ଚାକିରି ନାଁରେ ଠକେଇ: ମାଷ୍ଟରମାଇଣ୍ଡ, ଦଲାଲ ଗିରଫ

ବ୍ରହ୍ମପୁର ଅଫିସ,୩ା୨-ବେକାର ଯୁବତୀ ଯୁବକଙ୍କୁ ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଏକ ଠକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଓ ଜଣେ ଦଲାଲଙ୍କୁ ବୈଦ୍ୟନାଥପୁର ପୋଲିସ ଗିରଫ କରିଛି। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଯାଜପୁରର ରବୀନ୍ଦ୍ର କୁମାର ବେହେରା ଓ ଦଲାଲ ଦିଗପହଣ୍ଡି ଥାନା ଗୁହାଳପୁରର ଅରୁଣ କୁମାର ବେହେରାଙ୍କୁ ଜେଲ ପଠାଇଛି। ଗଞ୍ଜାମ ଜିଲାର ୫୦ ଆଶାୟୀ ଯୁବତୀ ଯୁବକଙ୍କଠାରୁ ରବୀନ୍ଦ୍ର ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ରବୀନ୍ଦ୍ର ଭୁବନେଶ୍ୱରରେ ଥିବା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରନ୍ତି। ସେ ଗଞ୍ଜାମ ଜିଲାରେ ରହୁଥିବା ବେକାର ଯୁବତୀ ଯୁବକଙ୍କୁ ଶିକ୍ଷକ ଓ କିରାଣି ନିଯୁକ୍ତି ଦେବା ପାଇଁ ଅରୁଣଙ୍କୁ ଦଲାଲ ଭାବେ ରଖିଥିଲେ। ଅରୁଣଙ୍କ ଜରିଆରେ ୨୦୧୮ ଓ ୨୦୧୯ରେ ୯ ଜଣ ବେକାର ଆଶାୟୀ ଯୁବକଙ୍କଠାରୁ ୩୮ ଲକ୍ଷ ୨୦ ହଜାର ଟଙ୍କା ଠକେଇ କରିଥିବା ଜଣାପଡ଼ିଛି ବୋଲି ଏସ୍‌ପି ମିଶ୍ର କହିଛନ୍ତି। ବୈଦ୍ୟନାଥପୁର ଥାନା କୃଷ୍ଣନଗରର ଜଣେ ମହିଳା ପୂର୍ଣ୍ଣିମା ବେହେରା ଥାନାରେ ଅଭିଯୋଗ କରିଥିଲେ, ତାଙ୍କ ପୁଅ ଦୁର୍ଗା ପ୍ରସାଦ ବେହେରା ଓ ଝିଅ ଶୁଭଶ୍ରୀ ଶୁଭସ୍ମିତା ବେହେରାଙ୍କୁ ଚାକିରି କରାଇଦେବା ନଁାରେ ସେ ଦେଇଥିବା ଟଙ୍କା ରବୀନ୍ଦ୍ର ଠକି ନେଇଛନ୍ତି। ପୋଲିସ ନଂ.୨୦/୨୦ ରେ ଏକ ମାମଲା ରୁଜୁ କରିଥିଲା। ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ଓ ବ୍ରହ୍ମପୁର ଏସ୍‌ଡ଼ିପିଓ ବିଷ୍ଣୁପ୍ରସାଦ ପତିଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଏହି ଠକ ଗ୍ୟାଙ୍ଗକୁ କାବୁ କରିଥିଲା ବୋଲି ଏସ୍‌ପି କହିଛନ୍ତି। ଅଭିଯୁକ୍ତଙ୍କୁ ଜେରାବେଳେ ସେମାନେ ଅନୁଗୋଳ, ପୁରୀ ଓ ତାଳଚେର ଅଞ୍ଚଳରେ ମଧ୍ୟ ବେକାର ଯୁବତୀ ଯୁବକଙ୍କୁ ଚାକିରି ଦେବା ନଁାରେ ଠକେଇ କରିଥିବା ଜଣାପଡ଼ିଛି। ଏହାର ଏବେ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି କହିଛନ୍ତି। ପୋଲିସ ରବୀନ୍ଦ୍ରଙ୍କ ଘରେ ଚଢାଉ ବେଳେ ଭୁବନେଶ୍ୱର ପଟିଆ ଅଞ୍ଚଳରେ ୨ କୋଟି ଟଙ୍କାର ଏକ ପ୍ଲଟ ପାଇଁ ଏଗ୍ରିମେଣ୍ଟ କରିଥିବା କାଗଜପତ୍ର, ୭ ମୋବାଇଲ ଫୋନ, ବିଭିନ୍ନ ବ୍ୟାଙ୍କ ଚେକ ବହି, ବ୍ୟାଙ୍କ ଜମାଖାତା, ଏଟିଏମ୍‌ କାର୍ଡ ଓ ବେନାମୀ ନିଯୁକ୍ତି ପରିଚୟପତ୍ର ଜବତ କରିଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରାଗଲେ ଘଟଣା ଜଣାପଡିବ ବୋଲି ଏସ୍‌ପି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri