ଖଣ୍ଡପଡ଼ା ଅଞ୍ଚଳରେ ଅବାଧ ବାର୍‌ହା ଶିକାର

ଖଣ୍ଡପଡା,୨୦।୧୦(ସ୍ବ.ପ୍ର.)-ଖଣ୍ଡପଡ଼ା ବନାଞ୍ଚଳ ଅଧୀନ ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ବାର୍‌ହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଫଳରେ ବାର୍‌ହା ଗ୍ରାମଗୁଡିକରେ ପଶି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି। ଅନ୍ୟପକ୍ଷେ ଶିକାରୀମାନେ ବିଦ୍ୟୁତ୍‌ ତାର ବିଛାଇ ଅବାଧରେ ବାର୍‌ହା ଶିକାର କରୁଥିବା ଅଭିଯୋଗ ହେଉଛି।
ନିର୍ବାଚନମଣ୍ଡଳି ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ, କୋସକା, ସିଂହାପଡା, ବେଣାଗାଡିଆ, ଗୋପୀନାଥପୁର, ବାଣପୁର, ଘଣାଶାଳିଆ, ବଳରାମପ୍ରସାଦ, ପଥରଚକଡା, ମାଧପୁର, ହନୁମନ୍ତ ପ୍ରସାଦ, ବାଉଁଶବାଟି, ମହୁଲବେରଣା ଆଦି ବିଭିନ୍ନ ଅଞ୍ଚଳର ଚାଷ ଜମିରେ ସଞ୍ଜ ନଇଁଲେ ପଲ ପଲ ବାର୍‌ହା ପଶୁଛନ୍ତି। ସେମାନେ ବିଲରେ ପଶି ପନିପରିବା ସହିତ ଧାନ, ଆଖୁ ଓ ସାରୁ ଫସଲ ନଷ୍ଟ କରୁଛନ୍ତି। ଏପରି କି ବାର୍‌ହାଙ୍କୁ ଘଉଡ଼ାଇବା ଚାଷୀମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ା ଅପରପକ୍ଷରେ କୁସୁମୀ ନଦୀ ପାର୍ଶ୍ୱସ୍ଥ ଇଲାକାରେ ଆଖପାଖ ଅଞ୍ଚଳର ଲୋକମାନେ ପନିପରିବା ଚାଷ କରିଥିବା ବେଳେ ବାର୍‌ହା ପଲ ରାତିରେ ସେଠାକୁ ଆସି ଫସଲ ନଷ୍ଟ କରୁଛନ୍ତି। ଏହାର ସୁଯୋଗ ନେଇ କେତେକ ଲୋକ ଉଠାଜଳସେଚନ ପଏଣ୍ଟ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସଂଯୋଗ ହୋଇଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ ତାରରେ ବେଆଇନ ହୁକ ପକାଇ ବାର୍‌ହା ଶିକାର କରୁଥିବା ଅଭିଯୋଗ ହେଉଛି ା ଖଣ୍ଡପଡା ବ୍ଲକ ଅଧୀନ ବନମାଳୀପୁର, ରାଣୀଛେଲ୍ଲୀ, ବାହାଡା, ରାଣୀପଡା, ଯୋଗିଆପଲ୍ଲୀ, ସିଂଘାପଡା, କିଆଝର, ବୋଦସା, କୋସକା, ଗଡିଆସାହି ପ୍ରଭ୍‌ୃତି ଅଞ୍ଚଳରେ ବାର୍‌ହା ଶିକାର ଏବେ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏହା ପରିବେଶବିତ୍‌ମାନଙ୍କ ପାଇଁ ଘୋର ଉଦ୍‌ବେଗର କାରଣ ପାଲଟିଛି ା ଏ ନେଇ ବନ ବିଭାଗ ନିକଟରେ ଖବର ଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଅବାଧରେ ଚାଲିଥିବା ବାର୍‌ହା ଶିକାର ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହେଉଛି ା ଖଣ୍ଡପଡା ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡାଙ୍କ ସହ ଯୋଗାଯୋଗ କରିବାରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ସେ ଅନୁସନ୍ଧାନ କରିବେ ବୋଲି ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ବିଦ୍ୟୁତ୍‌ ହୁକ ପକାଇ ରାତିରେ ବାର୍‌ହା ଶିକାର ବେଳେ ବିଦ୍ୟୁତ ବିଭ୍ରାଟ ଦେଖାଦେଉଛି। ବିଦ୍ୟୁତ କର୍ମଚାରୀମାନେ ଲାଇନ କାହିଁକି କଟିଲା ବୋଲି ଅନୁସନ୍ଧାନରେ ଯିବା ସମୟରେ ଶିକାର କରୁଥିବା ଅସାମାଜିକ ବ୍ୟକ୍ତିମାନେ ସେମାନଙ୍କୁ ଦୂରରୁ ଦେଖି ହୁକ ଲାଇନ ବିଚ୍ଛିନ୍ନ କରି ଅନ୍ୟତ୍ର ଚାଲି ଯାଉଛନ୍ତି। ଫଳରେ ସେମାନଙ୍କୁ ଧରିବା ସମ୍ଭବ ହେଉ ନ ଥିବା ବିଦ୍ୟୁତ ବିଭାଗ କର୍ମଚାରୀ କହିଛନ୍ତି । ଖଣ୍ଡପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରାରେ ବିଦ୍ୟୁତ୍‌ ତାର ବିଛାଇ ବାର୍‌ହା ଶିକାର କରୁଥିବା ଶିକାରୀ ତଥା ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ପ୍ରତି ଖଣ୍ଡପଡା ବନାଞ୍ଚଳ ଅଧିକାରୀ, ନୟାଗଡ ବନଖଣ୍ଡ ଅଧିକାରୀ ଓ ସ୍ଥାନୀୟ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri