ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ: ସବୁ ସୁନାରେ ଏବେ ବିଆଇଏସ୍‌ କିମ୍ବା ହଲ୍‌ମାର୍କ ରହିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ସୁନା କିଣିବା ବେଳେ ଏହା ବିଆଇଏସ୍‌ କିମ୍ବା ହଲମାର୍କ କି ନୁହେଁ ତାହା ଉପରେ ଗ୍ରାହକଙ୍କର ନଜର ନ ଥାଏ। ପସନ୍ଦ ହୋଇଥିବା ସୁନା କେତେ ଶୁଦ୍ଧ ତାହା ମଧ୍ୟ ଗ୍ରାହକ ଜାଣିିବା କଷ୍ଟକର। ଏହାର ଫାଇଦା ଉଠାଇ ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅସାଧୁ ସୁନା ଦୋକାନୀମାନେ ଠକୁଥିବା ଅଭିଯୋଗ ହେଉଛି। ଏଥିପାଇଁ ଯୋଗାଣ ବିଭାଗ ପକ୍ଷରୁ ବିିଭିନ୍ନ ସୁନା ଦୋକାନ ଉପରେ ଗତ କିଛିଦିନ ହେବ ଜୋରଦାର ଚଢ଼ାଉ ଜାରି ରହିଛି। କେବଳ ଯେ ଛୋଟ ଦୋକାନୀ ଠକୁଛନ୍ତି ତାହା ନୁହେଁ, ବଡ ବଡ ନାମକରା ଦୋକାନୀ ମଧ୍ୟ ଗ୍ରାହକଙ୍କୁ ନିମ୍ନମାନର ସୁନା ବିକ୍ରି କରି ଶୋଷଣ କରୁଛନ୍ତି। ସୁନା ଦୋକାନୀ ୧୪ କ୍ୟାରେଟ ଦେଇ ୨୨ କ୍ୟାରେଟର ପଇସା ନେଉଛନ୍ତି। ଗୋଟିଏ କି ଦୁଇଟି ଦୋକାନୀ ନୁହେଁ ରାଜ୍ୟବ୍ୟାପୀ ଏଭଳି ଠକେଇ ଚାଲିଛି। ଓଜନରେ ଠକୁଛନ୍ତି। ଅପମିଶ୍ରଣ କରୁଛନ୍ତି। ଲୋକେ ଯେମିତି ଠକେଇରେ ନ ପଡିବେ ସେ ନେଇ ତତ୍ପରତା ପ୍ରକାଶ ପାଇଛି। ସେଥିପାଇଁ ରାଜ୍ୟବ୍ୟାପୀ ଚଢାଉ ଆରମ୍ଭ ହୋଇଛି। ୧୦ ଦିନରେ ୪୦ଟି ଦୋକାନ ଉପରେ ଚଢାଉ କରାଯାଇଛି। ଆଗକୁ ଏପରି ଚଢାଉ ଜା’ରି ରହିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ସୁନାର ଅପମିଶ୍ରଣ ଏବଂ ଠକେଇକୁ ରୋକିବା ଲାଗି ସମସ୍ତ ସୁନା ଦୋକାନୀ ବିଆଇଏସ ଏବଂ ହଲମାର୍କ ଲେଖିବାକୁ ବାଧ୍ୟ ହେବେ। ଏ ନେଇ କେନ୍ଦ୍ର ସରକାର ଆସନ୍ତା ଜାନୁୟାରୀ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିବେ। ଏଠାରେ ସୂଚନାଯୋଗ୍ୟ ଯେ ଗତ ଶୀତ ଅଧିବେଶନରେ ସୁନା ଓଜନ ଠକେଇକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ମନ୍ତ୍ରୀ ରାଜ୍ୟର କେଉଁ ଦୋକାନ ଉପରେ ଚଢାଉ କରାଯାଇଛି ସେ ନେଇ ତଥ୍ୟ ଦେଇଥିଲେ। ହେଲେ ଭୁବନେଶ୍ୱର କିମ୍ବା ବ୍ରହ୍ମପୁର ସହରର କୌଣସି ସୁନା ଦୋକାନୀଙ୍କ ନାମ ନ ଥିଲା। ଏହାକୁ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଭାଗୀୟ ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମାପ ଏବଂ ଓଜନ ଯାଞ୍ଚ କରିବା ଦାୟିତ୍ୱରେ ଥିବା ଅଧିକାରୀମାନେ ଗତ କିଛି ଦିନ ହେବ ଭୁବନେଶ୍ୱର ଓ ବ୍ରହ୍ମପୁର ସହରରେ ମଧ୍ୟ ବ୍ୟାପକ ଚଢାଉ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ ବି ବଦଳିନି ଭାଗ୍ୟ: ଗୁଡ଼ାରିରେ ପୋଲ ନଥିବାରୁ ନାଳରେ ବୁହାହେଲେ ରୋଗୀ

ଗୁଡ଼ାରି, ୨୭।୧୦ (ପ୍ରମୋଦ କୁମାର ପତି): ଆଜିର ଆଧୁନିକ ଯୁଗରେ ବି ଗାଁକୁ ରାସ୍ତା ଓ ପୋଲ ନଥିବାରୁ ଜରୁରୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ରାୟଗଡ଼ା…

ନଭେମ୍ୱରରେ ଏହି ୪ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ; ମିଳିବ ପ୍ରଚୁର ଧନ, ନୂଆ ଚାକିରିର ଅଫର୍‌

ନଭେମ୍ୱର ମାସର ଆରମ୍ଭରେ ବୃହସ୍ପତି ସିଂହ ରାଶିରେ ବିରାଜମାନ ରହିବେ। ଏହା ସହିତ ଶୁକ୍ର ବକ୍ରୀ ହୋଇ କନ୍ୟା ରାଶିକୁ ଗୋଚର କରିବା ଏବଂ ବୁଧ ତୁଳା…

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ହଠାତ୍‌ ବଦଳିଲା ସମୟ

ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

ଦ୍ବୀପରେ ଅଟକି ରହିଥିଲେ କଙ୍କଡ଼ା ଧରାଳି, ଉଦ୍ଧାର ହୋଇ ଆସିଲେ

ମହାକାଳପଡ଼ା,୨୭।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବରପଡ଼ାର ୨୦ଜଣ କଙ୍କଡ଼ା ଧରାଳି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ହୁକିଟୋଲା ଅନତୀ ଦୂରରେ ଥିବା…

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

Featured Video Play Icon

ଅର୍ଣ୍ଣବ ପ୍ରକୋପ: ଭୟଙ୍କର ଦେଖାଗଲା ସମୁଦ୍ର! ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅର୍ଣ୍ଣବ। ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ଅର୍ଣ୍ଣବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?