ଗୋରୁ, ମଇଁଷିଙ୍କର ହେବ ଟ୍ୟାଗିଂ

ବ୍ରହ୍ମପୁର ଅଫିସ୍‌,୧୨ା୬- କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହରରେ ଟ୍ରାଫିକ ଏକ ପ୍ରମୁଖ ସମସ୍ୟା ଭାବେ ଦୀର୍ଘ ବର୍ଷ ହେଲା ସହରବାସୀଙ୍କୁ ହଇରାଣ କରୁଛି। କେବଳ ଯାନବାହନ ସଂଖ୍ୟା ବୃଦ୍ଧି ଯୋଗୁ ନୁହେଁ, ଗୃହପାଳିତ ପ୍ରାଣୀ ଯଥା ଗୋରୁ ଏବଂ ମଇଁଷିଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ଟ୍ରାଫିକ୍‌ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ମାଲିକମାନେ କ୍ଷୀର ଦୁହିଁଦେବା ପରେ ଗୃହପାଳିତ ପ୍ରାଣୀଙ୍କୁ ରାସ୍ତାରେ ଛାଡ଼ି ଦେଉଛନ୍ତି। ଏଗୁଡ଼ିକ ସାରା ଦିନ ସହରରେ ଏଣେତେଣେ ବୁଲି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ଏହି ଗୁରୁତର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛି ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)। ସହରରେ ଥିବା ସମସ୍ତ ଗୋରୁ ଏବଂ ମଇଁଷିର ଟ୍ୟାଗିଂ କରାଯିବ। ପ୍ରତ୍ୟକଙ୍କ ଏକ ସ୍ବତନ୍ତ୍ର ପରିଚୟ ନମ୍ବର ରହିବ। ରାସ୍ତାରେ ଯଦି ଗୋରୁ କି ମଇଁଷି ବୁଲାବୁଲି କରୁଥିବେ, ତେବେ ବିଏମ୍‌ସି ପକ୍ଷରୁ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବ।
ଗୃହପାଳିତ ପ୍ରାଣୀଙ୍କ ଯୋଗୁ ସହରରେ ଟ୍ରାଫିକ ସମସ୍ୟା ଦେଖା ଦେଉଥିବା ନେଇ ଅନେକ ଥର ବିଏମ୍‌ସିର ବୈଠକରେ ଆଲୋଚନା ହେଉଥିଲା। କିନ୍ତୁ ଏହାର ସମାଧାନ ପାଇଁ କୌଣସି ନିଷ୍ପତ୍ତି ନିଆଯାଇପାରୁ ନ ଥିଲା। ଗତ ଫେବୃୟାରୀ ୨୨ତାରିଖରେ ତତ୍କାଳୀନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜିଲାପାଳ ତଥା ବିଏମ୍‌ସି ପ୍ରଶାସକ ବିଜୟ ଅମୃତା କୁଲାଙ୍ଗେ, କମିଶନର୍‌ ଚକ୍ରବର୍ତ୍ତୀ ସିଂ ରାଠୋର୍‌ ଏବଂ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଗୃହପାଳିତ ପ୍ରାଣୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗୋରୁ, ମଇଁଷିକୁ ଚିହ୍ନଟ କରିବା ସହ ମାଲିକଙ୍କଠାରୁ ଜରିମାନା ଆଦାୟ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରବର୍ତ୍ତୀ ସମୟରେ ବିଏମ୍‌ସି ଏବଂ ପଶୁ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଏକାଠି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିଲେ।
ପଶୁ ସମ୍ପଦ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡା. ତ୍ରିନାଥ ନାୟକଙ୍କ କହିବାନୁଯାୟୀ, ପ୍ରତ୍ୟକ ଗୋରୁ ଏବଂ ମଇଁଷିଙ୍କ ୧୧ ସଂଖ୍ୟା ବିଶିଷ୍ଠ ଏକ ସ୍ବତନ୍ତ୍ର ପରିଚୟ ନମ୍ବର ରହିବ। ଏଥିରେ ମାଲିକଙ୍କ ନାମ, ଠିକଣା ଏବଂ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ରଖାଯିବ। ଏହି ଟ୍ୟାଗ୍‌କୁ ପଶୁଙ୍କ କାନ ପାଖରେ ଖଞ୍ଜା ଯିବ। ଯଦି ଗୃହପାଳିତ ପ୍ରାଣୀ ଏଣେତେଣେ ବୁଲାବୁଲି କରୁଥିବ, ତେବେ ବିଏମ୍‌ସି କର୍ମଚାରୀମାନେ ତାକୁ ଧରିନେଇ ଗୋଶାଳାରେ ରଖିବେ। ନମ୍ବରକୁ ଦେଖି ମାଲିକଙ୍କୁ ଡକାଇ ଜରିମାନା ଆଦାୟ କରାଯିବ। ଭବିଷ୍ୟତରେ ଗୃହପାଳିତ ପ୍ରାଣୀଙ୍କୁ ରାସ୍ତାରେ ଖୋଲା ଛାଡ଼ିବେ ନାହିଁ ବୋଲି ମାଲିକମାନେ ଲିଖିତ ଆକାରରେ ଦେବେ। ତେବେ ଏସବୁ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବିଏମ୍‌ସି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟକ ୱାର୍ଡ଼ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହେବ। ଉକ୍ତ ତାରିଖରେ ନିଜ ନିଜ ଗୃହପାଳିତ ପ୍ରାଣୀଙ୍କୁ ଘର ଓ ଗୁହାଳରେ ରଖିବାକୁ କୁହାଯିବ। ବିଏମ୍‌ସି ଏବଂ ପଶୁ ସମ୍ପଦ ବିଭାଗର କର୍ମଚାରୀମାନେ ପହଞ୍ଚି ଟ୍ୟାଗିଂ କରିବେ। ଖୁବ୍‌ ଶୀଘ୍ର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଜୁଲାଇରୁ ଟ୍ୟାଗିଂ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ବିଏମ୍‌ସି କମିଶନର୍‌ ଚକ୍ରବର୍ତ୍ତୀ ସିଂ ରାଠୋର୍‌ଙ୍କ କହିବାନୁଯାୟୀ, ଗୃହପାଳିତ ପ୍ରାଣୀଙ୍କୁ ଟ୍ୟାଗିଂ ଦାୟିତ୍ୱ ପ୍ରାଣୀଧନ ବିଭାଗକୁ ପ୍ରଦାନ କରାଯାଇଛି। ତେବେ ଗୋରୁ କି ମଇଁଷିଙ୍କୁ ଧରିବା ପରେ ମାଲିକଙ୍କଠାରୁ କେତେଟଙ୍କା ଜରିମାନା ଆଦାୟ କରାଯିବ, ସେନେଇ ନିଷ୍ପତ୍ତି ନିଆଯାଇନାହିଁ। ଓଡ଼ିଶାରେ ପ୍ରଥମେ ଭୁବନେଶ୍ୱରରେ ଏହି ଟ୍ୟାଗିଂ କରାଯାଇଥିଲା। ବ୍ରହ୍ମପୁର ଦ୍ୱିତୀୟ ସହର ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଶେଷ ଥର ପାଇଁ ୨୦୧୨ରେ ବ୍ରହ୍ମପୁର ସହରାଞ୍ଚଳରେ ପ୍ରାଣୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସହରରେ ଗୋରୁ ୬୩୫୯ ଏବଂ ମଇଁଷିଙ୍କ ସଂଖ୍ୟା ୭୯୩ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ‘ହର୍‌ଘର୍‌ ତ୍ରିରଙ୍ଗା’ ଅଭିଯାନ, ଦେଶପ୍ରେମର ବାର୍ତ୍ତା ନେଇ ଶୋଭାଯାତ୍ରା

ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ସ୍ବାଧୀନତା ଦିବସ ପାଳନ ଅବସରରେ ଭଞ୍ଜନଗର ବ୍ଲକ ଓ ମ୍ୟୁନିସିପାଲିଟି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ…

ପିଲାମାନଙ୍କୁ ସଠିକ୍‌ ମାର୍ଗ ଦର୍ଶନ ସହ ଅଧିକ ସମୟ ଦେବାକୁ ପରାମର୍ଶ

ଗଞ୍ଜାମ,୧୨ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ କନ୍‌ଫରେନ୍ସ ହଲ୍‌ଠାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ ପ୍ରଧାନଶିକ୍ଷୟିତ୍ରୀ/ଶିକ୍ଷକ ସମ୍ମିଳନୀ ଓ ନବ ଭାରତ ସାକ୍ଷରତା…

ପୁଣି ମନ୍ଦିରକୁ ଟାର୍ଗେଟ କଲେ ଲୁଟେରା: ଦକ୍ଷିଣକାଳୀ ମନ୍ଦିରରେ ହୁଣ୍ଡି ଭାଙ୍ଗି ନେଇଗଲେ…

ପୁରୁଷୋତ୍ତମପୁର,୧୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପୁଣି ଲୁଟେରାମାନେ ସକ୍ରିୟ ହୋଇ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି। ଗତ ୨୦୨୪ନଭେମ୍ବର ୬ ତାରିଖରେ ପ୍ରଶିଦ୍ଧ ଶକ୍ତିପୀଠ ମା’…

ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ଶୁଭାରମ୍ଭ କଲେ ବିଧାୟକ, ସ୍ଲୋଗାନରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୨।୮(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି l…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ଭିଟାମାଟିରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ରେଡକ୍ରସରୁ ସହାୟତା, ଗୃହହୀନ ପରିବାରକୁ ଥଇଥାନ ଦାବି

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ତାମିଲନାଡ଼ୁରେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଦାଦନ ଶ୍ରମିକ ଟୁନା ବେହେରାଙ୍କ ମୃତଦେହ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri