ଖୋର୍ଦ୍ଧାରେ ଏସ୍‌ଟିଏଫ୍‌ର ଏନ୍‌କାଉଣ୍ଟର ଘଟଣା : ଦୁଇ ମୋଷ୍ଟଓ୍ବାଣ୍ଟେଡ୍‌ଙ୍କୁ ଧରିବାକୁ ଚଢ଼ାଉ ଜୋର୍‌ଦାର

ଭୁବନେଶ୍ୱର,୧।୭ (ବ୍ୟୁରୋ) : ଖୋର୍ଦ୍ଧା ଏଲ୍‌ଆଇସି ପଡ଼ିଆରେ ଶନିବାର ରାତିରେ ଚଢ଼ାଉ ସମୟରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ସହ ଅପରାଧୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗୁଳିବର୍ଷା ପରେ ପଛଘୁଞ୍ଚା ଦେଇଥିଲା ପୋଲିସ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ଥିବା ସଞ୍ଜୟ ଓ ଅନିଲ ଗ୍ୟାଙ୍ଗ୍‌। ହେଲେ ଅନ୍ୟମାନେ ଖସି ଯାଇଥିବାବେଳେ ପୋଲିସ ଜଣଙ୍କୁ କାବୁ କରିଥିଲା। ତେବେ ଗୁଳି ବାଜିବା ପରେ ସଞ୍ଜୟ ପ୍ରଧାନ ଓ ଅନିଲ ବରାଳ ସହଯୋଗୀଙ୍କ ସହ ଘଟଣାସ୍ଥଳରୁ ଖସି ଯାଇଥିବା ସନ୍ଦେହ କରି ଏସ୍‌ଟିଏଫ୍‌ ପକ୍ଷରୁ ଆଖପାଖ ଅଞ୍ଚଳରେ ବିଳମ୍ବିତ ରାତି ପର୍ଯନ୍ତ ତଲାସି କରାଯାଇଥିଲା। ରବିବାର ମଧ୍ୟ ସେମାନଙ୍କୁ ଧରିବାକୁ ଚଢ଼ାଉ ଜୋର୍‌ଦାର କରାଯାଇଛି। ଆହତ ହୋଇଥିବାରୁ ସେମାନେ ନିଶ୍ଚିତ ଚିକିତ୍ସା ପାଇଁ ହସ୍ପିଟାଲକୁ ଯାଇପାରନ୍ତି। ଏପରିକି ସେମାନେ କୌଣସି ଡାକ୍ତରଙ୍କୁ ଧମକାଇ ଘରକୁ ଡାକି ଚିକିତ୍ସିତ ହୋଇପାରନ୍ତି। ତେଣୁ ବିଭିନ୍ନ ହସ୍ପିଟାଲ, ନର୍ସିଂହୋମ ଓ କ୍ଲିନିକ୍‌ ସମେତ ଆଡ୍ଡାସ୍ଥଳ ଉପରେ ଏସ୍‌ଟିଏଫ୍‌ ନଜର ରଖିଛି। ସାମାନ୍ୟ ସୁରାକ ମିଳିଲେ ଚଢ଼ାଉ କରାଯାଇ ଗିରଫ କରିବାକୁ ଯୋଜନା କରିଛି ଏସ୍‌ଟିଏଫ୍‌।
ଅନ୍ୟପକ୍ଷରେ ଏନ୍‌କାଉଣ୍ଟରବେଳେ ଧରାପଡିଥିବା ସଞ୍ଜୟ ଗ୍ୟାଙ୍ଗର ଅନ୍ୟତମ ସହଯୋଗୀ ଜନ୍‌ ଖୁଣ୍ଟିଆଙ୍କୁ ପଚରାଉଚରାବେଳେ ପୋଲିସକୁ ବହୁ ତଥ୍ୟ ମିଳିଛି। ତାଙ୍କ ଘର କଟକ ଚାରିବାଟିଆ ହୋଇଥିବାବେଳେ ସେ ପୁରୁଣା ଭୁବନେଶ୍ୱର କପିଳେଶ୍ୱରର ମାଉସୀ ଘରେ ରହୁଥିଲେ। ଖୋର୍ଦ୍ଧାର ଅଜୟ ପ୍ରଧାନଙ୍କ ଆସ୍କା ଫର୍ଟି କାଉଣ୍ଟରରେ କାମ କରୁଥିଲେ। ସଞ୍ଜୟ ଗ୍ୟାଙ୍ଗ୍‌ରେ ମିଶି ବ୍ରାଉନସୁଗାର କାରବାର କରୁଥିଲେ ବୋଲି ସେ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏନ୍‌କାଉଣ୍ଟର ପରେ ସେମାନେ ବ୍ୟବହାର କରୁଥିବା କାରକୁ ପୋଲିସ ଜବତ କରିବା ସହ ତାହା ଭିତରୁ ଏକ ବନ୍ଧୁକ, ଦୁଇଟି ଗୁଳି ଓ ଏକ ରକ୍ତଭିଜା ଗାମୁଛାକୁ ଜବତ କରିଥିଲା। ଏନେଇ ଏସ୍‌ଟିଏଫ୍‌ ଇନ୍ସପେକ୍ଟର ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍‌ ନଂ.୧୮୭/୧୯ ଦଫା ୩୩୨, ୩୫୩, ୩୦୭, ୩୪ ଓ ୨୫ ଏବଂ ୨୭ ଆମର୍‌ସ ଆକ୍ଟ ଲଗାଇ ଜନ୍‌ଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ସେହିଭଳି ଖୋର୍ଦ୍ଧା ଆଦର୍ଶ ଥାନାର କେସ୍‌ ନଂ.୧୭୯/୧୯ରେ ମଧ୍ୟ ଜନ୍‌ଙ୍କୁ ଜାମିନ ମିଳିନାହିଁ। ଜନ୍‌ଙ୍କ ନାମରେ ଖଣ୍ଡଗିରି ଏବଂ ଖୋର୍ଦ୍ଧା ଥାନାରେ ଲୁଟ୍‌, ହତ୍ୟା ଧମକ, ଆମର୍‌ସ ଆକ୍ଟ ଭଳି ଏକାଧିକ ମାମଲା ରହିଛି। ଖୋର୍ଦ୍ଧାରେ ସଞ୍ଜୟ ଓ ଅନିଲ ବ୍ରାଉନ ସୁଗାର ବେପାର କରିବା ସହ ବେଆଇନ ପଥର ଖଣିରୁ କିଭଳି ଚୋରା ଚାଲାଣ କରୁଥିଲେ ତାହାର ଗୁମର ଖୋଲିଛନ୍ତି ଜନ୍‌।
ଜନ୍‌ଙ୍କ ବୟାନ ଆଧାରରେ ପୋଲିସ କହିଛି ଯେ, ଖୋର୍ଦ୍ଧାରେ ସଞ୍ଜୟଙ୍କ ସହ ଅନ୍ୟ ୪ଜଣ ମିଶି ବ୍ରାଉନସୁଗାର ବ୍ୟବସାୟ କରନ୍ତି। ସଞ୍ଜୟ ବିଶେଷକରି ସ୍କୁଲ ପିଲା ଓ କଲେଜ ପିଲାଙ୍କୁ ଟାର୍ଗେଟ କରିଥାନ୍ତି। ସେ କଲେଜ ଓ ହାଇସ୍କୁଲ ଆଗରେ ରହି ପ୍ରଥମେ ଛାତ୍ରମାନଙ୍କ ସହ ମିଶିଥାନ୍ତି। ଧୀରେ ଧୀରେ ଛାତ୍ରମାନଙ୍କୁ ଫସାଇ ନିଜ ର଼୍ୟାକେଟରେ ସାମିଲ୍‌ କରିବା ସହ ବ୍ରାଉନସୁଗାର ବ୍ୟବସାୟ ବଢ଼ାଇଥାନ୍ତି। ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର କେତେଜଣ ଅଧିକାରୀ ଏବଂ କର୍ମଚାରୀଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ସହଯୋଗ ହାସଲ କରନ୍ତି।
ସଞ୍ଜୟ ନାମରେ ଏସ୍‌ଟିଏଫ୍‌ରେ କେସ୍‌ ନଂ.୬/୧୯ ରହିଛି। ସେହିପରି ସଞ୍ଜୟ ଓ ଅନିଲଙ୍କ ନାମରେ କେସ୍‌ ନଂ.୭/୧୯ ରହିଛି। ଉଭୟଙ୍କୁ ଧରିବାକୁ ଏସ୍‌ଟିଏଫ୍‌ କିଛିଦିନ ହେବ ଯୋଜନା କରିଥିଲା। ଶନିବାର ରାତିରେ ଏଲ୍‌ଆଇସି ପଡିଆରେ ସଞ୍ଜୟ, ଅନିଲ, ମନୋରଞ୍ଜନ ଏବଂ ଜନ୍‌ କାରରେ ବସି ବ୍ରାଉନ ସୁଗାର ବ୍ୟବସାୟ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ନେଇ ସୂଚନା ପାଇବା ପରେ ଏସ୍‌ଟିଏଫ୍‌ ଟିମ୍‌ ସେଠାରେ ଚଢାଉ କରିଥିଲା। ହେଲେ ସଞ୍ଜୟ ଏସ୍‌ଟିଏଫ୍‌ ଟିମ୍‌କୁ ଦେଖି ଗୁଳି ଚଳାଇଥିଲେ। ଏସ୍‌ଟିଏଫ୍‌ ପକ୍ଷରୁ ସେମାନଙ୍କ ଉପରକୁ ବାରମ୍ବାର ଗୁଳି କରାଯାଇଥିଲା। ମନୋରଞ୍ଜନଙ୍କ ଗୋଡ଼ରେ ଗୁଳି ବାଜିଥିବାବେଳେ ଅନ୍ୟକେତେଜଣ ଆହତ ହୋଇଥିଲେ। ଅନ୍ଧାର ସୁଯୋଗରେ ସେମାନେ ନିକଟ ଜଙ୍ଗଲରେ ପଶି ଖସିଯାଇଥିଲେ ବୋଲି ଥିବା ଗିରଫ ହୋଇଥିବା ଜନ୍‌ଙ୍କଠାରୁ ପୋଲିସ ଜାଣିବାକୁ ପାଇଛି। ଗୁଳି ବିନିମୟରେ ଏସ୍‌ଟିଏଫ୍‌ର ୩ଜଣ ସଦସ୍ୟ ଆହତ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri