ଘରେ ଜଳୁନି ଚୁଲି, ଚିନ୍ତାରେ ଦିନମଜୁରିଆ

ଖୋର୍ଦ୍ଧା ଅଫିସ,୨୭ା୩: ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ଦିନମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ ପ୍ରଭାବିତ ହୋଇଛନ୍ତି। ସେମାନେ କାମଧନ୍ଦା ପାଉ ନ ଥିବାରୁ ଅସୁବିଧାରେ ଚଳୁଛନ୍ତି। ଅଧିକାଂଶ ଲୋକଙ୍କ ଘରେ ଚୁଲି ଜଳୁନି। ଖୋର୍ଦ୍ଧା ବ୍ଲକ ନାଲିପଡିଆ ଅର୍ଜୁନପୁର ପଞ୍ଚାୟତର ଶରଧାପୁର ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଗ୍ରାମରେ ରହୁଥିବା ୨୦୦ ପରିବାର ଦୈନିକ ମୂଲ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି। କୌଣସି କାରଣରୁ କାମକୁ ନ ଗଲେ ପରିବାର ଚଳାଇବା କଷ୍ଟକର ହୋଇପଡ଼େ। ଏଭଳି ସ୍ଥଳେ ଲକ୍‌ଡାଉନ୍‌ ସ୍ଥିତି ଯୋଗୁ ଏହି ଗରିବ ଶ୍ରେଣୀର ପରିବାର ଏବେ ହାତବାନ୍ଧି ବସିଛନ୍ତି। ଅନେକ ପରିବାର ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି। ରୋଗୀ, ପିଲାଛୁଆ, ବୃଦ୍ଧାବୃଦ୍ଧ ବେଶି ହଇରାଣ ହେଉଛନ୍ତି। ଯଦି ଆହୁରି କିଛିଦିନ ଏଭଳି ପରିସ୍ଥିତି ଲାଗି ରହେ ତାହାଲେ ସେମାନଙ୍କ ଅବସ୍ଥା ଦୁର୍ବିଷହ ହୋଇପଡ଼ିିବ ବୋଲି ଗ୍ରାମର ଦୁଃଖିଶ୍ୟାମ ବେହେରା କହିଛନ୍ତି। ସେହିପରି ଜାପାନୀ ଦେଈ ଓ ସରୋଜିନୀ ଦେଈ କହିଛନ୍ତି, ଭତ୍ତା ଟଙ୍କା ଉପରେ ଆମେ ନିର୍ଭର କରୁ। ଏପର୍ଯ୍ୟନ୍ତ ଭତ୍ତା ମିଳିନାହିଁ। ପାଖରେ ଥିବା ଟଙ୍କା ସରିଆସିଲାଣି। ଆଗକୁ କିପରି ଚଳିବୁ, ସେ ନେଇ ଚିନ୍ତାରେ ପଡ଼ିଛୁ। ଏ ନେଇ ସରପଞ୍ଚ ସୁବାସିନୀ ଦାସ କହିଛନ୍ତି, ଏହି ପଞ୍ଚାୟତର ୧୫ଟି ୱାର୍ଡ ମଧ୍ୟରୁ ୪ଟି ୱାର୍ଡରେ ଭତ୍ତା ବଣ୍ଟା ସରିଛି। ଖୁବଶୀଘ୍ର ଅନ୍ୟ ୱାର୍ଡରେ ଭତ୍ତା ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ, ଗହମ ଯୋଗାଇ ଦିଆଯିବ। ଗ୍ରାମର ବ୍ରିକମ କେଶରୀ ବଡଜେନା କହିଛନ୍ତି, ଏମାନେ ସାଧାରଣତଃ ଶିଳ୍ପ, କୋଠାବାଡ଼ିି, ରାସ୍ତା କାମ କରିବା ସହ ମୂଲମଜୁରି ଲାଗି ଚଳନ୍ତି। ଏବେ ଲକ୍‌ଡାଉନ୍‌ ଯୋଗୁ କାମ ବନ୍ଦ ରହିଛି। ତେଣୁ ପରିବାର ଚିନ୍ତା ବଳେଇ ପଡ଼ିଛି। ଏମାନଙ୍କ ଲାଗି ସରକାର ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିିଛି।


Enter your email to get our daily news in your inbox.

All Right Reserved By Dharitri.Com

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri