ଗାଡ଼ିପାସ୍‌ କାମ ଦେଲାନି, ବାଲେଶ୍ୱର ଫେରିଗଲେ ୨ଜଣ

ବରଗଡ଼ ଅଫିସ୍‌/ଅତାବିରା, ୨୦ା୪:  ବରଗଡ଼ ଜିଲା ଅତାବିରା ବ୍ଲକ ଦୁଲମପୁରରୁ ଆନ୍ଧ୍ରପ୍ରଦେଶକୁ ଯିବା ପାଇଁ ଦିଆଯାଇଥିବା ଗାଡ଼ିପାସ୍‌ରେ ଲକ୍‌ ଡାଉନ କଟକଣା ଉଲ୍ଲଂଘନ ଘଟଣାକୁ ନେଇ ଚର୍ଚ୍ଚା ଥମିନାହିଁ । ଅନ୍ୟପକ୍ଷେ ଗାଡ଼ିପାସ୍‌ କାମ ନ ଦେବାରୁ ରବିବାର ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟଲି ପଞ୍ଚାୟତର ଝରାଡ଼େରାକୁ ହାର୍ଭେଷ୍ଟର୍‌ ଡ୍ରାଇଭର ନେବା ପାଇଁ ବାଲେଶ୍ୱରରୁ ଆସିଥିବା ୨ଜଣଙ୍କୁ ନିରାଶରେ ସେମାନେ ଆଣିଥିବା କାର୍‌ରେ ଫେରିବାକୁ ପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ଏକ କାର୍‌(ନଂ-୦୧ୱାଇ ୬୦୧୬) ଯୋଗେ ବାଲେଶ୍ୱର ଜିଲାରୁ ଦେବଦତ୍ତ ଦାଶ ଓ ଦୟାନିଧି ସେଣ ଝରାଡ଼େରା ଗ୍ରାମକୁ ଆସିଥିଲେ। ବାଲେଶ୍ୱର ଜିଲା ମୁଖ୍ୟ କୃଷି ଅଧିକାରୀଙ୍କଠାରୁ ମିଳିଥିବା ଏକ ଗାଡ଼ିପାସ୍‌ ଧରି ସେମାନେ ଏଠାକୁ ଆସିଥିଲେ । ହାର୍ଭେଷ୍ଟର ମାଲିକ ରୂପଚାନ୍ଦ ହେମ୍ବ୍ରମଙ୍କୁ ସେହି ଗାଡ଼ିପାସ୍‌ ଦିଆଯାଇଥିଲା। ଡ୍ରାଇଭର ଦେବଦତ୍ତ ଦାଶ ସମ୍ପୃକ୍ତ ଗାଡ଼ିରେ ଝରାଡ଼େରାକୁ ଯାଇ ହାର୍ଭେଷ୍ଟର ଡ୍ରାଇଭର ପଞ୍ଚମ ବେହେରା ଓ ରତନ ବେହେରାଙ୍କୁ ଆଣିବାକୁ ଏଥିରେ ଉଲ୍ଲେଖିତ ରହିଛି । ଅନ୍ୟପକ୍ଷେ ଦୟାନିଧିଙ୍କ ନାମ ଗାଡ଼ିପାସ୍‌ରେ ଉଲ୍ଲେଖ ନଥିବାବେଳେ ସେ ସେହି ଗାଡ଼ିରେ ଦେବଦତ୍ତଙ୍କ ସହିତ ଏଠାକୁ ଆସିଥିବା ଯୋଗୁ ଏହି ଗାଡ଼ିପାସ୍‌ରେ ଲକ୍‌ ଡାଉନ୍‌ କଟକଣା ଉଲ୍ଲଂଘନ କରାଯାଇଥିବା ସ୍ପଷ୍ଟ ହୋଇଛି। ତେବେ ସମ୍ପୃକ୍ତ ଗାଡ଼ିରେ ଦେବଦତ୍ତ, ଦୟାନିଧି ବାଲେଶ୍ୱରରୁ ଆସି ଝରାଡ଼େରା ପହଞ୍ଚିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକ ରଖି ବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ। ଏହାପରେ ବିଡ଼ିଓ ମୂରଲୀଧର ନାୟକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ରେପିଡ୍‌ ରେସପନ୍ସ ଟିମ୍‌ ଏ ନେଇ ପ୍ରାଥମିକ ତଦନ୍ତ କରିଥିଲେ। ସେହିପରି ଭାରପ୍ରାପ୍ତ ସିଡ଼ିପିଓ, କ୍ଷେତ୍ର ପରିଦର୍ଶିକା ମଧ୍ୟ ଏହାର ତଦନ୍ତ କରିଥିଲେ ଏବଂ ତଦନ୍ତ ପରେ ବାଲେଶ୍ୱରରୁ ଆସିଥିବା ଉପରୋକ୍ତ ୨ଜଣଙ୍କୁ ଫେରାଇ ଦିଆଯାଇଥିଲା। ଅପରପକ୍ଷେ ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ୨୮ଦିନ ହୋମ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ହାର୍ଭେଷ୍ଟର ଡ୍ରାଇଭର ଆଳରେ ଗାଡ଼ିପାସ୍‌ ନେଇ ବହୁଲୋକେ ଜିଲା ତଥା ରାଜ୍ୟ ବାହାରକୁ ଯାଉଥିବା ନେଇ ପଚାରିବାରୁ ଭେଡ଼େନ ବ୍ଲକ କୃଷି ଅଧିକାରୀ ଆନନ୍ଦ ଭୋଇଙ୍କୁ ପଚାରିବାରୁ କୃଷି ଯନ୍ତ୍ରପାତି ପରିବହନ କଟକଣାମୁକ୍ତ। ମାତ୍ର ବିନା ଜରୁରୀ କାମରେ କୌଣିସି ଲୋକ ସେଭଳି ଯିବା ଆସିବାରେ କଟକଣା ରହିଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri