‘ଖାଦ୍ୟରେ ବିଷ ଦେଇଥିଲେ’

ଭୁବନେଶ୍ୱର,୭।୧(ବ୍ୟୁରୋ):ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)ରେ କାର୍ଯ୍ୟରତ ବରିଷ୍ଠ ଓଡ଼ିଆ ବୈଜ୍ଞାନିକ ତଥା ଅହମ୍ମଦାବାଦସ୍ଥିତ ସ୍ପେସ୍‌ ଆପ୍ଲିକେଶନ ସେଣ୍ଟରର ପୂର୍ବତନ ନିର୍ଦ୍ଦେଶକ ତପନ ମିଶ୍ର ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆଣିଛନ୍ତି। ୩ବର୍ଷ ପୂର୍ବେ ତାଙ୍କୁ ଖାଦ୍ୟରେ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଇଥିଲା। ଆଉ ଏହା ବାଙ୍ଗାଲୋରସ୍ଥିତ ଇସ୍ରୋ ମୁଖ୍ୟ କାର୍ଯ୍ୟାଳୟରେ ଏକ ପଦୋନ୍ନତି ସାକ୍ଷାତକାର ସମୟରେ କରାଯାଇଥିଲା। ତାଙ୍କୁ ମାରାତ୍ମକ ଆର୍ସେନିକ୍‌ ଟ୍ରାଇଅକ୍ସାଇଡ୍‌ ବିଷ ଦିଆଯାଇଥିଲା। କେବଳ ଏତିକି ନୁହେଁ, ଘରକୁ ସାପ ପଠାଯାଇ ତାଙ୍କୁ ମାରିବାକୁ ଉଦ୍ୟମ ହୋଇଥିବା ମିଶ୍ର ଅଭିଯୋଗ କରିଛନ୍ତି। ମଙ୍ଗଳବାର ସେ ଫେସ୍‌ବୁକରେ ‘ଲଙ୍ଗ୍‌ କିପ୍‌ ସିକ୍ରେଟ୍‌’ ଶୀର୍ଷକ ଏକ ପୋଷ୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।
୨୦୧୭ ମେ’ ୨୩ ରେ ଇସ୍ରୋ ମୁଖ୍ୟାଳୟରେ ପଦୋନ୍ନତି ସାକ୍ଷାତକାର ଚାଲିଥିଲା। ସାକ୍ଷାତକାର ପାଇଁ ଆସିଥିବାବେଳେ ତାଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରିବାକୁ ଯୋଜନା ହୋଇଥିଲା। ହେଲେ କିଏ ଓ କାହିଁକି ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲା ସେ ସମ୍ପର୍କରେ ସେ ଜାଣି ନ ଥିବା କହିଛନ୍ତି। ମଧ୍ୟାହ୍ନଭୋଜନ ପରେ ଖାଇଥିବା ଦୋସା ଓ ଚଟଣିରେ ବିଷାକ୍ତ କେମିକାଲ ଆର୍ସେନିକ୍‌ ଟ୍ରାଇଅକ୍ସାଇଡ୍‌ ମିଶା ଯାଇଥିବା ସେ ସନ୍ଦେହ କରିଛନ୍ତି। ଏହି କେମିକାଲ ରଙ୍ଗହୀନ, ସ୍ବାଦହୀନ ଓ ଗନ୍ଧହୀନ ହୋଇଥିବାରୁ ସନ୍ଦେହ ଘେରକୁ ଆସି ନ ଥିଲା। ମାତ୍ର ଖାଦ୍ୟ ଭଲ ନ ଲାଗିବାରୁ ସେ କମ୍‌ ଖାଇଥିଲେ। ସୌଭାଗ୍ୟବଶତଃ ଏଥିପାଇଁ ତାଙ୍କ ଜୀବନ ତ ବଞ୍ଚତ୍ୟାଇଥିଲା, ହେଲେ ଶରୀରେ ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଦୀର୍ଘ ଦୁଇବର୍ଷ ଧରି ସେ ଚିକିତ୍ସାଧୀନ ଥିଲେ। ତାଙ୍କୁ ହତ୍ୟା କରାଯିବା ଲାଗି ଉଦ୍ୟମ ହେଉଥିବା ନେଇ ୨୦୧୭ ଜୁନ୍‌ରେ ତାଙ୍କର ଜଣେ ସହକର୍ମୀ ସତର୍କ କରାଇଥିଲେ। ଏପରି କି ସେହିବର୍ଷ ଜୁଲାଇ ମାସରେ ଗୃହ ବିଭାଗର ସୁରକ୍ଷା କର୍ମୀମାନେ ତାଙ୍କୁ ଭେଟି ଆର୍ସେନିକ୍‌ କେମିକାଲ ବିଷୟରେ ସୂଚନା ଦେବା ସହ ଡାକ୍ତରମାନଙ୍କୁ ଏହାର ପ୍ରତିକାର ବାବଦରେ କହିଥିଲେ। ଏହାମଧ୍ୟରେ ତାଙ୍କର ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବା ସହିତ ଚର୍ମ ଓ ନଖରେ ସମସ୍ୟା ଦେଖାଦେଇଥିଲା। ଭୟଙ୍କର ସ୍ନାୟୁଜନିତ ସମସ୍ୟା ମଧ୍ୟ ପରିଲକ୍ଷିତ ହୋଇଥିଲା। ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବାର ମେଡିକାଲ ରିପୋର୍ଟ ଏବଂ ହାତ ଓ ପାଦର ଚିତ୍ର ସେ ନିଜ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ତାଙ୍କ ସହ ଘଟିଥିବା ଏହି ଘଟଣାକୁ ସେ ଗୁପ୍ତ ରଖିଥିଲେ। ତେବେ ଚଳିତ ମାସରେ ଇସ୍ରୋର ବରିଷ୍ଠ ପରାମର୍ଶଦାତା ପଦରୁ ମିଶ୍ର ଅବସର ନେବେ। ଏହାପୂର୍ବରୁ ସେ ଘଟଣା ସମ୍ପର୍କରେ ମୁହଁ ଖୋଲିଛନ୍ତି। ଏହାର ତଦନ୍ତ କରି ହତ୍ୟା ଉଦ୍ୟମ ଷଡ଼ଯନ୍ତ୍ର ଉପରୁ ପରଦା ହଟାଇବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ଅବସରରେ ସେ ଦେଶର ଅନେକ ବୈଜ୍ଞାନିକଙ୍କ ରହସ୍ୟମୟ ମୃତ୍ୟୁ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଇସ୍ରୋ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇବା ପାଇଁ ଗୁପ୍ତଚର ଏଭଳି କାମ କରିଥାଇପାରନ୍ତି ବୋଲି ତପନ ଅନୁମାନ କରିଛନ୍ତି। ରାୟଗଡ଼ା ଜିଲାରେ ଜନ୍ମିତ ତପନ ମିଶ୍ର ସିନ୍ଥେଟିକ୍‌ ଆପେଚର୍ଟର ରାଡାର୍‌ ଜ୍ଞାନକୌଶଳ ଉଦ୍ଭାବନକାରୀ ଦଳର ମୁଖ୍ୟ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri