ଗୋଟିଏ କୋଠରିରେ ୫ ଶ୍ରେଣୀ

କେନ୍ଦୁଝର, ୭ା୭(ସ୍ବ.ପ୍ର.)-ବିଦ୍ୟାଳୟ ବାହାରେ କୌଣସି ପିଲା ରହିବେ ନାହିଁ ଏବଂ ସବୁ ପିଲା ବିଦ୍ୟାଳୟକୁ ଆସି ପାଠ ପଢିବା ଲାଗି ସରକାର ଯୋଜନା କରିଥିବା ବେଳେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ପ୍ରାଥମିକ ଶିକ୍ଷାନୁଷ୍ଠାନକୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବା ଲାଗି ଘର ତିଆରି କରାଯାଉଥିଲେ ମଧ୍ୟ କାମ ଶେଷ ହୋଇ ପାରୁ ନାହିଁ ା ଫଳରେ ଛାତ୍ରୀଛାତ୍ର ପାଠପଢାରୁ କିଭଳି ବଞ୍ଚିତ ହେଉଛନ୍ତି, ତାହର ଏକ ନଜିର କେନ୍ଦୁଝର ଜିଲା ବାଂଶପାଳ ବ୍ଲକର ଦୁର୍ଗମ ତଳକାଇଁସାରୀ ପଞ୍ଚାୟତ ଭେଜିଡିହି ଓ ମେଦିନିପୁର ଗ୍ରାମରେ ଦେଖିବାକୁ ମିଳିଛି।
ଭୂୟାଁ ଜନଜାତିର ଲୋକେ ବସବାସ କରୁଥିବା ଏହି ଗ୍ରାମରେ ବିଦ୍ୟାଳୟ ନ ଥିବାରୁ ଆଗରୁ ପିଲାମାନେ ପାଠ ପଢିପାରୁ ନ ଥିଲେ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭେଜିଡିହି ଓ ମେଦିନିପୁର ଗ୍ରାମର ପିଲାଙ୍କ ସକାଶେ ୨୦୧୪ରେ ଭେଜିଡିହିରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ ୧ ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୨୨ ଛାତ୍ରୀଛାତ୍ର ନାମ ଲେଖାଇ ପାଠ ପଢୁଛନ୍ତି। ୨ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ବିଦ୍ୟାଳୟର ସ୍ଥାୟୀ ଘର ନ ଥିବାରୁ ପିଲାଙ୍କ ପାଠ ପଢାରେ ଅସୁବିଧା ହେଉଛି। କାମ ଚଳା ବ୍ୟବସ୍ଥା ସ୍ବରୂପ ସ୍ଥାନୀୟ ବନ ବିଭାଗର ଏକ କୋଠରିରେ ୫ଟି ଶ୍ରେଣୀର ପିଲାଙ୍କୁ ବସାଇ ପାଠ ପଢାଯାଉଛି। ସ୍ଥାୟୀ ଗୃହ ନିର୍ମାଣ ଲାଗି ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ୬ ଲକ୍ଷ ଟଙ୍କା ଦିଆଯାଇଥିଲା। ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଛାତ ପର୍ଯ୍ୟନ୍ତ କାମ କରାଯାଇଛି। ଅବଶିଷ୍ଟ ଅର୍ଥ ମିଳି ନ ଥିବାରୁ ଦୁଇ ବର୍ଷ ହେଲା ସ୍କୁଲ ଗୃହ ଅଧାପନ୍ତରିଆ ହୋଇ ପଡିରହିଛି ା ଫଳରେ ଏହା କୌଣସି କାମରେ ଲାଗିପାରୁ ନାହିଁ । ନିର୍ମାଣାଧୀନ ଘର ଏବେ ଖରାବର୍ଷାରେ ନଷ୍ଟ ହେବାକୁ ବସିଲାଣି।
ପାହାଡ ତଳି ଇଲାକାରେ ଚାଲିଥିବା ଏହି ବିଦ୍ୟାଳୟ ଲାଗି ପାଚେରି ତିଆରି ହୋଇ ନାହିଁ। ପିଇବା ପାଣିର ବ୍ୟବସ୍ଥା ନାହିଁ ା ପିଲାଙ୍କ ଖେଳିବା ପାଇଁ ଉପକରଣ ଯୋଗାଇ ଦିଆଯାଇ ନାହିଁ। ଏଭଳି ପରିବେଶରେ କିଭଳି ପାଠପଢା ଯାଉଥିବ ତାହା ଅନୁମେୟ। ଶିକ୍ଷାନୁଷ୍ଠାନର ଦୁରବସ୍ଥା ଦେଖି ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ସେଠାରେ ପାଠ ପଢାଇବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା କହିଛନ୍ତି। ଶିକ୍ଷକମାନେ ପ୍ରତିଦିନ ବାହାରେ ବସି ଅଫିସ କାମ କରି ଫେରୁଛନ୍ତି। ବର୍ଷା ଦିନେ ବନ ବିଭାଗ କୋଠରିରେ ପାଠ ପଢିବା ସମ୍ଭବ ହେଉ ନ ଥିବାରୁ ଏ ସମ୍ପର୍କରେ ଶିକ୍ଷା ବିଭାଗକୁ ଜଣାଇ ଦିଆଯାଇଛି ା ସର୍ବଶିକ୍ଷା ଅଭିଯାନ ବର୍ତ୍ତମାନ ସମଗ୍ର ଶିକ୍ଷା ଯୋଜନାକୁ ପରିବର୍ତ୍ତିତ ହୋଇଥିବା କାରଣରୁ ଅର୍ଥ ମଞ୍ଜୁରୀରେ ବିଳମ୍ବ ଘଟିଥିବା ପ୍ରଧାନଶିକ୍ଷକ ସୁଦର୍ଶନ ଦଳେଇ କହିଛନ୍ତି। ଅଭିଭାବକ ଓ ଶିକ୍ଷକ ସଂଘ ବୈଠକରେ ବିଦ୍ୟାଳୟର ସ୍ଥାୟୀ ଗୃହ ନିର୍ମାଣ ବିଳମ୍ବ ହେବା ନେଇ ଉଦ୍‌ବେଗ ପ୍ରକାଶ କରାଯାଇ ଏ ସମ୍ପର୍କରେ ଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ପ୍ରଶାସନ ଏ ଯାଏ କୌଣସି ପଦକ୍ଷେପ ନେଇ ନ ଥିବାରୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri