ଚା’ ଦୋକାନ ପାଲଟିଛି ଲେଖକଙ୍କ ଆଲୋଚନା ସ୍ଥଳି

ଥିରୁଭାନନ୍ତପୁରମ୍‌: ସାଧାରଣତଃ କୌଣସି ବହିକୁ ନେଇ ଚର୍ଚ୍ଚା ହେଉ ଅବା ଲେଖକଙ୍କ ସମ୍ମିଳନୀ ଏହିସବୁ ବହି ଦୋକାନରେ କି କୌଣସି ଅନୁଷ୍ଠାନ ବା ଅଡିଟୋରିୟମରେ ହୋଇଥାଏ। କିନ୍ତୁ କେବେ ଭାବିଛନ୍ତି କି ଗୋଟିଏ ଚା ଦୋକାନରେ ଲେଖକଙ୍କ ସମ୍ମିଳନୀ ହେବା ବା କୌଣସି ବହି ଉପରେ ଚର୍ଚ୍ଚା ହେବା କଥା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଏକ ଗଁାରେ ଥିବା ଚା ଦୋକାନରେ କିଛି ଲେଖକ ନିଜ ଚର୍ଚ୍ଚାର ଆଶ୍ରୟ ସ୍ଥଳି କରିଛନ୍ତି। ଏହି ଦୋକାନକୁ ୫୮ ବର୍ଷୀୟ ଶୁକୁର ନାମକ ଜଣେ ବ୍ୟକ୍ତି ଚଳାଉଥିବା ବେଳେ ଏହାର ନାମ ହେଉଛି ‘ବରାନ୍ଦା ଚାୟପେଡ଼ିକା’ ଅର୍ଥାତ୍‌ ‘ଦ ଟି ଶପ୍‌ ବରାନ୍ଦା ବୁକ୍‌ କ୍ଲବ’। ଶୁକର ଲେଖିବା ଓ ପଢ଼ିବାର ସୌଖୀନ ଥିବା ବେଳେ ସେ ନିଜେ ‘ବରାନ୍ଦା’ ନାମକ ଏକ ରୋମାଣ୍ଟିକ ନୋଭେଲର ଲେଖକ ଅଟନ୍ତି। ତେଣୁ ସେ ସବୁ ମାସରେ ନିଜ ଚା ଦୋକାନରେ ଏଭିଳି ଏକ କାର୍ଯ୍ୟକ୍ରମକୁ ଆୟୋଜିତ କରିଥାନ୍ତି। ଏଥିରେ ତାମିଲ, ମଲୟାଲମ୍‌ ଓ କନ୍ନଡ ଭାଷାର ଲେଖକ ଓ ପାଠକମାନେ ଏକତ୍ରିତ ହୋଇ କୌଣସି ବହିର ଲେଖାକୁ ନେଇ ଚର୍ଚ୍ଚା, ତର୍କ-ବିତର୍କ ଓ ସମୀକ୍ଷା କରିଥାନ୍ତି। ୨ଘଣ୍ଟା ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମକୁ ଶୁକୁର ଓ୍ବାନ ମ୍ୟାନ ଆର୍ମି ଭାବେ ଆୟୋଜିତ କରିଥାନ୍ତି। ଏହି କାର୍ଯ୍ୟକ୍ରମ ବିଷୟରେ ପ୍ରଥମେ ସେ ଫେସ୍‌ବୁକ୍‌ ୟୁଜର୍ସଙ୍କୁ ସୂଚନା ଦେଇଥାନ୍ତି। ଆଉ କାର୍ଯ୍ୟକ୍ରମ ସମୟରେ ଲେଖକ ଓ ପାଠକମାନଙ୍କ ପାଇଁ ଶୁକୁର ଚା’ ବିସ୍କୁୁଟ ଓ ଚିପ୍ସର ବ୍ୟବସ୍ଥା ମଧ୍ୟ କରିଥାନ୍ତି। ଏହି ସମ୍ମିଳନୀରେ ପ୍ରାୟ ୭୦ ଜଣ ପାଠକ ଭାଗ ନେଉଥିବା ବେଳେ ପୂର୍ବରୁ ପାଠକଙ୍କୁ ବହି ବିକ୍ରି କରାଯାଇଥାଏ। ଯେଉଁଥିରୁ ସେମାନେ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇପାରିବେ। ତେବେ ୪ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଏବେ ପର୍ଯ୍ୟନ୍ତ ୩୮ଟି ସମ୍ମିଳନୀ ହୋଇଥିବା ନେଇ ଶୁକୁର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ ଗୁରୁତର

ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ…

ସୁଶାନ୍ତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର/ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…

ଆଜି ଦାରୁବିଗ୍ରହଙ୍କ ନୀଳାଦ୍ରିବିଜେ: ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ ମହାପ୍ରଭୁ

ପୁରୀ,୨୭ା୭ (ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ…

ସମୁଦ୍ର ପଥ ପୁଣି ଅଶାନ୍ତ! ଜାହାଜ ଉପରେ ଆକ୍ରମଣ ପରେ, ଇରାନର ବଡ଼ ଚେତାବନୀ

ତେହରାନ,୨୭।୭: କାସ୍ପିଆନ ସାଗରରେ ଏକ ଇରାନୀ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ୟୁକ୍ରେନକୁ କଡ଼ା…

ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…

କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…

ଋଣ ନେଇ ଅପେକ୍ଷା କରିଛନ୍ତି ଗ୍ରାହକ, ମିଳୁନି ବିଦ୍ୟୁତ ସଂଯୋଗ, କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର…

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri