Posted inଖେଳ

କ୍ବାରାଣ୍ଟାଇନ୍‌ରେ ରହିବାକୁ ଭାରତୀୟ ଦଳ ପ୍ରସ୍ତୁତ

ସିଡ୍‌ନୀ, ୯।୫:କରୋନା ଭାଇରସ ସଂକ୍ରମଣ କାରଣରୁ ସମଗ୍ର ବିଶ୍ୱରେ ଖେଳ ବନ୍ଦ ହୋଇ ଯାଇଛି। ଏଥିପାଇଁ ଆସୋସିଶନଗୁଡ଼ିକୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି। କିପରି ଖେଳ ପୁଣି ଆରମ୍ଭ ହୋଇ ପାରିବ ତାହାକୁ ନେଇ ଏବେ ସମସ୍ତେ ଚିନ୍ତିତ। ଏହି ପରିପ୍ରେକ୍ଷୀରେ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ କିପରି ସମ୍ଭବ ହୋଇପାରିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି। ବର୍ତ୍ତମାନର କୋଭିଡ-୧୯ ନିୟମ ଅନୁସାରେ ଗୋଟିଏ ଦେଶରେ ଖେଳାଳି ଅନ୍ୟ ଦେଶକୁ ଗଲେ ୧୪ ଦିନ କ୍ବାରାଣ୍ଟାଇନ୍‌ରେ ରହିବେ। ଆଗାମୀ ସିରିଜ ବଞ୍ଚାଇବା ପାଇଁ ଭାରତୀୟ ଦଳ କ୍ବାରାଣ୍ଟାଇନ୍‌ରେ ରହିବା ପ୍ରସ୍ତାବକୁ ଗ୍ରହଣ କରିବ ବୋଲି ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ)ର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଶୁକ୍ରବାର ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା କାଯର୍‌ୟକ୍ରମ ରହିଛି। ଅକ୍ଟୋବରରେ ଟି୨୦ ତ୍ରିରାଷ୍ଟ୍ରୀୟରୁ ଭାରତୀୟ ଦଳର ଗସ୍ତ ଆରମ୍ଭ ହେବ। ତେବେ ଏହି ଗସ୍ତରେ ଗଲେ ଖେଳାଳିମାନଙ୍କୁ ୨ ସପ୍ତାହପାଇଁ କ୍ବାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଅର୍ଥାତ୍‌ ସିରିଜ ଆରମ୍ଭର ବହୁ ପୂର୍ବରୁ ଭାରତୀୟ ଦଳକୁ ଅଷ୍ଟ୍ରେଲିଆରେ ପହଞ୍ଚତ୍ବାକୁ ପଡ଼ିବ।
ସିରିଜ ବଞ୍ଚାଇବା ପାଇଁ ଭାରତୀୟ ଟେଷ୍ଟ ଦଳ ଏହି ତ୍ୟାଗ କରିବାକୁ ରାଜି ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ ପ୍ରକାଶ କରିଛନ୍ତି। ଏହି ସିରିଜରୁ ଉପାର୍ଜିତ ଅର୍ଥ କ୍ରିକେଟ ଅଷ୍ଟ୍ରେଲିଆର କ୍ଷତିକୁ ଅନେକ ପରିମାଣରେ ଭରଣା କରିପାରିବ। ”ଆଉ କିଛି ବିକଳ୍ପ ନାହିଁ। କ୍ରିକେଟକୁ ପୁଣି ଆରମ୍ଭ କରିବାକୁ ହେଲେ ସମସ୍ତଙ୍କୁ କ୍ବାରାଣ୍ଟାଇନ୍‌ ସ୍ବିକାର କରିବାକୁ ପଡ଼ିବ“ ବୋଲି ଧୁମାଲ କହିଛନ୍ତି। ଚଳିତ ମାସରେ ଭାରତକୁ ହଟାଇ ଅଷ୍ଟ୍ରେଲିଆ ବିଶ୍ୱର ନମ୍ବରୱାନ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିିଛି। ତେଣୁ ଆଗାମୀ ସିରିଜ ସମ୍ଭବ ହେଲେ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ। କରୋନା ଭାଇରସ୍‌ ସଂକ୍ରମଣ ଜନିତ ସଟ୍‌ ଡାଉନ୍‌ ଯୋଗୁ ବିପୁଳ କ୍ଷତି ସହିଥିବା ଅଷ୍ଟ୍ରେଲିଆ ବୋର୍ଡ ଏହି ସିରିଜରୁ ମୋଟା ଅଙ୍କର ରାଜସ୍ବ ଆୟ କରିପାରିବ। କ୍ରିକେଟ ଅଷ୍ଟ୍ରେଲିଆ ପାଇଁ ଏହି ସିରିଜରୁ ରାଜସ୍ବ ଆୟ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ତେଣୁ ସିରିଜରେ ଆଉ ଏକ ଟେଷ୍ଟ ଅର୍ଥାତ୍‌ ୫ମ ଟେଷ୍ଟ ଯୋଗ କରିବାକୁ ପ୍ରସ୍ତାବ ଦେଇଛି। ଏହା ହେଲେ ଆଗାମୀ ନଭେମ୍ବରରେ ହେବାକୁଥିବା ଭାରତ-ଆଫଗାନିସ୍ତାନ ଟେଷ୍ଟ ଆଉ ସମ୍ଭବ ହୋଇପାରିବ ନାହିଁ।
ଧୁମାଲଙ୍କ କହିବା ଅନୁସାରେ ଆଗାମୀ ସିରିଜରେ ଆଉ ଏକ ଟେଷ୍ଟ ଯୋଗ କରାଯାଇ ପାରିବ କି ନାହିଁ ତାହା ଏବେଠାରୁ କହିବା ସମ୍ଭବ ନୁହେଁ। ଭାରତୀୟ ପ୍ରସାରଣକାରୀ ସଂସ୍ଥାମାନେ ଅଧିକ ଦିନିକିଆ ମ୍ୟାଚ ଚାହୁଁଛନ୍ତି। କାରଣ ଏଥିରୁ ସେମାନେ ଅଧିକ ଆୟ କରି ପାରିବେ। ତେଣୁ ଟେଷ୍ଟ ମ୍ୟାଚ ଅପେକ୍ଷା ଟି୨୦ କିମ୍ବା ଦିନିକିଆ ମ୍ୟାଚ ସଂଖ୍ୟା ବଢ଼ିପାରେ। ୧୬ ରାଷ୍ଟ୍ରକୁ ନେଇ ଟି୨୦ ବିଶ୍ୱକପ ଆୟୋଜନ ସମ୍ଭାବନା କ୍ଷୀଣ ବୋଲି ସେ କହିଛନ୍ତି। ଅକ୍ଟୋବରରେ ହେବାକୁଥିବା ବିଶ୍ୱକପ ପାଇଁ ଏଲିଟ୍‌ ଖେଳାଳିମାନେ ପ୍ରସ୍ତୁତ କି ନାହାନ୍ତି ତାହା ଏକ ପ୍ରଶ୍ନ। ”ସେମାନେ ଦୀର୍ଘଦିନଧରି କ୍ରିକେଟରୁ ଦୂରେଇ ରହିଛନ୍ତି। ବିନା ଟ୍ରେନିଂରେ ସେମାନେ ବିଶ୍ୱକପ ପରି ଏକ ପ୍ରତିଯୋଗିତା ଖେଳିବାକୁ କେତେ ରାଜି ହେବେ ତାହା ଏକ ପ୍ରଶ୍ନ“ ବୋଲି ଧୁମଲ କହିଛନ୍ତି। ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ଟିମ୍‌ ପେନ୍‌ଙ୍କ ମତରେ ସିରିଜ ଖେଳିବାକୁ ଭାରତ ଆସିଲେ ଅଷ୍ଟ୍ରେଲିଆ ପାଖାପାଖି ୩୦୦ ମିଲିଅନ ଡଲାର ଆୟ କରିପାରିବ। ଏହା ଅନେକ ପରିମାଣରେ ଅଷ୍ଟ୍ରେଲିଆ ବୋର୍ଡର ଆର୍ଥିକ କ୍ଷତିକୁ ଭରଣା କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri