Posted inବରଗଡ଼

ଗରାଖକଁର ପହେଲା ପସନ୍‌ ପ୍ରହଲ୍ଲାଦକଁର ଦହିବରା

 

ଜାମଟିକ୍ରା, ୧୩।୮ (ଡି.ଏନ୍‌.ଏ.):
ସମାଜର ପରିବରତନ୍‌ ସଂଗେ ଲୁକ୍‌କର ଖାଏଦ୍‌ ରୁଚି ବି ବଦଲୁଛେ। ଆଏଜ୍‌କାଲି ଅନେକ ଜାଗାରେ ରାସ୍‌ତା ତରେ, ବଜାରରେ ନାନା ଜାତିର ଚଟପଟା ଖାଏଦ୍‌ ମିଲୁଛେ। ଲୋକ୍‌ ଠିଆଡ଼େ ଠିଆଡ଼େ ଖାଏବାର ମଜା ନେଉଛନ୍‌। ଏନ୍‌ତା ଖାଏଦ୍‌ ଭିତରୁ ଗୁଟେ ହେଉଛେ ଆଲୁଦମ୍‌ ଦହିବରା। ପିଲାନୁ ବୁଢ଼ା ତକ୍‌ ସମ୍‌କର ପସନ୍‌ ଆଲୁଦମ୍‌ ଦହିବରା। ଗୁଟେ ପ୍ଲେଟ ଖାଏଲେ ପେଟ୍‌ ବି ଭରତି। ଏନ୍‌ତା ଝନେ ଦହିବରା ବିକାଲିକୁଁ ଭେଟିଥିଲେ ଆମର ଥାନୀୟ ଧରିତ୍ରୀ ପରତିନିଧି।
ସୂଚନା ଅନ୍‌ସାରେ ନୟାଗଡ଼ ଜିଲାର ମୂଲ ବାସିନ୍‌ଦା ପ୍ରହଲ୍ଲାଦ ଡାକୁଆ(୩୭)। ସେ ଯୁକ୍ତ ୨ ପାସ୍‌ କଲା ଉତାରୁ ଅଭାବ ଅନାଟନ ଲାଗି ଆଗ୍‌କେ ପଢ଼ି ନାଇଁପାରଲେ। ଶେଷେ କମେଇ ଖାଏବାର ଲାଗି ଆଏଜ୍‌କେ ୧୦ ବଛର ତଲେ ବରଗଡ଼ ଜିଲାକେ ଆସିଥିଲେ। ଏହେଦେ ସେ କୁଟୁମବସିଆ ବରଗଡ଼ ପାସର ବରାହଗୋଡ଼ା କେନାଲ ଛକରେ ରହୁଛନ୍‌। ସଖାଲର ୭ ବାଜ୍‌ଲେ ବରାହଗୋଡ଼ା ଛକରେ ଗୁଟେ ଛତା ଲଗେଇ ସେ ଦହିବରା ବିକ୍‌ବାର ଆରମ୍‌ କରୁଛନ୍‌। ଘରେ ତାକର ମାଏକିନା ଦହିବରା, ଆଲୁଦମ୍‌ ଆର ମଟରଚନା ତରକାରି(ଘୁଗୁନି) ତିଆର କରବାରେ ସାହାଯ୍‌ କରୁଛନ୍‌। ଏହେଦେ ତାକର ଝି’ ୮ମ ଶ୍ରେଣୀରେ ପଢ଼ୁଥିଲାବେଲେ ପୁଓ ୩ୟ ଶ୍ରେଣୀରେ ପଢ଼ୁଛନ୍‌। ପରିବାରର ଜମିବାଡ଼ି ବଲି କିଛି ନାଇଁ। ପ୍ରହଲ୍ଲାଦ ଆଲୁଦମ୍‌ ଦହିବରା ବିକି ଯାହା କମଉଛନ୍‌ ସେଥ୍‌ରେ ପରିବାର ଚଲବାର ସଂଗେ ଛୁଆପିଲାକର ପାଠ୍‌ପଢ଼ା ଖରଚ୍‌ ତୁଲଉଛନ୍‌। ଖରାଦିନେ ବିକ୍‌ରି ବେଶି ହେଉଥିଲାବେଲେ ସଖାଲର ୭ରୁ ବିକ୍‌ରି ଆରମ୍‌ କଲେ ୧୦ ବଜେ ତକ୍‌ ସରିଯାଏସି ବଲି ସେ କହିଛନ୍‌। ବିକିରିବଟା ସଏଲା ଉତାରୁ ପ୍ରହଲ୍ଲାଦ ଘରକେ ଫିରି ଆରକ ଦିନର ଲାଗି ସବୁ ସଜବାଜ କରୁଥିବାର ସେ କହିଛନ୍‌। ଅଂଚଲରେ ପ୍ରହଲ୍ଲାଦକଁର ଆଲୁଦମ୍‌ ଦହିବରାର ଚାହିଦା ରହିଥିଲାବେଲେ ବଡ଼ଭାଗି ଯୁବକ, ଛାତ୍ରୀଛାତ୍ର ତାକର ଫିଦିନିଅଁା ଗରାଖ ବଲି ସେ କହିଛନ୍‌। ସେନ୍‌ତା କେତେ ଗରାଖକଁର କହିବାର ହେଲା ପ୍ରହଲ୍ଲାଦକଁର ଦହିବରା ଯେତ୍‌କି ମିଠା ତାକର ସରଲ କଥାବାରତାଟା ଆହୁରି ମନ୍‌ ଛୁଅଁା ବଲି କହିଛନ୍‌। ପ୍ରହଲ୍ଲାଦ ବରାହଗୋଡ଼ା ଛକରେ ଫିଦିନ୍‌ ଛତା ଲଗେଇ ଦହିବରା ବିକୁଥିଲାବେଲେ ଅଂଚଲରେ ହେଉଥିବାର ଯାନିଯାତ୍ରାରେ ବି ତାକର ଷ୍ଟଲ ଲଗେଇ ଭଲ ଦୁଇପଏସା ରୁଜଗାର କରୁଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ସ୍ବାୟତ୍ତ ପାଇଁ ସରି ନାହିଁ ସଂଘର୍ଷ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ): ନିଜ ହାତରେ ନିଜ ଶାସନ। ନିଜେ ନିଜ ଅଞ୍ଚଳର ବିକାଶ ପାଇଁ ନିଷ୍ପତ୍ତି ନେବା ହିଁ ସ୍ବାୟତ୍ତ ଶାସନ। ସୁସ୍ଥ ଅନୁଶାସନ ବ୍ୟବସ୍ଥା ସହିତ…

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି।…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri