ଚିକିଟିରେ ଅଞ୍ଚଳରେ ହାତି ଉପଦ୍ରବ

ଚିକିଟି,୧୨ା୧(ଡି.ଏନ.ଏ.)-ଚିକିଟି ବନବିଭାଗ ଅଧୀନରେ ଥିବା ବିଭିନ୍ନ ଗ୍ରାମାଞ୍ଚଳରେ ଦୀର୍ଘ ୧୦ଦିନ ଧରି ହାତିଙ୍କ ଉପଦ୍ରବ ଲାଗି ରହିଛି। ଶନିବାର ବିଳମି୍ବତ ରାତ୍ରିରେ କୃଷ୍ଣନଗର, ବଇରବାଡ ଗ୍ରାମ ନିକଟରେ ଥିବା ପି.ବାଇରାମା ଓ ପି.ଧର୍ମାଙ୍କ ସମେତ ୪ ଜଣଙ୍କର ଧାନଖଳାରେ ହାତୀମାନେ ଦଳିଚକିଟି ନଷ୍ଟ କରିଛନ୍ତି । ସନ୍ଧ୍ୟା ହେଲେ ହାତୀ ଜନବସତିଆଡକୁ ମାଡିଆସଛନ୍ତି। ଧାନ ଅମଳ ଚାଲଥିବାରୁ ଚାଷୀମାନଙ୍କୁ ଧାନଖଳାରେ ଶୋଇବା ଏବଂ ଯିବା ଆସିବା କରିବାକୁ ଲୋକେ ଭୟ କରୁଛନ୍ତିି। ବର୍ତ୍ତମାନ ଚାନ୍ଦପୁର ଗ୍ରାମ ନିକଟ ତୋଟା ଗ୍ରାମ ନିକଟରେ ଥିବା ଜଙ୍ଗଲରେ ୧୦ଟି ହାତିପଲ ରହିଥିବା ବନବିଭାଗ ପକ୍ଷରୁ କୁହାଯାଇଛି। ରାଧାମୋହନପୁର, ଗୋବିନ୍ଦନଗର, ଝିଙ୍କିପଦର, ଭାଲିଆଗଡ, ଏରେଣ୍ଡା୍ର, କୃଷ୍ଣନଗର ଆଦି ଇଲାକାରେ ୧୦ରୁ ଊର୍ଦ୍ଧ୍ୱ ଚାଷୀଙ୍କର ଧାନ ସହ ବିଭିନ୍ନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହେଉଛି। । ଏହାର ଆକଳନ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି । ଚିକିଟି ବନବିଭାଗ ପକ୍ଷରୁ ହାତି ଘଉଡାଇବା ପାଇଁ ଟ୍ରାକ୍‌ ପ୍ରସ୍ତୁତ କରାଯାଇଥିଲେ ସୁଦ୍ଧା ସଫଳ ହେଉନଥିବାରୁ ଲୋକମାନେ ରାତ୍ରି ଅନିଦ୍ରା ରହି ଗ୍ରାମରେ ଜଗୁୁଛନ୍ତିି । ସମ୍ପୃକ୍ତ ଇଲାକାରେ ସନ୍ଧ୍ୟାରେ ବିଦ୍ୟୁତ କାଟ୍‌ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri