ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ: ସବୁ ସୁନାରେ ଏବେ ବିଆଇଏସ୍‌ କିମ୍ବା ହଲ୍‌ମାର୍କ ରହିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ସୁନା କିଣିବା ବେଳେ ଏହା ବିଆଇଏସ୍‌ କିମ୍ବା ହଲମାର୍କ କି ନୁହେଁ ତାହା ଉପରେ ଗ୍ରାହକଙ୍କର ନଜର ନ ଥାଏ। ପସନ୍ଦ ହୋଇଥିବା ସୁନା କେତେ ଶୁଦ୍ଧ ତାହା ମଧ୍ୟ ଗ୍ରାହକ ଜାଣିିବା କଷ୍ଟକର। ଏହାର ଫାଇଦା ଉଠାଇ ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅସାଧୁ ସୁନା ଦୋକାନୀମାନେ ଠକୁଥିବା ଅଭିଯୋଗ ହେଉଛି। ଏଥିପାଇଁ ଯୋଗାଣ ବିଭାଗ ପକ୍ଷରୁ ବିିଭିନ୍ନ ସୁନା ଦୋକାନ ଉପରେ ଗତ କିଛିଦିନ ହେବ ଜୋରଦାର ଚଢ଼ାଉ ଜାରି ରହିଛି। କେବଳ ଯେ ଛୋଟ ଦୋକାନୀ ଠକୁଛନ୍ତି ତାହା ନୁହେଁ, ବଡ ବଡ ନାମକରା ଦୋକାନୀ ମଧ୍ୟ ଗ୍ରାହକଙ୍କୁ ନିମ୍ନମାନର ସୁନା ବିକ୍ରି କରି ଶୋଷଣ କରୁଛନ୍ତି। ସୁନା ଦୋକାନୀ ୧୪ କ୍ୟାରେଟ ଦେଇ ୨୨ କ୍ୟାରେଟର ପଇସା ନେଉଛନ୍ତି। ଗୋଟିଏ କି ଦୁଇଟି ଦୋକାନୀ ନୁହେଁ ରାଜ୍ୟବ୍ୟାପୀ ଏଭଳି ଠକେଇ ଚାଲିଛି। ଓଜନରେ ଠକୁଛନ୍ତି। ଅପମିଶ୍ରଣ କରୁଛନ୍ତି। ଲୋକେ ଯେମିତି ଠକେଇରେ ନ ପଡିବେ ସେ ନେଇ ତତ୍ପରତା ପ୍ରକାଶ ପାଇଛି। ସେଥିପାଇଁ ରାଜ୍ୟବ୍ୟାପୀ ଚଢାଉ ଆରମ୍ଭ ହୋଇଛି। ୧୦ ଦିନରେ ୪୦ଟି ଦୋକାନ ଉପରେ ଚଢାଉ କରାଯାଇଛି। ଆଗକୁ ଏପରି ଚଢାଉ ଜା’ରି ରହିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ସୁନାର ଅପମିଶ୍ରଣ ଏବଂ ଠକେଇକୁ ରୋକିବା ଲାଗି ସମସ୍ତ ସୁନା ଦୋକାନୀ ବିଆଇଏସ ଏବଂ ହଲମାର୍କ ଲେଖିବାକୁ ବାଧ୍ୟ ହେବେ। ଏ ନେଇ କେନ୍ଦ୍ର ସରକାର ଆସନ୍ତା ଜାନୁୟାରୀ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିବେ। ଏଠାରେ ସୂଚନାଯୋଗ୍ୟ ଯେ ଗତ ଶୀତ ଅଧିବେଶନରେ ସୁନା ଓଜନ ଠକେଇକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ମନ୍ତ୍ରୀ ରାଜ୍ୟର କେଉଁ ଦୋକାନ ଉପରେ ଚଢାଉ କରାଯାଇଛି ସେ ନେଇ ତଥ୍ୟ ଦେଇଥିଲେ। ହେଲେ ଭୁବନେଶ୍ୱର କିମ୍ବା ବ୍ରହ୍ମପୁର ସହରର କୌଣସି ସୁନା ଦୋକାନୀଙ୍କ ନାମ ନ ଥିଲା। ଏହାକୁ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଭାଗୀୟ ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମାପ ଏବଂ ଓଜନ ଯାଞ୍ଚ କରିବା ଦାୟିତ୍ୱରେ ଥିବା ଅଧିକାରୀମାନେ ଗତ କିଛି ଦିନ ହେବ ଭୁବନେଶ୍ୱର ଓ ବ୍ରହ୍ମପୁର ସହରରେ ମଧ୍ୟ ବ୍ୟାପକ ଚଢାଉ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BJP ଅଫିସ୍‌ରେ ଆତଙ୍କ! AC ତଳୁ ବାହାରିଲା ୫ ଫୁଟ୍‌ର କିଙ୍ଗ କୋବ୍ରା, ତା’ପରେ…

ସୀତାପୁର,୯।୯: ଉତ୍ତରପ୍ରଦେଶର ସୀତାପୁରରେ ବୁଧବାର ସକାଳେ BJP କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଆତଙ୍କଜନକ ଦୃଶ୍ୟ। କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ପ୍ରାୟ ୫ ଫୁଟ ଲମ୍ବର ଏକ କିଙ୍ଗ…

ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ

ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri