Posted inଖେଳ

ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌: କଳିଙ୍ଗରେ ତୃତୀୟ ପର୍ଯ୍ୟାୟ ମ୍ୟାଚ

ନୂଆଦିଲ୍ଲୀ, ୬ା୩- ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ) ଏବଂ ହକି ଇଣ୍ଡିଆ ଆନୁକୂଲ୍ୟରେ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌(୨୧ ବର୍ଷରୁ କମ୍‌)ର ପ୍ରଥମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚରୁ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ। ଏହା ୩ଟି ପର୍ଯ୍ୟାୟରେ ଭିନ୍ନଭିନ୍ନ ଭେନ୍ୟୁରେ ଆୟୋଜିତ ହେବ। ଏହି କ୍ରମରେ ଲିଗ୍‌ର ତୃତୀୟ ପର୍ଯ୍ୟାୟ ନଭେମ୍ବର ୨୨ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୩ରୁ ୨୯ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୩ରୁ ୧୯ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ହେବ।
”ଖେଲୋ ଇଣ୍ଡିଆ ସ୍କିମ୍‌ରେ ବିଭିନ୍ନ କ୍ରୀଡ଼ା ପାଇଁ ପ୍ରତିଭା ଅନୁସନ୍ଧାନ ଲାଗି ପ୍ଲାଟଫର୍ମ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମହିଳା ହକି ଲିଗ୍‌ ଏହାର ଏକ ଅଂଶବିଶେଷ। ବର୍ତ୍ତମାନ ଭାରତରେ ସୀମିତ ସଂଖ୍ୟାରେ ଜାତୀୟ ସ୍ତରୀୟ ମହିଳା ହକି ଟୁର୍ନାମେଣ୍ଟ ହେଉଛି। ତେଣୁ ଆମେ ଏପରି ଏକ ଲିଗ୍‌ ପାଇଁ ନିଷ୍ପତ୍ତି ନେଇଛୁ। ଏହାଦ୍ୱାରା ୨୧ ବର୍ଷରୁ କମ୍‌ ବର୍ଗରେ ଅଧିକରୁ ଅଧିକ ପ୍ରତିଭା ସାମ୍ନାକୁ ଆସିପାରିବେ“ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ପ୍ରକାଶ କରିଛନ୍ତି।
ଲିଗ୍‌ର ପ୍ରଥମ ସଂସ୍କରଣରେ ୧୪ଟି ଦଳ ଅଂଶଗ୍ରହଣ କରିବେ। ପ୍ରଥମେ ଯେଉଁ ଦଳ ଗୁଡ଼ିକ ଆସି ନାମ ପଞ୍ଜୀକରଣ କରିବେ ସେଗୁଡ଼ିକୁ ଅଗ୍ରାଧିକାର ଦିଆଯିବ। ତେବେ ଏଥିରେ ଭାଗ ନେବାପାଇଁ ନିୟମାବଳୀ ରହିଛି। ସେହି ଆଧାରରେ ଦଳ ଗୁଡ଼ିକୁ ନିଆଯିବ। ୧୪ଟି ଦଳକୁ ୨ଟି ପୁଲ୍‌ରେ ବିଭକ୍ତ କରାଯିବ। ପ୍ରତି ପୁଲ୍‌ରେ ୭ଟି ଲେଖାଏ ଦଳ ରହିବେ। ତେଣୁ ପ୍ରଥମ ପର୍ଯ୍ୟାୟ ଲିଗ୍‌ରେ ୭ଟି ଓ ଦ୍ୱିତୀୟ ପର୍ଯ୍ୟାୟ ଲିଗ୍‌ରେ ୭ଟି ଦଳ ଭାଗନେବେ। ଉଭୟ ପର୍ଯ୍ୟାୟରେ ଦଳ ଗୁଡ଼ିକ ରାଉଣ୍ଡ ରବିନ ଫର୍ମାଟରେ ୬ଟି ଲେଖାଏ ମ୍ୟାଚ ଖେଳିବା ସୁଯୋଗ ପାଇବେ। ପ୍ରଥମ ୨ ପର୍ଯ୍ୟାୟ ପରେ ବିଭିନ୍ନ ଦଳ ଗୁଡ଼ିକର ର଼୍ୟାଙ୍କିଙ୍ଗ୍‌ ଭିତ୍ତିରେ କ୍ଲାସିଫିକେଶନ ମ୍ୟାଚ ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଶେଷରେ ଚାମ୍ପିୟନ ନିର୍ଦ୍ଧାରଣ ପାଇଁ ଫାଇନାଲ ମ୍ୟାଚ ସହ ଲିଗ୍‌ ଶେଷ ହେବ। ଏଥିରେ ହକି ଇଣ୍ଡିଆ ସହ ଅନୁବନ୍ଧିତ ବିଭିନ୍ନ ଏକାଡେମୀ ଓ ପବ୍ଲିକ୍‌ ସେକ୍ଟର ୟୁନିଟ(ପିଏସୟୁ) ଭାଗ ନେଇପାରିବେ। ୨୦୦୦ ଜାନୁୟାରୀ ୧ ପରେ ଜନ୍ମଗ୍ରହଣ କରିଥିବା ପିଲାମାନେ ଏଥିରେ ଭାଗ ନେଇପାରିବେ। ୧୪ଟି ଯାକ ଦଳରେ ୧୮ ଜଣ ଲେଖାଏ ଖେଳାଳି ଏବଂ ୪ ସପୋର୍ଟ ଷ୍ଟାଫ୍‌(ମୁଖ୍ୟ କୋଚ୍‌, ଟିମ୍‌ ମ୍ୟାନେଜର, ଡାକ୍ତର ଓ ଫିଜିଓ) ରହିବେ।
”ଦେଶରେ ହକିର ଉନ୍ନତି ପାଇଁ ହକି ଇଣ୍ଡିଆ ପ୍ରତିଶ୍ରୁତିବଦ୍ଧ। ସାଇ ପକ୍ଷରୁ ନିଆଯାଇଥିବା ନୂଆ ପଦକ୍ଷେପ ଦ୍ୱାରା ଦେଶର ୨୧ ବର୍ଷରୁ କମ୍‌ ମହିଳା ଖେଳାଳିମାନେ ଖେଲୋ ଇଣ୍ଡିଆ ସ୍କିମ୍‌ରେ ବର୍ଷସାରା ଉଚ୍ଚସ୍ତରରେ ମ୍ୟାଚ ଖେଳିବା ସୁଯୋଗ ପାଇପାରିବେ। ଏହି ଲିଗ୍‌ରେ ଗୋଟିଏ ସିଜନରେ ପ୍ରତି ଦଳ ଅତିକମ୍‌ରେ ୧୫ଟି ମ୍ୟାଚ ଖେଳିବାର ସୁଯୋଗ ପାଇବ। ଏହାଦ୍ୱାରା ହକି ଇଣ୍ଡିଆ ସହ ଅନୁବନ୍ଧିତ ବିଭିନ୍ନ ଏକାଡେମୀ ଓ ପବ୍ଲିକ୍‌ ସେକ୍ଟର ୟୁନିଟ (ପିଏସୟୁ)ର ଖେଳାଳିମାନେ ସେମାନଙ୍କ ପ୍ରତିଭା ଦେଖାଇ ପାରିବେ। ଏହାଦ୍ୱାରା ଭବିଷ୍ୟତରେ ସେମାନେ ଭାରତୀୟ ଦଳ ଗଠନ ପ୍ରକ୍ରିୟାରେ ମଧ୍ୟ ସାମିଲ ହୋଇ ପାରିବେ“ ବୋଲି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri