ଖାଲି ପେଟରେ କରନ୍ତୁ ନାହିଁ ବ୍ୟାୟାମ, ଜାଣି ରଖନ୍ତୁ କ’ଣ ଖାଇବେ..

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଯୋଗୁ ନିଜ ପାଇଁ ସମୟ ବାହାର କରିବା କଷ୍ଟକର। ଦୈନନ୍ଦିନ ଜୀବନଚର୍ଯ୍ୟା ଆରମ୍ଭ କରିବା ପୂର୍ବରୁ କିଛି ସମୟ ବ୍ୟାୟାମ କରିବା ଉଚିତ। ତେବେ ବ୍ୟାୟାମ କରିବା ସମୟରେ ଅନେକଙ୍କୁ ଥକ୍କା ଲାଗିଥାଏ। ଏପରି କିଛି ଖାଦ୍ୟ ରହିଛି ଯାହାକୁ ବ୍ୟାୟାମ ପୂର୍ବରୁ ଖାଇବା ଦ୍ୱାରା ଥକ୍କାପଣ ଅନୁଭୂତ ହୋଇ ନ ଥାଏ। ଏଥିସହ ଶରୀରକୁ ଆବଶ୍ୟକ ଶକ୍ତି ମଧ୍ୟ ମିଳିଥାଏ। କାରଣ ଖାଲିପେଟରେ ବ୍ୟାୟାମ କରିବା ଆଦୌ ଉଚିତ ନୁହେଁ। ମାତ୍ର ଖାଦ୍ୟ ପରିମାଣ ଉପରେ ଧ୍ୟାନ ମଧ୍ୟ ରଖନ୍ତୁ। ଆସନ୍ତୁ ଜାଣିବା ସେଭଳି କିଛି ପ୍ରୋଟିନଯୁକ୍ତ ଖାଦ୍ୟ ବିଷୟରେ:
ଦଲିଆ: ବ୍ୟାୟାମ ବା ଏକ୍ସରସାଇଜ୍‌ କରିବାର ୩୦ ମିନିଟ୍‌ ପୂର୍ବରୁ ପାଖାପାଖି ୧ ଗିନା ଦଲିଆ ଖାଇବା ଉଚିତ। ଏହା ଫାଇବର ଏବଂ ପ୍ରୋଟିନର ଏକ ମହତ୍ତ୍ୱପୂର୍ଣ୍ଣ ସ୍ରୋତ।


କଦଳୀ: ବ୍ୟାୟାମ କରିବାର ୩୦ ମିନିଟ୍‌ ପୂର୍ବରୁ ୨ଟି କଦଳୀ ଖାଇବା ଆବଶ୍ୟକ। କଦଳୀରେ ଅଧିକ ମାତ୍ରାରେ ପୋଟାସିୟମ ରହିଥିବାରୁ ବ୍ୟାୟାମ ସମୟରେ ମାଂସପେଶୀ ଟାଣିହୋଇ ନ ଥାଏ।


ବ୍ରାଉନ୍‌ ବ୍ରେଡ୍‌: ବ୍ରାଉନ୍‌ ବ୍ରେଡ୍‌ରେ ତିଆରି ସାଣ୍ଡଉଇଜ୍‌ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ତେଣୁ ବ୍ୟାୟାମ କରିବାର ୩୦ ମିନିଟ୍‌ ପୂର୍ବରୁ ଏହାକୁ ଖାଇବା ଆବଶ୍ୟକ। ଏହାକୁ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌ ମିଳିଥାଏ। ତେଣୁ ବ୍ୟାୟାମ ସମୟରେ କୌଣସି ପ୍ରକାର ସମସ୍ୟା ଅନୁଭବ ହୋଇ ନ ଥାଏ। ଏବଂ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରିହେବ।


ବିଟ୍‌ ଜୁସ୍‌: ବିଟ୍‌ ଜୁସ୍‌ରେ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ଭିଟାମିନ ବି ଏବଂ ଏନର୍ଜୀ ଭରପୂର ମାତ୍ରାରେ ରହିଛି। ବ୍ୟାୟାମ କରିବାର ୩୦ ମିନିଟ୍‌ ପୂର୍ବରୁ ଏକ ଗ୍ଲାସ୍‌ ଜୁସ୍‌ ସେବନ କରିବା ଦ୍ୱାରା ଶରୀରରେ ଶକ୍ତି ଏବଂ ସହନଶକ୍ତି ବଢ଼ିଥାଏ। ଏହାକୁ ପିଇବା ଦ୍ୱାରା ନ ଥକି ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରିପାରିବେ।


କ୍ଷୀର, କଦଳୀ, ଅଖରୋଟ ଜୁସ୍‌: କ୍ଷୀର, କଦଳୀ, ଅଖରୋଟ ଏବଂ ଚିନିକୁ ମିଶାଇ ଏକ ଜୁସ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ବ୍ୟାୟାମ କରିବାର ୩୦ ମିନିଟ ପୂର୍ବରୁ ପିଅନ୍ତୁ। ଏହାଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri