ଘନଉଛି ପରିବା ସଙ୍କଟ, ଚିନ୍ତାରେ ଚାଷୀ

କଟକ ଅଫିସ/ ଆଠଗଡ଼(ସ୍ବ.ପ୍ର),୨୮ା୩:ବାଦାମବାଡ଼ି ମୁଖ୍ୟରାସ୍ତାରେ ଶୁକ୍ରବାରଠାରୁ ଖୋଲିଛି ପରିବା ହାଟ। ଛତ୍ରବଜାରରେ ମାତ୍ରାଧିକ ଜନଗହଳି ହେବାରୁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବାଦାମବାଡ଼ି ମୁଖ୍ୟ ରାସ୍ତାକୁ ଏହି ହାଟକୁ ଉଠାଇ ଅଣାଯାଇଛି। ‘ଲକ୍‌ଡାଉନ୍‌’ ବଳବତ୍ତର ଥିବାରୁ ଏହି ରାସ୍ତା ଏବେ ପୂରା ଫାଙ୍କା। ନିୟମ ମାନି ନିର୍ଦ୍ଦିଷ୍ଟ ପରିସର ମଧ୍ୟରେ ରହି ଲୋକଙ୍କୁ ପରିବା କିଣିବାକୁ ସଚେତନ କରାଯାଉଛି। ତେବେ ବର୍ତ୍ତମାନ ପରିସ୍ଥିତିରେ କଟକକୁ ପରିବା ଆମଦାନୀ ହ୍ରାସ ପାଇଲାଣି। ପୂର୍ବାପେକ୍ଷା ୪୦ ପ୍ରତିଶତ କମ୍‌ ପରିବା ଆସୁଛି ବୋଲି ଛତ୍ରବଜାର ପୂଜା କମିଟି ସଭାପତି ତଥା ବ୍ୟବସାୟୀ ଦେବେନ୍ଦ୍ରନାଥ ସାହୁ କହିଛନ୍ତି। ଏଠାକୁ କଟକ ଜିଲାର ବିଭିନ୍ନ ସ୍ଥାନ ଯଥା ଆଠଗଡ଼, ବାଙ୍କୀ, ସାଲେପୁର ସମେତ ଉପକଣ୍ଠ ବୟାଳିଶ ମୌଜା, ଚୌଦ୍ୱାର ଅଞ୍ଚଳରୁ ପରିବା ଆସିଥାଏ। ବଲାଙ୍ଗୀର, ଅନୁଗୋଳ, ବରଗଡ଼, କେନ୍ଦୁଝର ଜିଲାରୁ ମଧ୍ୟ ଚାଷୀମାନେ ପରିବା ପଠାନ୍ତି। ହେଲେ ଏବେ କଟକଣା ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ଚାଷୀମାନେ ମଧ୍ୟ କରୋନା ଭୟରେ ବ୍ୟବସାୟଠାରୁ ଦୂରରେ ରହିଛନ୍ତି। ତେଣୁ ଆମଦାନୀ ଦିନକୁ ଦିନ କମୁଛି ବୋଲି ସାହୁ ପ୍ରକାଶ କରିଛନ୍ତି। ପରିବା ବିକ୍ରି କମିଥିବାରୁ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଆଉ ୧୦ ଦିନ ପରେ କ’ଣ ହେବ ତାହା କହିବା ମୁସ୍କିଲ ବୋଲି ଅନ୍ୟ ଜଣେ ପରିବା ବ୍ୟବସାୟୀ କହିଛନ୍ତି। ଖରାଦିନ ଯୋଗୁ ପରିବା ଉତ୍ପାଦନ ମଧ୍ୟ କମିଲାଣି। ଆଗାମୀ ଦିନରେ ସହରରେ ପରିବା ସଙ୍କଟ ଦେଖାଦେବ ବୋଲି ଆଶଙ୍କା ଉପୁଜିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ନିଶାନ୍ତ ବାର ସ୍ଥାନାନ୍ତର ପାଇଁ ତେଜିଲା ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା -ଟିଟିଲାଗଡ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶରେ ନିଶାନ୍ତ ବାର ଖୋଲିବାକୁ ପ୍ରୟାସ ଚାଲିଛି। ୱାର୍ଡବାସୀ…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri