ଖାଦ୍ୟକୁ ଆଉ ଥରେ ଗରମ କରୁଛନ୍ତି କି, ତା’ହେଲେ ହୋଇଯାଆନ୍ତୁ ସାବଧାନ

ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍‌ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ। କିନ୍ତୁ ଜାଣିଛନ୍ତି କି, ଦ୍ୱିତୀୟ ଥର ଗରମ କରି ଖାଉଥିବା ଖାଦ୍ୟ ଆମ ଶରୀର ପାଇଁ କେତେ କ୍ଷତିକାରକ। କାରଣ ଫ୍ରିଜ୍‌ରେ ସାଇତି ରଖିଥିବା ଖାଦ୍ୟକୁ ପୁଣି ଥରେ ଗରମ କଲେ ଏହାର ପୋଷକ ତତ୍ତ୍ୱ ନଷ୍ଟ ହେବା ସହ ଏହାର ସ୍ବାଦ ମଧ୍ୟ ବଦଳି ଯାଇଥାଏ। ତେବେ ଜାଣନ୍ତୁ  କେଉଁ କେଉଁ ଖାଦ୍ୟଗୁଡ଼ିକୁ ଗରମ କଲେ ତାହା ଶରୀର ପାଇଁ ହାନିକାରକ।
ପାଳଙ୍ଗ ଶାଗ: ପାଳଙ୍ଗ ଶାଗରେ ପ୍ରଚୁର ମାତ୍ରାରେ ଆଇରନ ଓ ପୋଷକ ତତ୍ତ୍ୱ ରହିଥାଏ। ଏଥିସହ ଏଥିରେ ନାଇଟ୍ରେଟର ମାତ୍ରା ମଧ୍ୟ ଅଧିକ ରହିଛି। ଏହି କାରଣ ଯୋଗୁ ପାଳଙ୍ଗ ଶାଗକୁ ଦ୍ୱିତୀୟ ଥର ଗରମ କଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। କେବଳ ସେତିକି ନୁହେଁ ଏହାକୁ ପୁଣି ଗରମ କରିବା ଦ୍ୱାରା ଏଥିରେ କାର୍ସିନୋଜୋନିକ ପ୍ରୋପର୍ଟି ତିଆରି ହୋଇଥାଏ, ଯାହାଦ୍ୱାରା କ୍ୟାନସର ରୋଗ ହେବାର ଅଧିକ  ଆଶଙ୍କା ରହିଥାଏ।
ଚିକେନ: ଚିକେନକୁ ପୁଣି ଥରେ ଗରମ କଲେ ଏଥିରେ ଥିବା ପ୍ରୋଟିନର ଉପାଦାନ ସବୁ ବଦଳି ଯାଇଥାଏ। ଏଥିସହ ହଜମ ପ୍ରକ୍ରିୟାରେ ମଧ୍ୟ ପ୍ରଭାବ ପକାଇଥାଏ। ଦ୍ୱିତୀୟ ଥର ଗରମ କରାଯାଇଥିବା ଚିକେନକୁ ଖାଇଲେ ସହଜରେ ହଜମ ହୋଇ ନ ଥାଏ। ଯଦି ଏହାକୁ ଗରମ କରି ଖାଇବାକୁ ଚାହୁଁଛନ୍ତି ତା’ହେଲେ ଧିମା ଆଞ୍ଚରେ ଗରମ କରନ୍ତୁ।
ଆଳୁ: ଛୋଟ ଛୁଆ ହୁଅନ୍ତୁ କି ବୃଦ୍ଧ ଆଳୁ ସମସ୍ତଙ୍କର ପ୍ରିୟ। ଏଥିରୁ ଭିନ୍ନ ଭିନ୍ନ ପ୍ରକାରର ସ୍ବାଦଯୁକ୍ତ ଖାଦ୍ୟ ପ୍ରସ୍ତୁତ କରି କେତେକେ ଫ୍ରିଜ୍‌ରେ ରଖି ପରେ ଗରମ କରି ଖାଇବାକୁ ଭଲ ପାଆନ୍ତି। ମନେରଖନ୍ତୁ, ଆଳୁରେ ପୋଟାସିୟମ୍‌, ଭିଟାମିନ୍‌-ବି୬ ଓ ଭିଟାମିନ୍‌-ସି ପ୍ରଚୁର ପରିମାଣରେ ରହିଛି। ଏହାକୁ ପୁଣି ଗରମ କଲେ ଏଥିରୁ ଜୀବାଣୁ ଜନ୍ମ ହୋଇଥାନ୍ତି, ଯାହା ଆମ ଶରୀର ପାଇଁ କ୍ଷତିକାରକ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri