ଗ୍ରାହକଙ୍କ ବିଶ୍ୱାସ ଭରଷାର ଅନ୍ୟନାମ;ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ

ଯେକୌଣସି ବାଣିଜ୍ୟ ଲାଗି ଗ୍ରାହକଙ୍କ ରେସ୍‌ପନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଗ୍ରାହକ ଆଦୃତି ଲାଭ ଦ୍ୱାରା ବ୍ରାଣ୍ଡ ଆଗକୁ ଅଗ୍ରସର ହେବାରେ କୌଣସି ଅସୁବିଧା ହୁଏ ନାହିଁ। ସେହିଭଳି ସ୍ବତନ୍ତ୍ର ସେବା ଯୋଗାଣ ଦ୍ୱାରା ଗ୍ରାହକଙ୍କ ନିକଟତର ହେବା ନେଇ ସହଜ ହୋଇଥାଏ ବୋଲି ଇଲେକଟ୍ରୋନିକ୍ସ ଯୋଗାଣ କ୍ଷେତ୍ରରେ ରାଜ୍ୟର ଲୋକପ୍ରିୟ ବ୍ରାଣ୍ଡ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ସ୍ବତ୍ତ୍ୱାଧିକାରୀ ରାଜେଶ ଗୁପ୍ତା କହିଛନ୍ତି। ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ବିଭିନ୍ନ ଯୋଜନା ଏବଂ ସେବା ଯୋଗାଣ ଧାରା ଉପରେ ସେ ଗୁପ୍ତା ‘ଧରିତ୍ରୀ’କୁ ଦେଇଥିବା ସାକ୍ଷାତକାର…
ରାଜ୍ୟରେ କେଉଁ କେଉଁ ସ୍ଥାନଗୁଡିକରେ ଗୁପ୍ତା ଡିଷ୍ଟିବୁଟର୍ସ ଉପସ୍ଥିତି ଜାହିର କରି ପାରିଛି ?
– ଭୁବନେଶ୍ୱରରେ ୩, କଟକରେ ୪, ଜଗତସିଂହପୁର ଟାଉନ, ଜଗତସିଂହପୁର, ନିମାପଡା, ପୁରୀ, ଖୋର୍ଦ୍ଧା, ଜଟଣୀ, ବାଲୁଗାଁ, ନୟାଗଡ, ଓଡଗଁା, ବଡମ୍ବା, ଭଦ୍ରକ ଭଳି ସ୍ଥାନଗୁଡିକରେ ମୋଟ ୧୯ ଷ୍ଟୋର ସହ ଗ୍ରାହକଙ୍କୁ ସେବା ଯୋଗାଣ ହେଉଛି।
ଗ୍ରାହକ ସେବାକୁ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ କିଭଳି ଗୁରୁତ୍ୱ ଦେଇ ଆସିଛି?
– ଗ୍ରାହକଙ୍କୁ ସର୍ବଦା ସ୍ବତନ୍ତ୍ର ସ୍ଥାନରେ ରଖିଛୁ। ଆମ ପାଇଁ ଗ୍ରାହକ ସବୁ ବେଳେ ଗୁରୁତ୍ୱ ବହନ କରି ଆସିଛନ୍ତି। ଷ୍ଟୋର ପକ୍ଷରୁ ପ୍ରଦାନ କରାଯାଉଥିବା ସେବାକୁ ସେମାନେ ଭଲ ପାଇବା ଦେବା ସହ ଆମକୁ ସ୍ବତନ୍ତ୍ର ସ୍ଥାନ ଦେଇଛନ୍ତି। ସେମାନଙ୍କ ଭଲ ପାଇବା, ଭରଷା ଏବଂ ବିଶ୍ୱାସର ଅନ୍ୟନାମ ଭାବେ ଏବେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ବେଶ ଲୋକପ୍ରିୟ। ଗ୍ରାହକଙ୍କଠାରୁ ସବୁ ବେଳେ ମତାମତ ଗ୍ରହଣ କରି ସେବାରେ ନୂତନତ୍ୱ ଯୋଡୁଛୁ, ଯାହା ଆମକୁ ଆଗକୁ ବଢିବାରେ ପ୍ରେରଣା ଯୋଗାଇଛି। ଶୋ’ରୁମରେ ସହଜ ଫାଇନାନ୍ସ ସୁବିଧା, ଗୁପ୍ତା କେୟାର ଦ୍ୱାରା ଅତିରିକ୍ତ ରିହାତି ସୁବିଧା ସହ ଅନ୍ୟାନ୍ୟ ସ୍ବତନ୍ତ୍ର ସେବା ପ୍ରଦାନ କରାଯାଉଛି।
– ରାଜ୍ୟର ଅନ୍ୟ ପ୍ରାନ୍ତରେ ଷ୍ଟୋର ସମ୍ପ୍ରସାରଣ ଯୋଜନା ରଖିଛନ୍ତି କି? ରାଜ୍ୟର ଅନ୍ୟ ପ୍ରାନ୍ତରେ ଷ୍ଟୋର ଖୋଲିବା ନେଇ ଯୋଜନା ରଖାଯାଇଛି। ରାଜ୍ୟର ମୋଟ୍‌ ଇଲେକଟ୍ରୋନିକ୍ସ ସାମଗ୍ରୀ ମଧ୍ୟରୁ ଅଧିକାଂଶ ବିକ୍ରି ଉପକୂଳ ଏବଂ କେନ୍ଦ୍ର ଓଡିଶାରେ ହେଉଥିବାରୁ ଏହି ସ୍ଥାନଗୁଡିକରେ ସ୍ଥିତି ମଜଭୂତ କରିଛୁ। ଖୁବ ଶୀଘ୍ର ଆମ ନେଟ୍‌ଓ୍ବର୍କରେ ଆଉ ୫ ଷ୍ଟୋର ଯୋଡାଯିବ। ରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡିକରେ ନୂଆ ଶୋ’ରୁମ ଖୋଲିବାକୁ ଯୋଜନା ରହିଛି।
– ଅନ୍‌ଲାଇନ ମାର୍କେଟ ପ୍ଲେସର ବଜାର ଅଂଶ ବଢୁଛି। ଏହାକୁ ନେଇ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ କିଭଳି ପ୍ରସ୍ତୁତ?
– ଅନ୍‌ଲାଇନ ଇଲେକଟ୍ରୋନିକ୍ସ ବଜାର ଏବେ ଦ୍ରୁତତର ହୋଇଥିବା ବେଳେ ଏହାକୁ ନେଇ ଆମ କୌଶଳରେ ପରିବର୍ତ୍ତନ ଆଣିଛୁ। ଗ୍ରାହକଙ୍କୁ ଅନ୍‌ଲାଇନ ଭଳି କମ୍ପିଟିଟିଭ ମୂଲ୍ୟରେ ସାମଗ୍ରୀ ଯୋଗାଣ ନେଇ ଯୋଜନା ରହିଛି। ଆମ ଷ୍ଟୋରଗୁଡିକୁ ସ୍ବତନ୍ତ୍ର କରି ପ୍ରସ୍ତୁତ କରୁଛୁ। ଅନଲାଇନରେ ଟଚ୍‌ ଆଣ୍ଡ ଫିଲ ତଥା ସାମଗ୍ରୀ କ୍ଷେତ୍ରରେ ଅସୁବିଧା ହେଲେ ଅଭିଯୋଗ ସମାଧାନ ତ୍ୱରିତ ହୋଇ ନ ଥାଏ। ଏଭଳି ପ୍ରସଙ୍ଗକୁ ବିଚାର କରି ବିଭିନ୍ନ ପଦକ୍ଷେପ ନେଉଛୁ। ପଟିଆ ଷ୍ଟୋର ପୂର୍ବାଞ୍ଚଳର ସବୁଠାରୁ ବେଷ୍ଟ ଷ୍ଟୋର ହୋଇ ପାରିଛି। ସେହିଭଳି ସିଡିଏ, ବରମୁଣ୍ଡା, ସହିଦ ନଗର ଷ୍ଟୋରକୁ ସ୍ବତନ୍ତ୍ର ଏକ୍ସପେରିଏକ୍ସ ଜୋନ ଭାବେ ଗଢିତୋଳିବାକୁ ପ୍ରୟାସ ଜାରି ରଖିଛୁ। ସ୍ବତନ୍ତ୍ର ଢଙ୍ଗରେ ଷ୍ଟୋରକୁ ସଜାଇବା ସହ ଲାଇଟ, ଡିସ୍ପଲେ, ଅଭିଜ୍ଞ ସେଲସ୍‌ ଟିମ୍‌ ପ୍ରସ୍ତୁତ ରହିଛି।
ସହିଦ ନଗରରେ ସ୍ବତନ୍ତ୍ର ଆଇଟି ଜୋନ
– ଶହିଦ ନଗରରେ ସ୍ବତନ୍ତ୍ର ଆଇଟି ଜୋନ ଶୀଘ୍ର ଶୁଭାରମ୍ଭ ହେବ। ଏହା ସାରା ଓଡିଶାରେ ଉକ୍ତ ବର୍ଗରେ ସବୁଠାରୁ ବଡ ପ୍ରୋଜେକ୍ଟ ବୋଲି ଗୁପ୍ତା କହିଛନ୍ତି। ୫ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ୩ଟି ଫ୍ଲୋରରେ ଏହା ସେବା ଯୋଗାଇବ। ହାଇଏଣ୍ଡ ସେଗ୍‌ମେଣ୍ଟର ପ୍ରଡକ୍ଟଗୁଡିକ ଏଠାରେ ଉପଲବ୍ଧ ହେବ। ଏହା ମଧ୍ୟରେ ଲ୍ୟାପଟପ୍‌, କ୍ୟାମେରା, ମୋବାଇଳ ପ୍ରିଣ୍ଟର ଭଳି ଅନ୍ୟ ପ୍ରଡକ୍ଟ ସାମିଲ ରହିବ।
– ପାର୍ବଣରେ ନବରାତ୍ର ଅଫର
ଗ୍ରାହକଙ୍କ ଲାଗି ପାର୍ବଣରେ ନବରାତ୍ର ଅଫର ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ଏହା ମଧ୍ୟରେ ନ୍ୟୁନତମମୂଲ୍ୟରେ ପ୍ରଡକ୍ଟ ଯୋଗାଣ, ସହଜ ଇଏମ୍‌ଆଇ, ବର୍ଦ୍ଧିତ ଓ୍ବାରେଣ୍ଟି, ବିଭିନ୍ନ କମ୍ପାନୀର କ୍ରେଡିଟ ଡେବିଟ୍‌ କାର୍ଡରେ କ୍ରୟ ଉପରେ ୧୫% ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ, ଲକି ଡ୍ର ଏବଂ ବମ୍ପର ଡ୍ର, ଗିଫ୍ଟ ଭାଉଚର, ପ୍ରତି କ୍ରୟ ଉପରେ କମ୍ପାନୀ ଅଫର ସହ ୩ଟି ଆକର୍ଷଣୀୟ ନିଶ୍ଚିତ ଉପହାର କେବଳ ଗୁପ୍ତାରେ, ୪୦% ପର୍ଯ୍ୟନ୍ତ ଡିସକାଉଣ୍ଟ, ସମାନ ଦିନରେ ଡେଲିଭରୀ, ସହଜ ଅନଲାଇନ ଯୋଗେ ଦେୟ ପ୍ରଦାନ, ମୋବାଇଲ ଉପରେ ମାନୁଫାକଚରଙ୍କ ପକ୍ଷରୁ ୧ ବର୍ଷ ଓ୍ବାରେଣ୍ଟି ସହ ଗୁପ୍ତାର ଆଉ ୧ ବର୍ଷ ଓ୍ବାରେଣ୍ଟି ଭଳି ଅନ୍ୟ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri