ଚାକିରି ନାଁରେ ଠକେଇ: ମାଷ୍ଟରମାଇଣ୍ଡ, ଦଲାଲ ଗିରଫ

ବ୍ରହ୍ମପୁର ଅଫିସ,୩ା୨-ବେକାର ଯୁବତୀ ଯୁବକଙ୍କୁ ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଏକ ଠକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଓ ଜଣେ ଦଲାଲଙ୍କୁ ବୈଦ୍ୟନାଥପୁର ପୋଲିସ ଗିରଫ କରିଛି। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଯାଜପୁରର ରବୀନ୍ଦ୍ର କୁମାର ବେହେରା ଓ ଦଲାଲ ଦିଗପହଣ୍ଡି ଥାନା ଗୁହାଳପୁରର ଅରୁଣ କୁମାର ବେହେରାଙ୍କୁ ଜେଲ ପଠାଇଛି। ଗଞ୍ଜାମ ଜିଲାର ୫୦ ଆଶାୟୀ ଯୁବତୀ ଯୁବକଙ୍କଠାରୁ ରବୀନ୍ଦ୍ର ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ରବୀନ୍ଦ୍ର ଭୁବନେଶ୍ୱରରେ ଥିବା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରନ୍ତି। ସେ ଗଞ୍ଜାମ ଜିଲାରେ ରହୁଥିବା ବେକାର ଯୁବତୀ ଯୁବକଙ୍କୁ ଶିକ୍ଷକ ଓ କିରାଣି ନିଯୁକ୍ତି ଦେବା ପାଇଁ ଅରୁଣଙ୍କୁ ଦଲାଲ ଭାବେ ରଖିଥିଲେ। ଅରୁଣଙ୍କ ଜରିଆରେ ୨୦୧୮ ଓ ୨୦୧୯ରେ ୯ ଜଣ ବେକାର ଆଶାୟୀ ଯୁବକଙ୍କଠାରୁ ୩୮ ଲକ୍ଷ ୨୦ ହଜାର ଟଙ୍କା ଠକେଇ କରିଥିବା ଜଣାପଡ଼ିଛି ବୋଲି ଏସ୍‌ପି ମିଶ୍ର କହିଛନ୍ତି। ବୈଦ୍ୟନାଥପୁର ଥାନା କୃଷ୍ଣନଗରର ଜଣେ ମହିଳା ପୂର୍ଣ୍ଣିମା ବେହେରା ଥାନାରେ ଅଭିଯୋଗ କରିଥିଲେ, ତାଙ୍କ ପୁଅ ଦୁର୍ଗା ପ୍ରସାଦ ବେହେରା ଓ ଝିଅ ଶୁଭଶ୍ରୀ ଶୁଭସ୍ମିତା ବେହେରାଙ୍କୁ ଚାକିରି କରାଇଦେବା ନଁାରେ ସେ ଦେଇଥିବା ଟଙ୍କା ରବୀନ୍ଦ୍ର ଠକି ନେଇଛନ୍ତି। ପୋଲିସ ନଂ.୨୦/୨୦ ରେ ଏକ ମାମଲା ରୁଜୁ କରିଥିଲା। ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ଓ ବ୍ରହ୍ମପୁର ଏସ୍‌ଡ଼ିପିଓ ବିଷ୍ଣୁପ୍ରସାଦ ପତିଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଏହି ଠକ ଗ୍ୟାଙ୍ଗକୁ କାବୁ କରିଥିଲା ବୋଲି ଏସ୍‌ପି କହିଛନ୍ତି। ଅଭିଯୁକ୍ତଙ୍କୁ ଜେରାବେଳେ ସେମାନେ ଅନୁଗୋଳ, ପୁରୀ ଓ ତାଳଚେର ଅଞ୍ଚଳରେ ମଧ୍ୟ ବେକାର ଯୁବତୀ ଯୁବକଙ୍କୁ ଚାକିରି ଦେବା ନଁାରେ ଠକେଇ କରିଥିବା ଜଣାପଡ଼ିଛି। ଏହାର ଏବେ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି କହିଛନ୍ତି। ପୋଲିସ ରବୀନ୍ଦ୍ରଙ୍କ ଘରେ ଚଢାଉ ବେଳେ ଭୁବନେଶ୍ୱର ପଟିଆ ଅଞ୍ଚଳରେ ୨ କୋଟି ଟଙ୍କାର ଏକ ପ୍ଲଟ ପାଇଁ ଏଗ୍ରିମେଣ୍ଟ କରିଥିବା କାଗଜପତ୍ର, ୭ ମୋବାଇଲ ଫୋନ, ବିଭିନ୍ନ ବ୍ୟାଙ୍କ ଚେକ ବହି, ବ୍ୟାଙ୍କ ଜମାଖାତା, ଏଟିଏମ୍‌ କାର୍ଡ ଓ ବେନାମୀ ନିଯୁକ୍ତି ପରିଚୟପତ୍ର ଜବତ କରିଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରାଗଲେ ଘଟଣା ଜଣାପଡିବ ବୋଲି ଏସ୍‌ପି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?