ଗୁରୁ-ଶିଷ୍ୟ ଲଢ଼େଇରେ ବାଜି ମାରିଲେ ଶିଷ୍ୟ: ଶଙ୍ଖକ୍ଷେତ୍ରରେ ଫୁଟିଲା ପଦ୍ମ

ପୁରୀ ଅଫିସ, ୨୪ା୫: ପୁରୀରେ ଭୁଶୁଡ଼ିଛି ମହେଶ୍ୱରଙ୍କ ଦୁର୍ଗ। ୧୯୯୫ ପରଠାରୁ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀକୁ ନିଜ ଅକ୍ତିଆରରେ ରଖିଥିବା ମହେଶ୍ୱର ମହାନ୍ତିଙ୍କୁ ଏଥର ମାତ୍‌ ଦେଇଛନ୍ତି ଭାଜପାର ଜୟନ୍ତ କୁମାର ଷଡ଼ଙ୍ଗୀ। ଗୁରୁ-ଶିଷ୍ୟଙ୍କ ଲଢେଇରେ ହାର୍‌ ମାନିଛନ୍ତି ଗୁରୁ। ପ୍ରଥମଥର ପାଇଁ ଶଙ୍ଖକ୍ଷେତ୍ରରେ ପଦ୍ମ ଫୁଟିଥିବା ବେଳେ ଭାଜପା ଶିବିରରେ ଉତ୍ସାହ ଖେଳିଯାଇଛି। ବହୁ ପରୀକ୍ଷା ନିରୀକ୍ଷା ପରେ ଶେଷ ମୁହୂର୍ତ୍ତରେ ଜୟନ୍ତଙ୍କୁ ନେଇ ଭାଗ୍ୟ ପରୀକ୍ଷା କରିଥିବା ଭାଜପା ତା’ ଲକ୍ଷ୍ୟରେ ସଫଳ ହୋଇଛି। ଜୟନ୍ତ ୪,୦୦୮ ଭୋଟରେ ମହେଶ୍ୱରଙ୍କୁ ପରାସ୍ତ କରି ପ୍ରଥମଥର ପାଇଁ ବିଧାୟକ ହେବାର ସୁଯୋଗ ପାଇଛନ୍ତି।
୧୯୯୫ରେ ଜନତା ଦଳ ଏବଂ ୨୦୦୦ରୁ ବିଜୁ ଜନତ ଦଳରୁ କ୍ରମାଗତ ବିଜୟୀ ହୋଇଆସୁଥିବା ମହେଶ୍ୱର ପୁରୀ ରାଜନୀତିରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଜଣେ ଅଭିଜ୍ଞ ରାଜନେତା ଭାବେ ପରିଚିତ ମହେଶ୍ୱରଙ୍କ ପାଇଁ ୨୦୧୯ ନିର୍ବାଚନ ଆରମ୍ଭରୁ ସହଜ ନ ଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ବେଳେ ଦଳରେ ଫାଟ ପଦାରେ ପଡିଥିଲା। ଦୁଇଗୋଷ୍ଠୀ ସମାନ୍ତରାଳ ଭାବେ ବିଜୁବାବୁଙ୍କ ଜୟନ୍ତୀରେ ସିଂହଦ୍ୱାରରେ ଦୀପଦାନ କରିଥିଲେ। ଦଳୀୟ କନ୍ଦଳକୁ ନେଇ ଜୟନ୍ତ ବିଜେଡି ଛାଡି ଭାଜପାରେ ମିଶିଥିଲେ। ଏହାପରେ ଭାଜପା ତାଙ୍କୁ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ତେବେ ଜୟନ୍ତ ବି ଦଳକୁ ନିରାଶ ନ କରି ଶ୍ରୀକ୍ଷେତ୍ର ମାଟିରେ ପଦ୍ମ ଫୁଟାଇଛନ୍ତି। ଭୋଟ ଗଣତି ଆରମ୍ଭରୁ ହିଁ ପୁରୀ ନିର୍ବାଚନମଣ୍ଡଳୀର ଫଳାଫଳ ରୋମାଞ୍ଚ ସୃଷ୍ଟି କରିଥିଲା। କେତେବେଳେ ମହେଶ୍ୱର ତ ପୁଣି କେତେବେଳେ ଜୟନ୍ତ ଆଗୁଆ ରହୁଥିଲେ। ପ୍ରଥମ ରାଉଣ୍ଡରୁ ସପ୍ତମ ରାଉଣ୍ଡ ଗଣତି ପର୍ଯ୍ୟନ୍ତ ମହେଶ୍ୱର ଆଗରେ ରହିଥିଲେ। ତେବେ ବ୍ୟବଧାନ ବହୁତ କମ୍‌ ରହିଥିଲା। ଅଷ୍ଟମ ରାଉଣ୍ଡରେ ମହେଶ୍ୱରଙ୍କୁ ପଛରେ ପକାଇଥିଲେ ଜୟନ୍ତ। ଏହାପରେ ଜୟନ୍ତ ପ୍ରାୟ ପ୍ରତି ରାଉଣ୍ଡରେ ଆଗୁଆ ରହିଥିଲେ। ଶେଷରେ ଜୟନ୍ତ ୭୬,୭୪୭ ଭୋଟ ପାଇଥିବା ବେଳେ ମହେଶ୍ୱର ୭୨,୭୩୯ ଭୋଟରେ ସୀମିତ ରହିଥିଲେ। ତୃତୀୟ ସ୍ଥାନରେ ଥିଲେ କଂଗ୍ରେସର ଇଂ. ଅରୋପ୍ରସାଦ ମିଶ୍ର। ସେ ୨,୯୩୪ ଭୋଟ ପାଇଥିଲେ। ଭୋଟ ହାରକୁ ଦେଖିଲେ ଭାଜପା ୪୯.୨୮ ପ୍ରତିଶତ, ବିଜେଡି ୪୬.୭୧ ଏବଂ କଂଗ୍ରେସକୁ ମାତ୍ର ୧.୮୮ ପ୍ରତିଶତ ଭୋଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri