Posted inଖେଳ

କ୍ରୀଡ଼ା ଖବରଦାତା ସମୀର ଗୋସ୍ବାମୀଙ୍କ ପରଲୋକ

କୋଲକାତା, ୧୯।୪ (ପି.ଟି.): ଜଣାଶୁଣା ତଥା ଅଭିଜ୍ଞ କ୍ରୀଡ଼ା ଖବରଦାତା ସମୀର ଗୋସ୍ବାମୀ ୬୫ ବର୍ଷ ବୟସରେ ଶନିବାର ପରଲୋକ ଗମନ କରିଛନ୍ତି। ସେ ହୃଦ୍‌ଘାତ୍‌ରେ ପ୍ରାଣ ହରାଇଛନ୍ତି ବୋଲି କୁହାଯାଇଛି। ମୃତ୍ୟୁ ବେଳକୁ ସ୍ତ୍ରୀ ତାଙ୍କ ପାଖରେ ଥିଲେ। ଲୋକପ୍ରିୟ ବେଙ୍ଗଲୀ ଖବରକାଗଜ ‘ବର୍ତ୍ତମାନ’ ପାଇଁ ସେ ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରି ଆସୁଥିଲେ। ସରଳ ତଥା ଅମାୟିକ ବ୍ୟବହାର ପାଇଁ ସେ ଜଣାଶୁଣା ଥିଲେ। ଏକଦା କୋଲକାତାର ଖବରକାଗଜଗୁଡିକ ସ୍ଥାନୀୟ କ୍ରୀଡ଼ା ଖବରକୁ ସେତେଟା ଗୁରୁତ୍ୱ ଦେଉ ନ ଥିଲେ। ତେବେ ସମୀର ସେତେବେଳେ ଫାର୍ଷ୍ଟ ଡିଭିଜନ୍‌ କ୍ରିକେଟ ଲିଗ୍‌, ହକି ଲିଗ୍‌ ମ୍ୟାଚ୍‌ ଓ ଲୋୟର ଡିଭିଜନ ଫୁଟବଲ ଲିଗ୍‌ର ଖବର ପରିବେଷଣ କରି ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ସେ ମଧ୍ୟ ଟେବୁଲ ଟେନିସ ଇଭେଣ୍ଟ, ଜୁନିୟର ଓ ସିନିୟର ଲିବେଲ ସନ୍ତରଣ ପ୍ରତିଯୋଗିତାର ଖବର ପରିବେଷଣ କରୁଥିଲେ। ଅବସର ନେବା ପରେ ସେ ଏୟାର କୋଲକାତା ସହ ବିଭିନ୍ନ ମିଡିଆ ହାଉସ୍‌ରେ ଫ୍ରିଲାନ୍ସ ଭାବେ କାର୍ଯ୍ୟ କରୁଥିଲେ। ସେ ଜେ.କେ. ବୋଷ ଟ୍ରଫିରେ କୋଲକାତା ଜର୍ନାଲିଷ୍ଟ ସ୍ପୋଟର୍‌ସ କ୍ଲବ (ସିଏସ୍‌ଜେସି) ତରଫରୁ ମଧ୍ୟ ପ୍ରତିନିଧିତ୍ୱ କରୁଥିଲେ। ସେ ମଧ୍ୟ ସିଏସ୍‌ଜେସିର ମ୍ୟାନେଜର ଥିଲେ। ତାଙ୍କ ଦେହାନ୍ତରେ ସିଏସ୍‌ଜେସି ଓ କୋଲକାତା ପ୍ରେସ୍‌ କ୍ଲବ ତରଫରୁ ଶୋକ ବ୍ୟକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ବୃହତ୍‌ ଷ୍ଟିଲ୍‌ ପ୍ଲାଣ୍ଟ ଭୁଲିଯାଇ ଜାହାଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri