ଗାଁ ସମସ୍ୟା ବୁଝିବାକୁ ୫ କି.ମି. ଚାଲିଲେ ବିଡିଓ

ପାପଡାହାଣ୍ଡି,୨୦। ୬(ଡି.ଏନ.ଏ.): ଦୀର୍ଘ ଦିନ ହେଲା ଗ୍ରାମରେ ଲାଗି ରହିଛି ବିଭିନ୍ନ ସମସ୍ୟା । ପାନୀୟ ଜଳ, ବିଦ୍ୟୁତ୍‌, ଶିକ୍ଷା, ଆବାସ ଯୋଜନା ଆଦି ପହଞ୍ଚିିପାରିନି। ଗ୍ରାମର ବିକାଶରେ ବାଧକ ସାଜିଛି ରାସ୍ତା। ଜଙ୍ଗଲ ମୂଳକରେ ଭଗବାନ ଭରସାରେ ଜୀବନ ବିତାଉଛନ୍ତି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ କୁସୁମଖୁଣ୍ଟା ଗ୍ରାମବାସୀ । ଲୋକଙ୍କ ସମସ୍ୟା ବୁଝିବା ଲାଗି ବୁଧବାର ଘଞ୍ଚ ଜଙ୍ଗଲ ରାସ୍ତାରେ ୫ କିମି ଦୂର ଚାଲି ଚାଲି ଯାଇଥିଲେ ପାପଡାହାଣ୍ଡି ବିଡିଓ ରଞ୍ଜିତା ମଲିକ । ଜଙ୍ଗଲ ମୂଲକରେ ବସବାସ କରନ୍ତି କୁସୁମଖୁଣ୍ଟା ଗ୍ରାମବାସୀ। ୨୦୧୫ ମସିହା ପରେ ଏଠାରେ ଗାଁ ଥିବା ଜଣାପଡିବାରୁ ପଞ୍ଚାୟତରେ ସାମିଲ କରାଯାଇ ଲୋକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଗାଁର ଜନସଂଖ୍ୟା ପ୍ରାୟ ୧୨୦ ରୁ ଊର୍ଦ୍ଧ୍ୱ । ଗ୍ରାମରେ ରହିଛି ତଳ ସାହି ଓ ଉପର ସାହି । ମୁଖ୍ୟତଃ ସାନ୍ତା ଓ ପାଇକ ଶ୍ରେଣୀର ଲୋକେ ଏଠାରେ ବସବାସ କରନ୍ତି। ସାନ୍ତାମାନେ ରାୟଗଡା ଓ କାଶୀପୁର ଅଞ୍ଚଳରୁ ଏବଂ ପାଇକମାନେ ନିକଟସ୍ଥ ଗୁମିଦୋରା ଅଞ୍ଚଳରୁ ଆସି ଏଠାରେ ଦୀର୍ଘ ବର୍ଷ ହେଲା ବସବାସ କରୁଛନ୍ତି । ଚାଷ ସହ ବନଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରିବା ଲୋକଙ୍କ ମୁଖ୍ୟ ଜୀବିକା। ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ । ଉପର ସାହି ଲୋକେ ଝରଣା ପାଣି ଓ ତଳ ସାହି ଲୋକେ କୂଅ କରି ପାଣି ପିଅନ୍ତି । ଗ୍ରାମରେ ଆବାସ ଯୋଜନାରେ କେହି ସାମିଲ ହୋଇ ପାରି ନାହାନ୍ତି । ଶିକ୍ଷା କହିଲେ ଗ୍ରାମର ପିଲାମାନେ ନିକଟସ୍ଥ କତରା ଗ୍ରାମର ହଷ୍ଟେଲରେ ରହିକି ପାଠ ପଢ଼ନ୍ତି । ବିଦ୍ୟୁତ ସେବା ବି ଅପହଞ୍ଚ । ଡିବିରି ଆଲୁଅ ହିଁ ଲୋକଙ୍କ ଭରସା। ଆଶା ଓ ଅଙ୍ଗନଓ୍ବାଡି କର୍ମୀ ଗାଁ କୁ ଯାଇ ସେବା ଯୋଗାଇଥାନ୍ତି। ଲୋକେ ମଇଦଲପୁର ଆସି ପଞ୍ଚାୟତରୁ ଚାଉଳ ନେଇଥାନ୍ତି । ଗ୍ରାମର ୪ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଉଛି । ହେଲେ ଗ୍ରାମର ବିକାଶରେ ବାଧକ ସାଜିଛି ରାସ୍ତା । ଜଙ୍ଗଲ ସହ ପଥୁରିଆ ଖାଲ ଢିପ ରାସ୍ତା ଯୋଗୁଁ ଗ୍ରାମକୁ କୌଣସି ଗାଡି ଯାତାୟାତ କରେ ନାହିଁ। କରଲାକୋଟା ଗ୍ରାମରୁ କୁସୁମଖୁଣ୍ଟା ଯିବାକୁ ହେଲେ ୫ କିମି ଘଞ୍ଚ ଅରଣ୍ୟ ରାସ୍ତା ରହିଛ। ବୁଧବାର ବିଡିଓ ରଞ୍ଜିତା ଦୀର୍ଘ ୫ କ.ିମ.ି ରାସ୍ତା ଚାଲି ଚାଲି ଗ୍ରାମରେ ପହଞ୍ଚି ଥିଲେ । ସେଠାରେ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନ କରିଥିଲେ। ଲୋକମାନେ କିପରି ସରକାର ଯୋଜନାରୁ ବଞ୍ଚିତ ନ ହେବେ ସେ ନେଇ ପ୍ରତିଶ୍ରୁତି ଦେବା ସହ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇବି ବୋଲି କହିଥିଲେ। ଝରଣା ପାଣି ବ୍ୟବହାର କରିବାକୁ ବାରଣ କରିବା ସହ ବର୍ଷା ଜଳକୁ ଗଚ୍ଛିତ କରି ବ୍ୟବହାର କଲେ ଭଲ ହେବ ବୋଲି ଗ୍ରାମବାସୀଙ୍କୁ କହିଥିଲେ । ସ୍ବାସ୍ଥ୍ୟ ସମସ୍ୟା ହେଲେ ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ପରାମର୍ଶ ନେବାକୁ କହିଥିଲେ । ବିଡିଓଙ୍କ ଗସ୍ତ ସମୟରେ ମଇଦଲପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ହରିଜନ, ଜିଆରଏସ ଦିଲୀପ କୁମାର ପଟ୍ଟନାୟକ, ଗାଦବା କୋତରା ପଞ୍ଚାୟତ ନିର୍ବାହୀ ଅଧିକାରୀ ନୀଳକଣ୍ଠ ଭତରା, ପଦଲାମ ଯାନୀ, ସହଦେବ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?