୨୬ରେ ଖୋଲିବ ସ୍କୁଲ

ବ୍ରହ୍ମପୁର ଅଫିସ୍‌,୧୯ା୬: ଗତ ଦେଢ଼ ବର୍ଷ ହେବ ଗଞ୍ଜାମ ଜିଲା ଅନ୍ତର୍ଗତ ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଛତ୍ରପୁର ଓ କବିସୂର୍ଯ୍ୟନଗର ବ୍ଲକର ବିଭିନ୍ନ ପଞ୍ଚାୟତସ୍ତରରେ ଘରୋଇ ପାଇଖାନା ନିର୍ମାଣ ଏବଂ ଏହାର ବ୍ୟବହାର ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏଥି ସହ ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ପରିମଳ ସ୍ଥିତିର ସୁକ୍ଷାର ଆଣିବା ପାଇଁ କେତେକ ଗ୍ରାମରେ ପରିମଳ ଟାସ୍କଫୋର୍ସ କମିଟି ଏବଂ ନାଗରିକ ଗୋଷ୍ଠୀ ଗଠନ ହୋଇଛି। ଏସବୁ ଗୋଷ୍ଠୀଗୁଡ଼ିକରେ ମହିଳାଙ୍କ ସଂଖ୍ୟା ଅଧିକ। ଏଭଳି ୧୫ ନାଗରିକ ଗୋଷ୍ଠୀରୁ ପ୍ରାୟ ଶହେରୁ ଅଧିକ ମହିଳା ନିଜ ଅଞ୍ଚଳର ବିଦ୍ୟାଳୟ ପରିମଳ ସ୍ଥିତିକୁ ନେଇ କ୍ଷୋଭ ପ୍ରକାଶ ପରିଛନ୍ତି। ଏଥିରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଲିଖିତ ଆକାରରେ ଅବଗତ କରିଛନ୍ତି।
ଖରାଛୁଟି ପରେ ୨୬ ବିଦ୍ୟାଳୟ ଖୋଲିବା ପାଇଁ ବିଭାଗ ସଜବାଜ ହେଉଛି। ତେବେ ଏହା ପୂର୍ବରୁ ଉପରୋକ୍ତ ନାଗରିକ ଗୋଷ୍ଠୀର ମହିଳାମାନେ ବିଦ୍ୟାଳୟ ପରିଦର୍ଶନ କରି ପରିମଳ ସ୍ଥିତି ଅନୁଧ୍ୟାନ କରିଥିଲେ। ଦେଖିବାକୁ ମିଳିଥିଲା, ଅଧିକାଂଶ ବିଦ୍ୟାଳୟରେ ଶୌଚାଳୟ ସଫାସୁତରା ଏବଂ ପାଣି ବ୍ୟବସ୍ଥା ନାହିଁ। ବିଶେଷକରି କିଶୋରୀମାନଙ୍କ ମାସିକ ଋତୁସ୍ରାବ ସମ୍ବନ୍ଧୀୟ ପରିସ୍କାର ପରିଚ୍ଛନ୍ନତା ଆଦୌ ନାହିଁ। ବାଳିକା ଏବଂ ବାଳକଙ୍କ ପାଇଁ ପୃଥକ ଶୌଚାଳୟ ଥିଲେ ମଧ୍ୟ ସବୁ ଅଚଳାବସ୍ଥାରେ ପଡ଼ିରହିଛି। ବିଦ୍ୟାଳୟ ପରିଚାଳନା କିମିଟି, କର୍ମଚାରୀମାନେ ଏଗୁଡ଼ିକର ରକ୍ଷଣାବେକ୍ଷଣ ଦିଗରେ ଗୁରୁତ୍ୱ ଦେଉ ନ ଥିବା ନାଗରିକ ଗୋଷ୍ଠୀର ମହିଳାମାନେ ଜାଣିବାକୁ ପାଇଥିଲେ। ଏହା ପୂର୍ବରୁ ସ୍ବେଚ୍ଛାସେବୀ ସଂସ୍ଥା ୟୁଥ୍‌ ଫର୍‌ ସୋସିଆଲ୍‌ ଡେଭଲପ୍‌ମେଣ୍ଟ(ୱାଇଏସ୍‌ଡି) ପକ୍ଷରୁ ମଧ୍ୟ ଗଞ୍ଜାମ ଜିଲାର ବିଦ୍ୟାଳୟଗୁଡ଼ିକର ପରିମଳକୁ ନେଇ ସରଜମିନ ନିରୀକ୍ଷଣ କରାଯାଇଥିଲା। ବାଳିକାମାନଙ୍କ ମାସିକ ଋତୁସ୍ରାବ ଜନିତ ସଫାସୁତରା ନିମନ୍ତେ ନିମ୍ନମାନର ବ୍ୟବସ୍ଥା ରହିଛି। ମାତ୍ର ୨୫ପ୍ରତିଶତ ବିଦ୍ୟାଳୟରେ ସାବୁନ୍‌ ବ୍ୟବହାର ହେଉଛି। ବର୍ଜ୍ୟବସ୍ତୁ ପରିଚାଳନା ନିମ୍ନମାନର। ୫୨ପ୍ରତିଶତ ପ୍ରାଥମିକ ଏବଂ ୩୪ ପ୍ରତିଶତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହାତଧୁଆ ବ୍ୟବସ୍ଥା ରହିଛି। ସବୁ କ୍ଷେତ୍ରରୁ ପରିମଳ ଅବସ୍ଥା ବିପର୍ଯ୍ୟସ୍ଥ। ଖୋଦ୍‌ ଶିକ୍ଷୟିତ୍ରୀ ଶିକ୍ଷକମାନେ ପରିମଳକୁ ନେଇ ଖୁସି ନାହାନ୍ତି। ପୂର୍ବରୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତୁରନ୍ତ ଶୌଚାଳୟ ସଜାଡ଼ିବାକୁ ଖଲ୍ଲିକୋଟ ବ୍ଲକ ତୁଳସୀପୁର ପଞ୍ଚାୟତର ମହିଳା ଗୋଷ୍ଠୀର ସଦସ୍ୟା ଶାନ୍ତି ନାହାକ, ବଧିନୂଆପଲ୍ଲୀ ପଞ୍ଚାୟତର ଛବି ବାରିକଙ୍କ ସମେତ ବହୁ ମହିଳା ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

ନିର୍ବାଚନରୁ ଓହରିଲେ ବିରଞ୍ଚତ୍

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ନିର୍ବାଚନ ମଇଦାନରୁ ଓହରିଲେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ବିରଞ୍ଚତ୍ ମହାସୁପକାର ଓରଫ ଲିଟୁ। ଏବେ ସେ ଦଳ ପାଇଁ...

ନିଦ ହଜାଇଲେଣି ସାଇବର ଅପରାଧୀ

ଭୁବନେଶ୍ୱର,୨୩।୪ (ସୂର୍ଯ୍ୟକାନ୍ତ ବେହେରା):ବାରମ୍ବାର ସଚେତନତା ସତ୍ତ୍ୱେ ଦିନକୁ ଦିନ ଠକାମିର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ କୌଶଳ ଆପଣାଇ ଲୁଟୁଛନ୍ତି ସାଇବର ଅପରାଧୀ। କେତେବେଳେ ହ୍ବାଟ୍‌ସଆପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri