ଘରୋଇ କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁୁବନେଶ୍ୱର, ୫।୭(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଯୁକ୍ତ୨ ସାଇନ୍ସ କଲେଜ ହଷ୍ଟେଲରେ ଜଣେ ଛାତ୍ରଙ୍କ ମୃତଦେହ ବୁଧବାର ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ମୃତ ଛାତ୍ର ଜଣକ ହେଲେ ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ରଞ୍ଜିତ ରାଉତ(୧୮)। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ବାପା ହିଟ୍‌ଲର ରାଉତ ଅଭିଯୋଗ ଆଣିଛନ୍ତି। ମାତ୍ର ପୋଲିସ ଏହାକୁ ହତ୍ୟା ବୋଲି ମାନିବାକୁ ନାରାଜ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ହେଲେ ଏଯାଏ ପୋଲିସ କଲେଜ କର୍ତ୍ତୃପକ୍ଷ, ହଷ୍ଟେଲର କର୍ମଚାରୀ କିମ୍ବା ଅନ୍ୟ ଛାତ୍ରମାନଙ୍କୁ କାହିଁକି ପଚରାଉଚରା କରୁନି ତାହାକୁ ନେଇ ରଞ୍ଜିତଙ୍କ ବାପା ସନ୍ଦେହ ପ୍ରକାଶ କରିଛନ୍ତି। ମାମଲାକୁ ଚାପିବାକୁ କଲେଜ କର୍ତ୍ତୃପକ୍ଷ ଓ ପୋଲିସ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ହେଲେ ପାରିପାର୍ଶ୍ୱିକ ସ୍ଥିତି ଓ ପୂରା ଘଟଣାକ୍ରମକୁ ଦେଖିଲେ ନାନା ରହସ୍ୟ ଲୁଚି ରହିଥିବାବେଳେ ପୋଲିସ କ’ଣ ପାଇଁ ଏଡାଇଛି ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ଗୁରୁବାର ମୃତ ଛାତ୍ରଙ୍କ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚତ୍ଥିଲେ। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପରିବାର ଲୋକେ ସତ୍ୟନଗର ଶ୍ମଶାନରେ ମୃତଦେହର ସତ୍କାର କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନାନୁସାରେ, ରଞ୍ଜିତ ଯୁକ୍ତ୨ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। କଲେଜରେ ରିଆଡ୍‌ମିଶନ ପାଇଁ ଟଙ୍କା ଦରକାର ବୋଲି ୭ଦିନ ହେବ ପରିବାର ଲୋକଙ୍କୁ କହିଥିଲେ। ୫ଦିନ ତଳେ ଟଙ୍କା ପାଇଁ ସେ ଘରକୁ ଯାଇଥିଲେ। ତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଟଙ୍କା ଯୋଗାଡ଼ ହୋଇପାରି ନ ଥିଲା। ବାପା ହିଟ୍‌ଲର ରଞ୍ଜିତଙ୍କୁ ବୁଝାଇ ଟ୍ରେନରେ ବସାଇ ଦେଇଥିଲେ। ପୂର୍ବାହ୍ନ ୧୧ଟା ୩୦ରେ ରଞ୍ଜିତଙ୍କୁ ଫୋନ୍‌ କରି ହଷ୍ଟେଲରେ ଭଲରେ ପହଞ୍ଚତ୍ଥିବା ଜାଣିଥିଲେ। ଖାଇ ଦେଇ ଟିକେ ବିଶ୍ରାମ ନେବାକୁ ବାପା କହିଥିଲେ। ଏହାପରେ ଦିନ ୧ଟାରେ ମଧ୍ୟ ରଞ୍ଜିତ ବାପାଙ୍କ ସହ କଥା ହୋଇଥିଲେ। ହେଲେ ହଠାତ୍‌ ଅପରାହ୍ନ ପ୍ରାୟ ୪ଟାରେ କଲେଜ ହଷ୍ଟେଲ କର୍ତ୍ତୃପକ୍ଷ ବାପାଙ୍କୁ ଫୋନ୍‌ କରି ରଞ୍ଜିତଙ୍କ ଦେହ ଅସୁସ୍ଥ ଥିବା ଜଣାଇଥିଲେ। ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚତ୍ ପୁଅର ମୃତ୍ୟୁ ହୋଇଥିବା ଦେଖି ଚକିତ ହୋଇଯାଇଥିଲେ। ସେଠାରେ କଲେଜ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ଥାନାର ପୋଲିସ ନ ଥିଲେ। ଫାଣ୍ଡି ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ଗୃହରେ ରଖିଥିଲା।
ରଞ୍ଜିତଙ୍କ ରୁମ୍‌ମେଟ୍‌ଙ୍କ କହିବାନୁଯାୟୀ, ରଞ୍ଜିତ ହଷ୍ଟେଲକୁ ଫେରିବା ପରେ ମନଦୁଃଖରେ ଥିଲେ। ଦିନ ୧୨ଟାରେ ଖାଇବା ପରେ ଏକାକୀ ବସିଥିଲେ। ରୁମ୍‌ମେଟ୍‌ ଶୋଇପଡ଼ିଥିଲେ। ଏହି ସମୟରେ ରଞ୍ଚିତ ଏକ ଗାମୁଛାକୁ ବେକରେ ବାନ୍ଧି ଝରକା ରଡରେ ଝୁଲି ଆତ୍ମହତ୍ୟା କରିଥିଲେ। କିନ୍ତୁ ଏପରି କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରଞ୍ଜିତଙ୍କ ପରିବାର ଲୋକେ। ରୁମ୍‌ମେଟ୍‌ ଘରେ ଥିବାବେଳେ ରଞ୍ଜିତ କିପରି ଝରକା ପାଖକୁ ଯାଇ ଅତ୍ମହତ୍ୟା କଲେ ଓ କିଛି ବି ଶବ୍ଦ ସେ ଶୁଣିପାରିଲେ ନାହିଁ ତାହାକୁ ନେଇ ସେମାନେ ସନ୍ଦେହ କରିଛନ୍ତି। ଏପରିକି ଝରକା ନିକଟରେ ଆଣ୍ଠୋଇବା ଅବସ୍ଥାରେ ରଞ୍ଜିତଙ୍କୁ ଉଦ୍ଧାର କରାଯାଇଥିଲା। ଏପରି ଅବସ୍ଥାରେ କ’ଣ କେହି ମରିପାରିବ ବୋଲି ପରିବାର ଲୋକେ ପ୍ରଶ୍ନ କରିବା ସହ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି କହିଛନ୍ତି। ପୋଲିସ ଠିକ୍‌ ତଦନ୍ତ କଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ମୃତ ରଞ୍ଜିତଙ୍କ ବାପା ହିଟଲର କହିଛନ୍ତି।
ଏନେଇ ମଞ୍ଚେଶ୍ୱର ଥାନା ଅଧିକାରୀ ଜିତେନ୍ଦ୍ରନାଥ ସେଠୀ କହିଛନ୍ତି, ଏହା ଏକ ସ୍ପଷ୍ଟ ଆତ୍ମହତ୍ୟା। ହେଲେ ରଞ୍ଜିତଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବାରୁ ଏହା ଆଧାରରେ ତଦନ୍ତ କରୁଛୁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri