୍କ ପାଇଁ ଏହି ପୋଷ୍ଟକାର୍ଡ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ପୋଷ୍ଟ ମାଷ୍ଟରଙ୍କ କହିବା କଥା ହେଲା ମମତା ବାନାର୍ଜୀ ଯେବେଠାରୁ ମୁଖ୍ୟମନ୍ତ୍ରୀ ହେଲେଣି ସେବେଠାରୁ ପ୍ରାୟ ପ୍ରତିଦିନ ଏଠାକୁ ୩୦ରୁ ୪୦ ପୋଷ୍ଟକାର୍ଡ ଓ ରେଜିଷ୍ଟର ଲେଟର ଆସିଥାଏ। ସେଥିପାଇଁ ଜଣେ ଡାକ କର୍ମଚାରୀଙ୍କୁ ସ୍ବତନ୍ତ୍ର ଭାବେ ମମତାଙ୍କ ଘରେ ଚିଠି ଗୁଡିକ ପହଞ୍ଚାଇବା ଦାୟିତ୍ୱ ଦିଆଯାଇଛି। ଆଉ ସେହି କର୍ମଚାରୀ ଜଣକ ସେଠାରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସେ ସବୁ ପତ୍ର ହସ୍ତାନ୍ତର କରିଥାଆନ୍ତି। ହେଲେ ଏବେ ମମତାଙ୍କ ଠିକଣାରେ ଏତେ ପରିମାଣରେ ‘ଜୟ ଶ୍ରୀରାମ’ ଲେଖାଥିବା ପୋଷ୍ଟକାର୍ଡ ଆସୁଛି ଯେ ଡାକଘରକୁ ଆସୁଥିବା ସମସ୍ତ ଚିଠିଠାରୁ ଏହା ଦଶଗୁଣା ଅଧିକ। ତେଣୁ ଏହା ଆମ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି ପୋଷ୍ଟ ମାଷ୍ଟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

୯୦ ସେକେଣ୍ଡର ଭାଷଣ କଂଗ୍ରେସ ଦଳ ଏବଂ ଇଣ୍ଡିଆ ମେଣ୍ଟରେ ଆତଙ୍କ ସୃଷ୍ଟି କରିଛ: ମୋଦି

ଜୟପୁର,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜସ୍ଥାନର ଟୋଙ୍କାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ମୋର ୯୦ ସେକେଣ୍ଡର ଭାଷଣ କଂଗ୍ରେସ...

ଚିରାଗ ପାସଓ୍ବାନଙ୍କୁ ନିର୍ବାଚନ ପୂର୍ବରୁ ଝଟ୍‌କା! ବିଏସପିରେ ସାମିଲ ହେଲେ ପୂର୍ବତନ ଏମପି

ପାଟନା,୨୩।୪: ଲୋକ ସଭା ନିର୍ବାଚନରେ ଟିକେଟ ଦାବିରେ ଚିରାଗ ପାସୱାନଙ୍କଠାରୁ ଅଲଗା ହୋଇଥିବା ପୂର୍ବତନ ଏମପି ଅରୁଣ କୁମାର ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି।...

ହାଇକୋର୍ଟର ମୁଖ୍ୟ ବିଚାରପତି କାହିଁକି କହିଲେ ଘୁଞ୍ଚାଇ ଦିଆଯାଉ ନିର୍ବାଚନ ତାରିଖ

କୋଲକାତା,୨୩।୪: ମଙ୍ଗଳବାର କୋଲାକାତା ହାଇକୋର୍ଟ ଚେତାବନୀ ଦେଇଛନ୍ତି ଯେ ପଶ୍ଚିମବଙ୍ଗର ସେହି ଲୋକ ସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁମତି ଦିଆ ନ ଯାଉ ଯେଉଁଠାରେ ରାମ...

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri