ଗ୍ରାହକଙ୍କ ବିଶ୍ୱାସ ଭରଷାର ଅନ୍ୟନାମ;ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ

ଯେକୌଣସି ବାଣିଜ୍ୟ ଲାଗି ଗ୍ରାହକଙ୍କ ରେସ୍‌ପନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଗ୍ରାହକ ଆଦୃତି ଲାଭ ଦ୍ୱାରା ବ୍ରାଣ୍ଡ ଆଗକୁ ଅଗ୍ରସର ହେବାରେ କୌଣସି ଅସୁବିଧା ହୁଏ ନାହିଁ। ସେହିଭଳି ସ୍ବତନ୍ତ୍ର ସେବା ଯୋଗାଣ ଦ୍ୱାରା ଗ୍ରାହକଙ୍କ ନିକଟତର ହେବା ନେଇ ସହଜ ହୋଇଥାଏ ବୋଲି ଇଲେକଟ୍ରୋନିକ୍ସ ଯୋଗାଣ କ୍ଷେତ୍ରରେ ରାଜ୍ୟର ଲୋକପ୍ରିୟ ବ୍ରାଣ୍ଡ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ସ୍ବତ୍ତ୍ୱାଧିକାରୀ ରାଜେଶ ଗୁପ୍ତା କହିଛନ୍ତି। ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ବିଭିନ୍ନ ଯୋଜନା ଏବଂ ସେବା ଯୋଗାଣ ଧାରା ଉପରେ ସେ ଗୁପ୍ତା ‘ଧରିତ୍ରୀ’କୁ ଦେଇଥିବା ସାକ୍ଷାତକାର…
ରାଜ୍ୟରେ କେଉଁ କେଉଁ ସ୍ଥାନଗୁଡିକରେ ଗୁପ୍ତା ଡିଷ୍ଟିବୁଟର୍ସ ଉପସ୍ଥିତି ଜାହିର କରି ପାରିଛି ?
– ଭୁବନେଶ୍ୱରରେ ୩, କଟକରେ ୪, ଜଗତସିଂହପୁର ଟାଉନ, ଜଗତସିଂହପୁର, ନିମାପଡା, ପୁରୀ, ଖୋର୍ଦ୍ଧା, ଜଟଣୀ, ବାଲୁଗାଁ, ନୟାଗଡ, ଓଡଗଁା, ବଡମ୍ବା, ଭଦ୍ରକ ଭଳି ସ୍ଥାନଗୁଡିକରେ ମୋଟ ୧୯ ଷ୍ଟୋର ସହ ଗ୍ରାହକଙ୍କୁ ସେବା ଯୋଗାଣ ହେଉଛି।
ଗ୍ରାହକ ସେବାକୁ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ କିଭଳି ଗୁରୁତ୍ୱ ଦେଇ ଆସିଛି?
– ଗ୍ରାହକଙ୍କୁ ସର୍ବଦା ସ୍ବତନ୍ତ୍ର ସ୍ଥାନରେ ରଖିଛୁ। ଆମ ପାଇଁ ଗ୍ରାହକ ସବୁ ବେଳେ ଗୁରୁତ୍ୱ ବହନ କରି ଆସିଛନ୍ତି। ଷ୍ଟୋର ପକ୍ଷରୁ ପ୍ରଦାନ କରାଯାଉଥିବା ସେବାକୁ ସେମାନେ ଭଲ ପାଇବା ଦେବା ସହ ଆମକୁ ସ୍ବତନ୍ତ୍ର ସ୍ଥାନ ଦେଇଛନ୍ତି। ସେମାନଙ୍କ ଭଲ ପାଇବା, ଭରଷା ଏବଂ ବିଶ୍ୱାସର ଅନ୍ୟନାମ ଭାବେ ଏବେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ବେଶ ଲୋକପ୍ରିୟ। ଗ୍ରାହକଙ୍କଠାରୁ ସବୁ ବେଳେ ମତାମତ ଗ୍ରହଣ କରି ସେବାରେ ନୂତନତ୍ୱ ଯୋଡୁଛୁ, ଯାହା ଆମକୁ ଆଗକୁ ବଢିବାରେ ପ୍ରେରଣା ଯୋଗାଇଛି। ଶୋ’ରୁମରେ ସହଜ ଫାଇନାନ୍ସ ସୁବିଧା, ଗୁପ୍ତା କେୟାର ଦ୍ୱାରା ଅତିରିକ୍ତ ରିହାତି ସୁବିଧା ସହ ଅନ୍ୟାନ୍ୟ ସ୍ବତନ୍ତ୍ର ସେବା ପ୍ରଦାନ କରାଯାଉଛି।
– ରାଜ୍ୟର ଅନ୍ୟ ପ୍ରାନ୍ତରେ ଷ୍ଟୋର ସମ୍ପ୍ରସାରଣ ଯୋଜନା ରଖିଛନ୍ତି କି? ରାଜ୍ୟର ଅନ୍ୟ ପ୍ରାନ୍ତରେ ଷ୍ଟୋର ଖୋଲିବା ନେଇ ଯୋଜନା ରଖାଯାଇଛି। ରାଜ୍ୟର ମୋଟ୍‌ ଇଲେକଟ୍ରୋନିକ୍ସ ସାମଗ୍ରୀ ମଧ୍ୟରୁ ଅଧିକାଂଶ ବିକ୍ରି ଉପକୂଳ ଏବଂ କେନ୍ଦ୍ର ଓଡିଶାରେ ହେଉଥିବାରୁ ଏହି ସ୍ଥାନଗୁଡିକରେ ସ୍ଥିତି ମଜଭୂତ କରିଛୁ। ଖୁବ ଶୀଘ୍ର ଆମ ନେଟ୍‌ଓ୍ବର୍କରେ ଆଉ ୫ ଷ୍ଟୋର ଯୋଡାଯିବ। ରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡିକରେ ନୂଆ ଶୋ’ରୁମ ଖୋଲିବାକୁ ଯୋଜନା ରହିଛି।
– ଅନ୍‌ଲାଇନ ମାର୍କେଟ ପ୍ଲେସର ବଜାର ଅଂଶ ବଢୁଛି। ଏହାକୁ ନେଇ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ କିଭଳି ପ୍ରସ୍ତୁତ?
– ଅନ୍‌ଲାଇନ ଇଲେକଟ୍ରୋନିକ୍ସ ବଜାର ଏବେ ଦ୍ରୁତତର ହୋଇଥିବା ବେଳେ ଏହାକୁ ନେଇ ଆମ କୌଶଳରେ ପରିବର୍ତ୍ତନ ଆଣିଛୁ। ଗ୍ରାହକଙ୍କୁ ଅନ୍‌ଲାଇନ ଭଳି କମ୍ପିଟିଟିଭ ମୂଲ୍ୟରେ ସାମଗ୍ରୀ ଯୋଗାଣ ନେଇ ଯୋଜନା ରହିଛି। ଆମ ଷ୍ଟୋରଗୁଡିକୁ ସ୍ବତନ୍ତ୍ର କରି ପ୍ରସ୍ତୁତ କରୁଛୁ। ଅନଲାଇନରେ ଟଚ୍‌ ଆଣ୍ଡ ଫିଲ ତଥା ସାମଗ୍ରୀ କ୍ଷେତ୍ରରେ ଅସୁବିଧା ହେଲେ ଅଭିଯୋଗ ସମାଧାନ ତ୍ୱରିତ ହୋଇ ନ ଥାଏ। ଏଭଳି ପ୍ରସଙ୍ଗକୁ ବିଚାର କରି ବିଭିନ୍ନ ପଦକ୍ଷେପ ନେଉଛୁ। ପଟିଆ ଷ୍ଟୋର ପୂର୍ବାଞ୍ଚଳର ସବୁଠାରୁ ବେଷ୍ଟ ଷ୍ଟୋର ହୋଇ ପାରିଛି। ସେହିଭଳି ସିଡିଏ, ବରମୁଣ୍ଡା, ସହିଦ ନଗର ଷ୍ଟୋରକୁ ସ୍ବତନ୍ତ୍ର ଏକ୍ସପେରିଏକ୍ସ ଜୋନ ଭାବେ ଗଢିତୋଳିବାକୁ ପ୍ରୟାସ ଜାରି ରଖିଛୁ। ସ୍ବତନ୍ତ୍ର ଢଙ୍ଗରେ ଷ୍ଟୋରକୁ ସଜାଇବା ସହ ଲାଇଟ, ଡିସ୍ପଲେ, ଅଭିଜ୍ଞ ସେଲସ୍‌ ଟିମ୍‌ ପ୍ରସ୍ତୁତ ରହିଛି।
ସହିଦ ନଗରରେ ସ୍ବତନ୍ତ୍ର ଆଇଟି ଜୋନ
– ଶହିଦ ନଗରରେ ସ୍ବତନ୍ତ୍ର ଆଇଟି ଜୋନ ଶୀଘ୍ର ଶୁଭାରମ୍ଭ ହେବ। ଏହା ସାରା ଓଡିଶାରେ ଉକ୍ତ ବର୍ଗରେ ସବୁଠାରୁ ବଡ ପ୍ରୋଜେକ୍ଟ ବୋଲି ଗୁପ୍ତା କହିଛନ୍ତି। ୫ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ୩ଟି ଫ୍ଲୋରରେ ଏହା ସେବା ଯୋଗାଇବ। ହାଇଏଣ୍ଡ ସେଗ୍‌ମେଣ୍ଟର ପ୍ରଡକ୍ଟଗୁଡିକ ଏଠାରେ ଉପଲବ୍ଧ ହେବ। ଏହା ମଧ୍ୟରେ ଲ୍ୟାପଟପ୍‌, କ୍ୟାମେରା, ମୋବାଇଳ ପ୍ରିଣ୍ଟର ଭଳି ଅନ୍ୟ ପ୍ରଡକ୍ଟ ସାମିଲ ରହିବ।
– ପାର୍ବଣରେ ନବରାତ୍ର ଅଫର
ଗ୍ରାହକଙ୍କ ଲାଗି ପାର୍ବଣରେ ନବରାତ୍ର ଅଫର ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ଏହା ମଧ୍ୟରେ ନ୍ୟୁନତମମୂଲ୍ୟରେ ପ୍ରଡକ୍ଟ ଯୋଗାଣ, ସହଜ ଇଏମ୍‌ଆଇ, ବର୍ଦ୍ଧିତ ଓ୍ବାରେଣ୍ଟି, ବିଭିନ୍ନ କମ୍ପାନୀର କ୍ରେଡିଟ ଡେବିଟ୍‌ କାର୍ଡରେ କ୍ରୟ ଉପରେ ୧୫% ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ, ଲକି ଡ୍ର ଏବଂ ବମ୍ପର ଡ୍ର, ଗିଫ୍ଟ ଭାଉଚର, ପ୍ରତି କ୍ରୟ ଉପରେ କମ୍ପାନୀ ଅଫର ସହ ୩ଟି ଆକର୍ଷଣୀୟ ନିଶ୍ଚିତ ଉପହାର କେବଳ ଗୁପ୍ତାରେ, ୪୦% ପର୍ଯ୍ୟନ୍ତ ଡିସକାଉଣ୍ଟ, ସମାନ ଦିନରେ ଡେଲିଭରୀ, ସହଜ ଅନଲାଇନ ଯୋଗେ ଦେୟ ପ୍ରଦାନ, ମୋବାଇଲ ଉପରେ ମାନୁଫାକଚରଙ୍କ ପକ୍ଷରୁ ୧ ବର୍ଷ ଓ୍ବାରେଣ୍ଟି ସହ ଗୁପ୍ତାର ଆଉ ୧ ବର୍ଷ ଓ୍ବାରେଣ୍ଟି ଭଳି ଅନ୍ୟ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାହରୁଖଙ୍କୁ ଝଟକା ଦେବାକୁ ପ୍ରସ୍ତୁତ ଗୁଜୁରାଟ! ଏହି ୩ ଖେଳାଳିଙ୍କୁ ଦଳରୁ ବାଦ ଦେଇପାରେ GT, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲୀ,୨୭।୧୦: IPL 2027 ନିଲାମ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ନିଜ ଦଳରେ ପରିବର୍ତ୍ତନ କରିପାରେ। ଆଗାମୀ ସିଜିନ ପାଇଁ ଦଳ ନିକଟରେ ଶକ୍ତିଶାଳୀ ଖେଳାଳି ଚୟନ କରିବାର…

ଗବେଷଣାରୁ ଖୁଲାସା; ମୃତ୍ୟୁ ପରେ ଶବ୍ଦକରେ ମନୁଷ୍ୟ ଶରୀର, ୧୬ ମାସ ପର୍ଯ୍ୟନ୍ତ….

ଅଷ୍ଟ୍ରେଲିଆ,୨୭।୧୦: ମୃତ୍ୟୁ ପରେ ମଧ୍ୟ ମନୁଷ୍ୟ ଶରୀର ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୁଏ ନାହିଁ । ବରଂ ଏହା ଭିତରେ ଏକ ଭିନ୍ନ ପ୍ରକ୍ରିୟା ଚାଲୁ ରହେ, ଯାହା…

WPL Auction: ମୁମ୍ବାଇ ଇଣ୍ଡିଆନ୍ସ କାଙ୍ଗାଳ, ନିଲାମ ପୂର୍ବରୁ ଜାଣନ୍ତୁ, କେଉଁ ଦଳ ପାଖରେ କେତେ ଟଙ୍କା ରହିଛି

ନୂଆଦିଲ୍ଲୀ,୨୭।୧୦: WPL 2027 ନିଲାମ ଅକ୍ଟୋବର ୨୮ରେ କୋଚିରେ ଅନୁଷ୍ଠିତ ହେବ। ପଞ୍ଚମ ସିଜିନ ପୂର୍ବରୁ ୧୪୬ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବେ ଏବଂ…

କମ ବ୍ୟାକ କରିବେ ପନ୍ତ-ବୁମରାହ; ଜାଣନ୍ତୁ କେବେ

ନୂଆଦିଲ୍ଲୀ,୨୭।୧୦: ଭାରତୀୟ କ୍ରିକେଟର ଦୁଇଜଣ ପ୍ରମୁଖ ତାରକାଙ୍କୁ ପୁଣିଥରେ ପଡ଼ିଆରେ ଦେଖିବା ପାଇଁ ଚାଲିଥିବା ଅପେକ୍ଷା ଶୀଘ୍ର ଶେଷ ହୋଇପାରେ। ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଏବଂ…

ମୋଦିଙ୍କ ପରିବାରକୁ ନେଇ ଖାର୍ଗେଙ୍କ ମନ୍ତବ୍ୟରେ ବିବାଦ, କଂଗ୍ରେସକୁ ଘେରିଲେ ମନମୋହନ ସାମଲ

ଭୁବନେଶ୍ୱର,୨୭।୧୦(ସୁନିତ୍‌ ମିଶ୍ର): ରାଜନୀତିରେ ଆଦର୍ଶ, ବିଚାରଧାରା ଓ ମର୍ଯ୍ୟାଦାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ରାଜନୀତି ଆଦର୍ଶବାଦ ତଥା ବିଚାରଧାରା ଉପରେ ପର୍ଯ୍ୟବସିତ। ଗଣତନ୍ତ୍ରରେ ମତଭେଦ…

ଋଷିଆ ଓ ୟୁକ୍ରେନ ମଧ୍ୟରେ ହୋଇଛି ଯୁଦ୍ଧବିରତି; ମେଲାନିଆ ଟ୍ରମ୍ପ କରିଥିଲେ ମଧ୍ୟସ୍ଥତା

ଓ୍ବାଶିଂଟନ,୨୭।୧୦: ମଙ୍ଗଳବାର (ଅକ୍ଟୋବର ୨୭) ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ସ୍ଥାନୀୟ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଉଲ୍ଲେଖନୀୟ ଯେ, ଆମେରିକାର ପ୍ରଥମ ମହିଳା (ଫାଷ୍ଟ ଲେଡି)…

ଲକ୍ଷ୍ମୀପୂଜା ଦେଖି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୨ଜୀବନ

ପରଜଙ୍ଗ,୨୭।୧୦(ନିଗମାନନ୍ଦ ଦଳବେହେରା): ଲକ୍ଷ୍ମୀପୂଜା ଦେଖି ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି…

ଏଇ ଭାରତରେ

ସାମୂହିକ ପ୍ରୟାସରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସହଜ ହୁଏ ଓ ନୂତନତ୍ୱର ଆଶା ସଞ୍ଚାର ହୋଇପାରେ। ଏଭଳି ଏକ ନୂଆ ସଫଳତା ଆଣିପାରିଛନ୍ତି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲା ମଚ୍ଛଲିପଟନମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?