ଖେଳ ପିଲାଙ୍କୁ ବିକଶିତ କରିଥାଏ

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲର ୭ମ ବାର୍ଷିକ କ୍ରୀଡ଼ା ଉତ୍ସବ ‘ସାଇ ଅଲିମ୍ପିକ୍ସ’ ସୋମବାର ସ୍କୁଲ ପରିସରରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଅଲିମ୍ପିଆନ୍‌ ଆଥଲେଟ୍‌ ଦୂତୀ ଚାନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ାକୁ ପେସା ଭାବେ ଗ୍ରହଣ କରିବାକୁ ଛାତ୍ରୀଛାତ୍ରଙ୍କୁ ପ୍ରବର୍ତ୍ତାଇଥିଲେ। ଅଭିଭାବମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ, ଶିକ୍ଷା ସହ ଖେଳକୁ ମଧ୍ୟ ଧ୍ୟାନ ଦେବା ଉଚିତ୍‌, ଯଦ୍ଦ୍ବାରା ପିଲାମାନେ ଅଧିକ ବିକଶିତ ହୋଇପାରିବେ। ଓଡ଼ିଶା ଫୁଟବଲ୍‌ କ୍ଳବ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆଶିଷ ଶାହ, ଲିଡିଙ୍ଗ୍‌ ସ୍କୁଲ୍‌ ଅଫ୍‌ ଇଣ୍ଡିଆର କଣ୍ଟ୍ରି ହେଡ୍‌ ସବିନା ଏ. ସେହଗଲ୍‌ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ସାଇ ଇଣ୍ଟରନ୍ୟାଶନାଲ ପ୍ରତିଷ୍ଠାତା ତଥା ମେଣ୍ଟର୍‌ ଡ. ବିଜୟ କୁମାର ସାହୁ ଛାତ୍ରୀଛାତ୍ରଙ୍କୁ ସୁସ୍ଥ ଓ ଚରିତ୍ରବାନ ବ୍ୟକ୍ତିତ୍ୱ ଦେବା ଲାଗି ଅଭିଭାବକଙ୍କୁ ୫ଟିି ଆବଶ୍ୟକ ବିଷୟ ଉପରେ ଧ୍ୟାନ ଦେବାକୁ କହିଥିଲେ। ରାତିରେ ଶୀଘ୍ର ଶୋଇବା, ପ୍ରତିଦିନ ୩୦ ମିନିଟ୍‌ ବ୍ୟାୟମ୍‌ କରିବା, ପ୍ରତିଦିନର ଖାଦ୍ୟରେ କିଛି ଫଳ ଗ୍ରହଣ କରିବା, ପ୍ରତିମାସରେ ପିଲାଙ୍କ ଓଜନ ମାପ କରିବା ଓ ରାତି ୮ଟାରେ ସେମାନଙ୍କୁ ଇଲୋକ୍ଟ୍ରୋନିକ୍‌ ଗ୍ୟାଜେଟ୍‌ଠାରୁ ଦୂରେଇ ରଖିବା। ଶେଷରେ ଜାତୀୟସ୍ତର କ୍ରୀଡ଼ା ପ୍ରତିଯୋଗିତା ଏବଂ ଇଣ୍ଟରହାଉସ୍‌ ପ୍ରତିଯୋଗିତା ଗୁଡ଼ିକରେ ବିଜୟୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ସାଇ ଇଣ୍ଟରନ୍ୟାଶନାଲ୍‌ ଏଜୁକେଶନ୍‌ ଗ୍ରୁପ୍‌ର ଭାଇସ୍‌ ଚେୟାରପର୍ସନ ଡ. ଶିଳ୍ପୀ ସାହୁ ଏବଂ ସିନିୟର ପ୍ରିନି୍ସପାଲ୍‌ ନୀଳକଣ୍ଠ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବିଷୟବସ୍ତୁ ନେଇ ସ୍କୁଲର ୩ ହଜାର ୫ ଶହ ଛାତ୍ରୀଛାତ୍ର ସାମୂହିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?