ଗୁରୁବାରଠାରୁ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା କଳା, ସଂସ୍କୃତି

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଆସନ୍ତା ଗୁରୁବାରଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ପ୍ରଦର୍ଶିତ ହେବ। ଏହାସହ ଓଡ଼ିଶୀ, ଛଉନୃତ୍ୟ, ପ୍ରତ୍ନତତ୍ତ୍ୱ କାରୁକାର୍ଯ୍ୟ, ଜଙ୍ଗଲ, ଜୀବଜନ୍ତୁ ରାଜଧାନୀ ଏକ୍ସପ୍ରେସର ବାହାରପାର୍ଶ୍ୱରେ ସ୍ଥାନ ପାଇବ। ଏଥିପାଇଁ ନାଲ୍‌କୋ ଓ ପୂର୍ବତଟ ରେଳପଥ ମଧ୍ୟରେ ସେପ୍ଟେମ୍ବର ୨୩ରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ରାଜଧାନୀର ୩ ରେକ୍‌ ବା ଟ୍ରେନ ପାଇଁ ପ୍ରତ୍ୟେକକୁ ୧ କୋଟି ହିସାବରେ ୩ କୋଟି ଖର୍ଚ୍ଚ କରାଯାଇଛି। ବିଜ୍ଞାପନ ଖର୍ଚ୍ଚ ବାବଦକୁ ନାଲ୍‌କୋ ଏହି ଟଙ୍କା ଖର୍ଚ୍ଚ କରିବାକୁ ଚୁକ୍ତି ହୋଇଛି। ଏହାଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିଶେଷ ପ୍ରଚାର ପ୍ରସାର ହୋଇପାରିବ। କୋଚ୍‌ର ବାହାର ପାର୍ଶ୍ୱ ଦୁଇ ଗ୍ଲାସ୍‌ ମଧ୍ୟବର୍ତ୍ତୀ ଅଂଶରେ ଏସବୁ ଚିତ୍ର ଅଙ୍କାଯାଇଛି। ସମସ୍ତ ଚିତ୍ରର ଫ୍ରେମିଂ କରାଯିବା ଭଳି ପଟ୍ଟଚିତ୍ରର ଏକ ଷ୍ଟ୍ରିପ୍‌ କରାଯାଇଛି। ଏହା ଚିତ୍ରିତ କୋଚ୍‌କୁ ଆହୁରି ସୁନ୍ଦର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦପୂର୍ଣ୍ଣ ଅବସ୍ଥାରେ ବୃଦ୍ଧାଙ୍କ ଘର: ସହାୟତାର ହାତ ବଢ଼ାଇଲେ ସମାଜସେବୀ

କର୍ଲାମୁଣ୍ଡା:୧୬।୭(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଗ୍ରାମ ପଞ୍ଚାୟତ କୁଶୁର୍ଲା ହଜାରିପଡ଼ାର ଜଣେ ଅସହାୟ ବୃଦ୍ଧା ଫୁଲତୁଲା ସାହୁ( ୭୫)ଙ୍କ ଘର ଲଗାତାର ବର୍ଷା…

ରଣ୍ଢାରେ ବଡ଼ ସଡ଼କ ଦୁର୍ଘଟଣା; ଔଷଧ କିଣିବାକୁ ଯାଉଥିବା ବେଳେ କାର-ଟ୍ରକ ଧକ୍କାରେ ଦମ୍ପତି ମୃତ, କ୍ଷତିପୂରଣ ଦାବିରେ ୧୬ ନଂ ଜାତୀୟ ରାଜପଥ ଅବରୋଧ

ଗୋପାଳପୁର,୧୬ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଅଧିନସ୍ଥ ରଣ୍ଢାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗୁରୁବାର ଦିନ ରାସ୍ତା…

ବର୍ଷା ସତ୍ତ୍ୱେ ଜନଜାତି ଗାଁରେ ନିଆରା ଢଙ୍ଗରେ ପାଳନ ହେଉଛି ରଥଯାତ୍ରା: ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):ଲଘୁଚାପ ପ୍ରଭାବରେ ବୁଧବାର ବିଳମ୍ବିତ ରାତ୍ର ଠାରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ତେବେ…

ପୋଲିସ ଷ୍ଟେଶନରେ ଭୟଙ୍କର ବିସ୍ଫୋରଣ,୧୪ ଜଣଙ୍କ ମୃତ୍ୟୁ

ଇସଲାମବାଦ୍,୧୬ା୭: ପାକିସ୍ତାନର ପଖତୁନଖ୍ୱା ପ୍ରଦେଶ ପୁଣିଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଛି ।ଆତଙ୍କବାଦୀମାନେ ବାନୁ ଜିଲାର ମିରିଆନ୍ ପୋଲିସ ଷ୍ଟେଶନକୁ ଟାର୍ଗେଟ କରି ବିସ୍ଫୋରକ…

କବାଟ ବନ୍ଦ କରି ୪ ବର୍ଷର ପୁଅକୁ ହତ୍ୟା କଲେ ବାପା, ମା’ ଆଖିରୁ ଶୁଖୁନି ଲୁହ, କହିଲେ ତାଙ୍କ ସ୍ବାମୀ…

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ବାପା ସାଜିଲେ ଜହ୍ଲାଦ। ଦୁନିଆ କ’ଣ ଜାଣି ନ ଥିବା ୪ ବର୍ଷର ଜନ୍ମ କଲା ପୁଅକୁ କଟୁରିରେ ହାଣି ହତ୍ୟା କଲେ…

ଶାଳୀଙ୍କୁ ନେଇ ଫେରାର ହୋଇଯାଉଥିଲେ ଭିଣୋଇ: ବାଟରେ ଘଟିଲା…

ଭୋପାଳ,୧୬।୭:ମଧ୍ୟପ୍ରଦେଶର ମୋରେନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କୁ ପ୍ରେମ ସମ୍ପର୍କ ଯୋଗୁ ସର୍ବସାଧାରଣରେ ନିର୍ମମ ଦଣ୍ଡ ଦିଆଯାଇଥିଲା। ଜିଲାର କିଚୋଲ…

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ, ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି ମହାବାହୁ

ପୁରୀ,୧୬ା୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଗୁରୁବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ…

ଯୁଦ୍ଧ ମଧ୍ୟରେ ଇରାନକୁ ପ୍ରଶଂସା କଲେ ଡୋନାଲ୍ଡ ଟମ୍ପ: ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୧୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସଦିଚ୍ଛା(Goodwill) ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପଙ୍କ ପ୍ରଶଂସା ଇରାନ ଜଣେ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିବା ପରେ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri