ଧାନମଣ୍ଡି ଖୋଲିନି, ମାତିଲେଣି ବେପାରୀ

ବରଗଡ଼,୧୫।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ ପ୍ରକ୍ରିୟା ଜୋର୍‌ ଧରିଛି। ଜିଲାର ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଚାଷୀମାନେ ଅମଳ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲାରେ ଧାନମଣ୍ଡି ଖୋଲି ନାହିଁ। କେବଳ ସେତିକି ନୁହେଁ, ଖରିଫ୍‌ ଧାନ ସଂଗ୍ରହ କମିଟି ବୈଠକ ମଧ୍ୟ ବସିପାରି ନାହିଁ। ଅନ୍ୟପଟେ ଜିଲାରେ ବେପାରୀ ତଥା ମଧ୍ୟସ୍ଥ(ଦଲାଲ୍‌)ମାନେ ସକ୍ରିୟ ହୋଇ ଉଠିଛନ୍ତି। ଜିଲାର ଗ୍ରାମାଞ୍ଚଳରେ ଧାନର ଅଭାବୀ ବିକ୍ରି(ଅଣ୍ଡରରେଟ୍‌) ଆରମ୍ଭ ହୋଇଯାଇଥିବା ଅଭିଯୋଗ ହୋଇଛି। ଧାନମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ବାଧ୍ୟ ହୋଇ କମ୍‌ଦରରେ ବେପାରୀ ହାତକୁ ଧାନ ଟେକି ଦେଉଛନ୍ତି ବୋଲି ଚାଷୀନେତାମାନେ ଅଭିଯୋଗ କରିଛନ୍ତି। ଧାନମଣ୍ଡି ଖୋଲିବା ଏଭଳି ବିଳମ୍ବ ହେଲେ, ଆଗକୁ ଜିଲାର ଅନେକ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏହାକୁ ନେଇ ଏବେଠାରୁ ଜିଲାରେ ଚାଷୀ ଅସନ୍ତୋଷ ତେଜି ଉଠିଲାଣି। ଆସନ୍ତା ୧୭ତାରିଖ ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ବରଗଡ଼ରେ ବିଶାଳ କୃଷକ ସମାବେଶ ଥିବାବେଳେ ଏହା ପୂର୍ବରୁ ଧାନମଣ୍ଡି ଖୋଲା ନ ଗଲେ କିମ୍ବା ଧାନ ସଂଗ୍ରହ କମିଟି ବୈଠକ ନ ହେଲେ ସମାବେଶରେ ଏହା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିବ, ଏଥିରେ ସନ୍ଦେହ ନାହିଁ।
ଖରିଫ୍‌ରେ ଜିଲାର ଉଭୟ ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ଧାନଚାଷ କରିଥାନ୍ତି। ଫଳରେ ରବି ତୁଳନାରେ ଖରିଫ୍‌ରେ ଅଧିକ ଧାନ ଅମଳ ହୋଇଥାଏ। ତେବେ ଧାନ ଅମଳ ହେବାର ଯଥେଷ୍ଟ ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ହୁଏ ଏବଂ ସ୍ଥାନୀୟ ଜନ ପ୍ରତନିଧି, ପ୍ରଶାସନିକ ଅଧିକାରୀ, ଚାଷୀ, ମିଲର୍ସ ପ୍ରତିନିଧିଙ୍କ ଉପସ୍ଥିତିରେ ଧାନ ସଂଗ୍ରହ ନେଇ ନୀତି ନିର୍ଦ୍ଧାରଣ କରାଯାଏ। ଏହି ବୈଠକ ସାଧାରଣତଃ ଅକ୍ଟୋବର ମାସ ଶେଷ କିମ୍ବା ନଭେମ୍ବର ମାସ ପ୍ରଥମ ସପ୍ତାହରେ ହୋଇଥାଏ। କିନ୍ତୁ ଶନିବାର ନଭେମ୍ବର ମାସ ଦ୍ୱିତୀୟ ସପ୍ତାହ ବିତିଯାଇ ଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଧାନ ସଂଗ୍ରହ କମିଟି ବୈଠକ ବସିପାରି ନାହିଁ।
ଫଳରେ ଜିଲାରେ କେବେଠାରୁ ଧାନମଣ୍ଡିଗୁଡ଼ିକ ଖୋଲିବ ଏବଂ କିଭଳି ଧାନ ବିକ୍ରି କରିପାରିବେ, ସେ ନେଇ ଜିଲାର ଚାଷୀମାନେ ଅନ୍ଧାରରେ ଅଛନ୍ତି। ଅନ୍ୟପଟେ ସମୟ ଯେତେ ଗଡ଼ି ଚାଲିଛି, ଜିଲାରେ ଧାନ ଅମଳ କାର୍ଯ୍ୟ ସେତିକି ଜୋର୍‌ ଧରି ବସିଛି। କ୍ଷେତରେ ଶ୍ରମିକ ଓ ହାର୍ଭେଷ୍ଟର ଲଗାଇ ଚାଷୀମାନେ ଧାନ ଅମଳ କରୁଥିବାବେଳେ ଖଳା, ବିଭିନ୍ନ ରାସ୍ତା ଉପରେ ଚାଷୀଙ୍କ ଅମଳ ଧାନ ପଡ଼ି ରହିଛି। ମଣ୍ଡି ଖୋଲି ନ ଥିବାରୁ ଗ୍ରାମାଞ୍ଚଳରେ ବେପାରୀମାନେ ଏହାର ସୁଯୋଗ ଉଠାଇବାରେ ଲାଗି ପଡ଼ିଛନ୍ତି। ଗୋଟିଏପଟେ ମଣ୍ଡି ଖୋଲି ନ ଥିବା ଏବଂ ଅନ୍ୟପଟେ ବିଭିନ୍ନ ଜରୁରୀ କାମ ପାଇଁ ଟଙ୍କାର ଆବଶ୍ୟକତା ଥିବାରୁ ଜିଲାର ଚାଷୀମାନେ ମଧ୍ୟ କମ୍‌ ଦରରେ ବେପାରୀଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି।
ସଂଯୁକ୍ତ କୃଷକ ସଙ୍ଗଠନର ଚାଷୀନେତା ସୁରେଶ ନିକାଣ୍ଟି କହିଛନ୍ତି, ଏପର୍ଯ୍ୟନ୍ତ ଜିଲାରେ ଧାନମଣ୍ଡି ଖୋଲିବା ତ ଦୂରର କଥା, ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ମଧ୍ୟ ନ ବସିବା ଆଶ୍ଚର୍ଯ୍ୟର ବିଷୟ। ଏଭଳି ସ୍ଥିତିରେ ମଣ୍ଡି ଖୋଲିବା ପୂର୍ବରୁ ଜିଲାର ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି। ତୁରନ୍ତ ମଣ୍ଡି ଖୋଲା ନ ଗଲେ ଅନେକ ଚାଷୀ କମ୍‌ଦରରେ ଧାନ ବିକ୍ରି କରିବେ ଏବଂ ଚାଷୀମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସେହିପରି ଅନ୍ୟଜଣେ ଚାଷୀନେତା ନିରଞ୍ଜନ ପ୍ରଧାନ କହିଛନ୍ତି, ସରକାର ଜାଣିଶୁଣି ଧାନ କିଣାବିକା ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି। ଧାନମଣ୍ଡି ଖୋଲିବାକୁ ଯେତେ ବିଳମ୍ବିତ କରାଯିବ, ଚାଷୀମାନେ ସେତେ ଅସୁବିଧାର ସମ୍ମୁଖୀନ ହେବେ ଏବଂ ଆଗକୁ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଚାଷୀନେତା ପ୍ରଧାନ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଇକ୍ରୋସଫ୍ଟ ଆଉଟେଜ୍ ଯୋଗୁ କ୍ଷତି ସହିଛନ୍ତି କି? କମ୍ପାନୀ ଦେଉଛି ୧୦୦% ପର୍ଯ୍ୟନ୍ତ କ୍ରେଡିଟ୍, ଜାଣନ୍ତୁ କ୍ଲେମ୍ କରିବାର …

ନୂଆଦିଲ୍ଲୀ,୧୫।୧୧: ପ୍ରାୟ ୩୬ ଘଣ୍ଟା ଧରି ମାଇକ୍ରୋସଫ୍ଟ ସର୍ଭିସ୍ ପ୍ରଭାବିତ ହେବା ପରେ ବର୍ତ୍ତମାନ ସେବାଗୁଡ଼ିକ ସ୍ୱାଭାବିକ ହୋଇଯାଇଛି। ମାଇକ୍ରୋସଫ୍ଟରେ ଦେଖାଯାଇଥିବା ଏକ ବୈଷୟିକ ତ୍ରୁଟି କାରଣରୁ…

ଛତ୍ରପୁର ପୌରପରିଷଦରେ ବଢ଼ୁଛି ଅବ୍ୟବସ୍ଥା! ଉପାଧ୍ୟକ୍ଷ ଓ କାଉନସିଲରଙ୍କ ଅସନ୍ତୋଷ

ଛତ୍ରପୁର,୧୫ା୧୧(ଦିଲ୍ଲୀପି ସାମଲ ): ଛତ୍ରପୁର ପୌରପରିଷଦରେ ଦିନକୁ ଦିନ ପ୍ରଶାସନିକ ଅବ୍ୟବସ୍ଥା ବୃଦ୍ଧି ପାଉଥିବା ବେଳେ ସରକାରୀ ଅର୍ଥର ବିନିଯୋଗକୁ ନେଇ ଉଠିଛି ସାଂଘାତିକ ପ୍ରଶ୍ନ ।…

ହାତୀପଲରୁ ଅଲଗା ହୋଇଥିବା ଅସୁସ୍ଥ ଛୁଆ ହାତୀର ମୃତ୍ୟୁ

ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବନ ବିଭାଗ ଅଧୀନ ଭାଲେରି ପାହାଡ଼ରେ ହାତୀପଲରୁ ଅଲଗା ହୋଇଯାଇଥିଲା ଛୁଆ ହାତୀର ରବିବାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…

କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍‌ ଡ୍ରାମା! ମାଇକ୍‌ ଫିଙ୍ଗିଲେ, ଚେୟାର…

ନୂଆଦିଲ୍ଲୀ,୧୫ା୧୧: ଉତ୍ତରାଖଣ୍ଡରେ ଜଣେ କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍‌ ଡ୍ରାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ପିଥୋରାଗଡ଼ରେ ଆୟୋଜିତ ଜୌଲଜୀବୀ ମେଳାର ମଞ୍ଚରେ ବିଧାୟକ…

ଗଞ୍ଜାମ ବିଇଓଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ୟୁନିଟ୍‌-୩ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ପୁରସ୍କୃତ ହୋଇଛନ୍ତି ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ…

ନ୍ୟୁଜିଲାଣ୍ଡ ମାଟିରେ ରୋହିତ-ବିରାଟଙ୍କ ଶେଷ ଦିନିକିଆ! ଭାବବିହ୍ୱଳ ହୋଇ ଫ୍ୟାନ୍ସଙ୍କୁ କହିଲେ…

ନୂଆଦିଲ୍ଲୀ,୧୫।୧୧: ନ୍ୟୁଜିଲାଣ୍ଡ ମାଟିରେ ଶେଷ ଥର ପାଇଁ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଦୁଇ ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଓ ବିରାଟ କୋହଲି…

ସିନୁ-ତ୍ରିଶଙ୍କଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେଡି, ନବୀନଙ୍କୁ କୃତଜ୍ଞତା ଜଣାଇ…

ରିଷିଡ଼ା,୧୫ା୧୧(ସୁଶାନ୍ତ ମଲ୍ଲିକ): ଜିଲା ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପଞ୍ଚାୟତ ସମିତି ସଭ୍ୟ ତଥା ଯୁବନେତା…

୭ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ଭାରତର ବିଜୟ! ୨୨ ରନ୍‌ରେ ହାରିଲା କିୱି ଟିମ୍‌

ନୂଆଦିଲ୍ଲୀ,୧୫।୧୧: ହାରିବାକୁ ଯାଉଥିବା ମ୍ୟାଚ୍‌କୁ ଜିତି ନେଲା ଟିମ୍‌ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଦିନିକିଆରେ ଭାରତୀୟ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ୨୨ ରନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?