Posted inଖେଳ

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ: ଫୋକସରେ ପନ୍ତ

କିଙ୍ଗ୍‌ଷ୍ଟନ (ଜାମାଇକା), ୩୦।୮(ପି.ଟି.)- ସ୍ଥାନୀୟ ସାବିନା ପାର୍କ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଭାରତ ୩୧୮ ରନରେ ବୃହତ୍‌ ବିଜୟ ହାସଲ କରି ୧-୦ରେ ଅଗ୍ରଣୀ ହୋଇଥିଲା। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଦ୍ୱିତୀୟ ଟେଷ୍ଟ ଜିତି କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି। ଟେଷ୍ଟ କ୍ରିକେଟ ଖେଳିବାର କଳା ଓ୍ବେଷ୍ଟଇଣ୍ଡିଜ କ୍ରିକେଟରମାନେ ହରାଇଥିବାରୁ ଭାରତ ପ୍ରଥମ ମ୍ୟାଚ୍‌ ଭଳି ଏଥିରେ ମଧ୍ୟ ବିଜୟୀ ହେବା ଆଶା କରାଯାଉଛି। ପୂର୍ବରୁ ମଧ୍ୟ ଭାରତ ଟି୨୦ ଓ ଦିନିକିଆ ସିରିଜରେ କ୍ଲିନ୍‌ ସୁଇପ୍‌ କରିଥିଲା।
ସାବିନା ପାର୍କରେ ପାରିପାର୍ଶ୍ୱକ ପରିସ୍ଥିତି ବେଶ୍‌ ଭଲ ରହିଛି। ପିଚ୍‌ ମଧ୍ୟ ବେଶ୍‌ ଭଲ ରହିଛି। ଫଳରେ ଆଉ ଏକ ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଭାରତୀୟ ବୋଲିଂ କୋଚ୍‌ ଭାରତ ଅରୁଣ କହିଛନ୍ତି। ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ଇଶାନ୍ତ ଶର୍ମା ପ୍ରଥମ ମ୍ୟାଚ୍‌ରେ ଯଥାକ୍ରମେ ୬ ଓ ୮ ଉଇକେଟ ହାସଲ କରି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳତାକୁ ପଦାରେ ପକାଇଥିଲେ। ପୁଣି ଥରେ ଏହି ସଫଳତାକୁ ଦୋହରାଇବା ଲକ୍ଷ୍ୟରେ ଏହି ଦୁଇ ବୋଲର ଲକ୍ଷ୍ୟ ରଖିଛନ୍ତି।
ପ୍ରଥମ ଟେଷ୍ଟରେ ବୃହତ୍‌ ବିଜୟ ହାସଲ କରିଥବାରୁ ଭାରତ ଦଳରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ଆଶା କରାଯାଉଛି। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଶାନୁରୂପ ପ୍ରଦର୍ଶନ କରିବାରେ ସଫଳ ହୋଇ ନ ଥିଲେ ମଧ୍ୟ ତାଙ୍କୁ ଅନ୍ତିମ ଏକାଦଶକରୁ ବାଦ୍‌ ଦିଆଯିବ ନାହିଁ ବୋଲି ଆଶା କରାଯାଉଛି। ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଯେଉଁ ଭରସା ରଖିଛି ପନ୍ତ ତାକୁ ପ୍ରମାଣ କରିବାକୁ ପ୍ରୟାସ କରିବେ। ସେ କେତେ ରନ୍‌ ସଂଗ୍ରହ କରୁଛନ୍ତି ତାହା ଅବଶ୍ୟ ବଡ଼ କଥା ନୁହଁ। କିନ୍ତୁ ସେ ଯେଉଁଭଳି ଭାବେ ବେପରୁଆ ଶଟ୍‌ ଖେଳି ଆଉଟ ହେଉଛନ୍ତି ତାହା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ୨୧ ବର୍ଷୀୟ ପନ୍ତଙ୍କୁ ନେଇ ଭାରତୀୟ କ୍ରିକେଟ ବହୁତ ଆଶା ରଖିଛି। ଚଳିତ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ସବୁ ଫର୍ମାଟକୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ ଖେଳି ଯଥାକ୍ରମେ ୦, ୪, ଅପରାଜିତ ୬୫, ୨୦, ୦, ୨୪ ଓ ୭ ରନ ସଂଗ୍ରହ କରିଛନ୍ତି। ଇତିମଧ୍ୟରେ ଅଭିଜ୍ଞ ଉଇକେଟକିପର ରିଦ୍ଧିମାନ ଶାହା ଇଞ୍ଜୁରିରୁ ମୁକୁଳି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପନ୍ତଙ୍କ ଦୁର୍ବଳ ଫର୍ମ ତାଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି।
ପ୍ରଥମ ମ୍ୟାଚ୍‌ରେ ବୃହତ୍‌ ବିଜୟ ସହ ଅଗ୍ରଣୀ ହାସଲ କରିଥିବାରୁ ଭାରତ ଉପରେ କୌଣସି ଚାପ ନାହିଁ। ପ୍ରଥମ ମ୍ୟାଚ୍‌ରେ ଚମକ ଦେଖାଇବାରେ ବିଫଳ ହୋଇଥିବା ଓପନର ମୟଙ୍କ ଅଗ୍ରଓ୍ବାଲ ଦ୍ୱିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ମିଡିଲ ଅର୍ଡରରେ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଚାପରେ ଉପଯୋଗୀ ଅର୍ଦ୍ଧଶତକ ଓ ଶତକ ହାସଲ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଦ୍ୱିତୀୟ ଇନିଂସରେ ହନୁମା ବିହାରୀ ୯୩ ରନର ଲଢ଼ୁଆ ପାଳି ଖେଳି ନିଜ ଚୟନର ଯଥାର୍ଥତା ପ୍ରତିପାଦନ କରିଛନ୍ତି। ଦିନିକଆ ତାରକା ରୋହିତ ଶର୍ମାଙ୍କୁ ଏବେ ଦଳରେ ସାମିଲ ହେବା ପାଇଁ ଅପେକ୍ଷା କରିବାକୁ ପଡିବ। ଦ୍ରୁତ ବୋଲିଂରେ ଇଶାନ୍ତ ଓ ବୁମ୍‌ରାଙ୍କୁ ବାଦ୍‌ ଦେଲେ ମହମ୍ମଦ ସାମି ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି। ଅଲରାଉଣ୍ଡର ହିସାବରେ ରବୀନ୍ଦ୍ର ଜାଡେଜା ମଧ୍ୟ ତାଙ୍କ ଦକ୍ଷତାର ପ୍ରମାଣ ଦେଇଛନ୍ତି।
ଅପରପକ୍ଷରେ ଓ୍ବେଷ୍ଟଇଣ୍ଡିଜ ଘରୋଇ ପରିବେଶରେ ମଧ୍ୟ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ଦୁଇଟି ଯାକ ଇନିଂସରେ ଦଳର କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧ ଶତକ ହାସଲ କରିପାରିନାହାନ୍ତି। ଶିମରନ ହେଟମେୟର ଓ ସାଇ ହୋପ୍‌ଙ୍କ ଭଳି ପ୍ରତିଭାସମ୍ପନ୍ନ ଖେଳାଳି ମଧ୍ୟ ବିଫଳ ହୋଇଛନ୍ତି। ତେବେ ଦ୍ୱିତୀୟ ଇନିଂସରେ ରଷ୍ଟନ ଚେଜ୍‌ ଲଢ଼େଇ କରିବାକୁ ପ୍ରୟାସ କରିଥିଲେ। ନୂଆ ବଲ୍‌ରେ ଦୁଇ ଦ୍ରୁତ ବୋଲର ଶାନନ ଗାବ୍ରିଏଲ ଓ କେମର ରୋଚ୍‌ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ। ଅନ୍ୟ ଖେଳାଳିମାନଙ୍କଠାରୁ ସମର୍ଥନ ପାଇ ନ ଥିଲେ ମଧ୍ୟ ଏହି ଦୁଇ ବୋଲର ଦମ୍‌ଦାର ବୋଲିଂ କରି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଥିଲେ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ଇଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା, ରିଦ୍ଧିମାନ ଶାହ, ରବିଚନ୍ଦ୍ରନ ଅଶ୍ୱିନ୍‌, ଉମେଶ ଯାଦବ ଓ ଭୁବନେଶ୍ୱର କୁମାର।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରେଗ୍‌ ବ୍ରାଥଓ୍ବେଟ, ଡାରେନ ବ୍ରାଭୋ, ଶମରା ବ୍ରୁକ୍ସ, ଜନ୍‌ କ୍ୟାମ୍ପବେଲ, ରଷ୍ଟନ ଚେଜ୍‌, ରାଖିମ କର୍ନଓ୍ବାଲ, ଶେନ ଡୋରିଚ୍‌, ଶାନନ ଗାବ୍ରିଏଲ, ଶିମରନ ହେଟମେୟର, ସାଇ ହୋପ୍‌, କିମୋ ପଲ ଓ କେମର ରୋଚ।
ସମୟ: ରାତି ୮ଟା
ସ୍ଥାନ: ସାବିନା ପାର୍କ, କିଙ୍ଗ୍‌ଷ୍ଟନ
ପ୍ରସାରଣ: ସୋନୀ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri