Posted inଜାତୀୟ

ଗୁଜରାଟ ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଲେ କଂଗ୍ରେସ ପ୍ରଭାରୀ ରଘୁ ଶର୍ମା

ଅହମଦାବାଦ,୯ ।୧୨: ଚଳିତ ଥର ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜୟ ସ୍ୱୀକାର କରିଛି । ସ୍ୱାଧୀନତା ପରେ କଂଗ୍ରେସ ଏତେବଡ ପରାଜୟର ସାମ୍ନା କେବେବି କରି ନ ଥିଲା । ଏହି ପରାଜୟ ପାଇଁ ନିଜକୁ ଦାୟୀ କରି କଂଗ୍ରେସ ପ୍ରଭାରୀ ରଘୁ ଶର୍ମା ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କୁ ଦେଇଛନ୍ତି । ଏହାପରେ ରାଜନୀତି ସରଗରମ ହେବା ସହ ତାଙ୍କ ଇସ୍ତଫାକୁ ନେଇ ଅନେକ ଅନୁମାନ ଲଗାଯାଉଛି ।
ସୂଚନାଯୋଗ୍ୟ, ରଘୁ ଶର୍ମା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କର ଅତି ନିକଟତମ ବୋଲି କୁହାଯାଏ । ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ଅପ୍ରତ୍ୟାଶିତ ପରାଜୟ ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ନୈତିକ ଦାୟିତ୍ୱ ନେଉଛି ଓ ଗୁଜରାଟ ପ୍ରଭାରୀ ପଦରୁ ଇସ୍ତଫା ଦେଉଛି । ଏବେ ରଘୁ ଶର୍ମାଙ୍କ ରାଜନୈତିକ ଯାତ୍ରା କ’ଣ ହେବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି ।
ସୂଚନାଯୋଗ୍ୟ, ୨୦୨୧ରେ ବେଶ କିଛିଦିନର ଅନ୍ତର ପରେ କଂଗ୍ରେସ ଗୁଜରାଟ ପ୍ରଭାରୀ ଘୋଷଣା କରିଥିଲା । ସେ ସମୟରେ ରଘୁ ଶର୍ମାଙ୍କୁ ନେଇ ବଡ ବଡ କଥା କୁହାଯାଇଥିଲା । କରୋନା ସମୟରେ ରଘୁଶର୍ମା ରାଜସ୍ଥାନ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ । ସେ ସମୟରେ ସେ ଖୁବ୍ ଚର୍ଚ୍ଚାରେ ଥିଲେ । ତାଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଉଥିଲା । ଗୁଜରାଟ ସହ ତାଙ୍କୁ ଦମନ ଓ ଡିୟୁ ଓ ଦାଦର ଓ ନଗର ହାବେଲି ପାଇଁ କଂଗ୍ରେସ କମିଟିର ପ୍ରଭାରୀ ନିଯୁକ୍ତ କରାଯାଇଥିଲା । ଏକାଥରେ ଏତେ ଗୁଡିଏ ଦାୟିତ୍ୱ ମିଳିଥିବାରୁ ରାଙ୍କ ରାଜନୈତିକ କ୍ୟାରିୟରକୁ ମଜଭୁତ ବୋଲି କୁହାଯାଇଥିଲା । ହେଲେ ଏବେ ଇସ୍ତଫା ପରେ ତାଙ୍କର ରାଜନୈତିକ କ୍ୟାରିୟର କୁଆଡେ ଯିବ ତାକୁ ନେଇ ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri