ବରଗଡ଼ ଗସ୍ତରେ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ୩୮୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ…

ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଶୁକ୍ରବାର ଦିନିକିଆ ବରଗଡ଼ ଗସ୍ତରେ ଆସି ଜିଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ୩୪୮ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଗସ୍ତ ଅବସରରେ ମନ୍ତ୍ରୀ ହରିଚନ୍ଦନ ମୋଟ୍‌ ୧୭୯ କୋଟି ଟଙ୍କା ଅଟକଳ ମୂଲ୍ୟର ୯ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ୧୬୯ କୋଟି ଟଙ୍କା ମୂଲ୍ୟର ୬ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ବରଗଡ଼ ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଅଡଗାଁ ନାଳ ଉପରେ ଏଚ.ଏଲ. ବ୍ରିଜ ନିର୍ମାଣ, ବିକାଶ କଲେଜରୁ ବରପାଲି ରାସ୍ତାର ଉନ୍ନତିକରଣ, ଏସ୍‌ପି ଅଫିସ ଛକରୁ ପଞ୍ଚାୟତ କଲେଜ ପର୍ଯ୍ୟନ୍ତ ରାସ୍ତା ଏବଂ ସ୍ବିପର୍‌ କଲୋନୀରୁ ପୁରୁଣା ରିଜର୍ଭ ପୋଲିସ ଲାଇନ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି। ଏହା ସହିତ ପୂର୍ତ୍ତ ବିଭାଗର କର୍ମଚାରୀମାନଙ୍କ ସୁବିଧା ନିମନ୍ତେ ପିଡବ୍ଲ୍ୟୁଡି କଲୋନୀରେ ନୂତନ ‘ଡି’ ଟାଇପ କ୍ୱାର୍ଟର ନିର୍ମାଣ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ କରାଯାଇଛି। ସେହିପରି ଅତାବିରା ବିଧାନସଭା କ୍ଷେତ୍ରରେ ଗୋଡଭଗାରୁ ତୁରୁମ ରାସ୍ତା (ଏସ.ଏଚ.-୫୪)ର ଉନ୍ନତିକରଣ ଓ ପ୍ରଶସ୍ତିକରଣ ଏବଂ ବିଜେପୁର ବିଧାନସଭା କ୍ଷେତ୍ରର ଜନସାଧାରଣଙ୍କ ଯାତାୟାତକୁ ସୁଗମ କରିବା ପାଇଁ ବରପାଲି-କୁମ୍ଭାରୀ-ବରମକେଲା ରାସ୍ତାର ବୁରୋଗଡ଼ ନାଳ ଉପରେ ଏକ ନୂତନ ଏଚ.ଏଲ. ବ୍ରିଜ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଅନ୍ୟପକ୍ଷରେ ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ବରଗଡ଼ ନିର୍ବାଚନ ମଣ୍ଡଳୀର ବିକାଶ ହସ୍ପିଟାଲରୁ ହଲଦିପାଲି ଛକ ରାସ୍ତା ସହ ବିଭିନ୍ନ ବ୍ରିଜର ଉନ୍ନତିକରଣ ଏବଂ ଗାନ୍ଧୀ ଛକରୁ ଆମ୍ବେଦକର ଛକ ରାସ୍ତାରେ ଥାନା ଛକ ପର୍ଯ୍ୟନ୍ତ ରାସ୍ତା କାମ ଲୋକାର୍ପିତ ହୋଇଛି। ଭଟଲି ବିଧାନସଭା କ୍ଷେତ୍ରରେ ସୋହେଲାରୁ ଭଟଲି ଭାୟା ସୁଲସୁଲିଆ ରାସ୍ତାର ସମ୍ପ୍ରସାରଣ ଓ ମଜବୁତୀକରଣ କାର୍ଯ୍ୟର ଉଦ୍‌ଘାଟନ ହୋଇଥିବା ବେଳେ ପଦମପୁର କ୍ଷେତ୍ରରେ ସିଆର୍‌ଆଇଏଫ୍‌ (CRIF) ଅଧିନସ୍ଥ ପାଟଣାଗଡ଼-ପଦମପୁର ରାସ୍ତା, ଦୀପ୍ତିପୁର-ଗାଇସିଲେଟ ରାସ୍ତା ଏବଂ ପାଇକମାଳ-ଝରବନ୍ଧ-ଡଭା ରାସ୍ତାର ପ୍ରଶସ୍ତିକରଣ ଓ ମଜବୁତୀକରଣ କାର୍ଯ୍ୟ ଲୋକାର୍ପିତ ହୋଇଛି। ଏଥିସହ ଅଙ୍ଗ ନାଳ ଉପରେ ନିର୍ମିତ ଏଚ୍‌ଏଲ୍‌ ବ୍ରିଜ୍‌ ମଧ୍ୟ ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ହରିଚନ୍ଦନ କହିଛନ୍ତି, ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ଏବଂ ଲୋକାର୍ପିତ ହେବା ଦ୍ୱାରା ସମଗ୍ର ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଅତ୍ୟନ୍ତ ସୁଦୃଢ଼ ହେବ ଏବଂ ଜନସାଧାରଣ ନିତିଦିନିଆ ଯାତାୟାତରେ ବିଶେଷ ଉପକୃତ ହେବେ । ମୁଖ୍ୟମନ୍ତ୍ରୀଙ୍କ ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଗଠନର ସ୍ବପ୍ନକୁ ସାକାର କରିବା ଦିଗରେ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଇ ଚାଲିଛନ୍ତି ବୋଲି ସେ ମତବ୍ୟକ୍ତ କରିବା ସହିତ ଏକ ସମୃଦ୍ଧ, ବିକଶିତ ଏବଂ ସୁନ୍ଦର ବରଗଡ଼ ଗଠନ ପାଇଁ ଜିଲାବାସୀଙ୍କ ଭଲପାଇବା ଓ ସହଯୋଗ କାମନା କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଅଶ୍ବିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଏବଂ ବରଗଡ଼ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ଇଣ୍ଡିଆ ସହ ହୋଇଛି ବଡ଼ ଧୋକା: ୩୩୩ ରନ ହୋଇଥିବା ପିଚ୍‌ରେ ଭାରତ ୮୯ରେ ଅଲଆଉଟକୁ ନେଇ ମୁହଁ ଖୋଲିଲେ ଶ୍ରେୟସ ଆୟର

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଯେଉଁ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୩୩ ରନ…

କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ନିରୀକ୍ଷଣ କାର୍ଯ୍ୟକ୍ରମ: ପାଠପଢ଼ା ସହ କ୍ରୀଡ଼ା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ

ଭଞ୍ଜନଗର,୧୩।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ନିରୀକ୍ଷଣ ଓ ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି, ଶିକ୍ଷାର…

ପାଟ୍ରୋଲିଂବେଳେ କାର୍‌ ଅଟକାଇଲା ପୋଲିସ, ଭିତରେ ଏତେ ଗଞ୍ଜେଇ ଦେଖି ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଶୁକ୍ରବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବେଗୁନିଆପଡ଼ା ଥାନା ନୂଆଗଡ଼ ସୁମଣ୍ଡଳ ଗ୍ରାମର ବାବୁ ନାୟକ(୨୫)ଙ୍କୁ ବ୍ରହ୍ମପୁର…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଘର ଲୋକଙ୍କ ଭୟରେ ଜଙ୍ଗଲକୁ ପଳାଇଥିଲେ ୪ ଦଶମ ଶ୍ରେଣୀ ଛାତ୍ର, ଆଉ ତା’ପରେ…

ବଲାଙ୍ଗୀର,୧୩।୧୧: ବଲାଙ୍ଗୀର ସହର ଉପକଣ୍ଠ ଜଙ୍ଗଲରୁ ଶୁକ୍ରବାର ୪ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମସ୍ତ ଛାତ୍ର ଲଳିତନଗର ଅଞ୍ଚଳର ବୋଲି ଜଣାପଡିଛି। ମିଳିଥିବା…

ଟିମ୍‌ଇଣ୍ଡିଆକୁ ଦିନରେ ତାରା ଦେଖେଇଦେଲେ ହେନରୀ: କଲେ ରେକର୍ଡ ବର୍ଷା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଟିମ ଇଣ୍ଡିଆକୁ ୨୪୪ ରନ୍‌ର ବଡ଼…

ମୋ ଫୋନ ଟ୍ୟାପ କରାଯାଉଛି, ସବୁ ପ୍ରମାଣ ଏଥିରେ ଅଛି: ସାଂଘାତିକ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧୧: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିଜ ଫୋନ ଟ୍ୟାପିଂ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ସେ ଦାବି କରିଛନ୍ତି,…

ଦିନିକିଆରେ ଏମିତି ରେକର୍ଡ କଲେ ଶ୍ରେୟସ, ଅଧିନାୟକ ଡେବ୍ୟୁରେ ଶୂନରେ ଆଉଟ୍‌

ନୂଆଦିଲ୍ଲୀ, ୧୩।୧୧: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ଶ୍ରେୟସ ଆୟରଙ୍କ ଡେବ୍ୟୁ ଖରାପ ରହିଥିଲା। କିନ୍ତୁ ଦିନିକିଆରେ ତାଙ୍କ ଡେବ୍ୟୁ ଏହାଠାରୁ ମଧ୍ୟ ଅଧିକ ନିରାଶାଜନକ…

ଧୋକା ଦେଲେ ବିରାଟ-ରୋହିତ: ODIରେ ଭାରତକୁ ଦ୍ୱିତୀୟ ସବୁଠୁ ବଡ଼ ପରାଜୟ, ମାତ୍ର ଏତିକି ରନ୍‌ରେ ଅଲଆଉଟ୍‌

ନୂଆଦିଲ୍ଲୀ, ୧୩।୧୧: ଚତୁର୍ଥ ଦିନିକିଆ ମ୍ୟାଚରେ ଭାରତୀୟ ଦଳକୁ ୨୪୪ ରନରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ୩୩୪ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଆସିଥିବା ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?