Posted inଖେଳ

କୋହଲି ଆହତ

ପୋର୍ଟ ଅଫ୍‌ ସ୍ପେନ,୧୫।୮(ପିଟି)- ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଳିରେ ଆଘାତ ଲାଗିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳିବାବେଳେ ଆଘାତ ଲାଗିଛି। ହେଲେ ଫ୍ରାକଚର ହୋଇନାହିଁ। ଏଣୁ ପ୍ରଥମ ଟେଷ୍ଟ ପୂର୍ବରୁ ସେ ଫିଟ୍‌ ହୋଇଯିବେ ଆଶା କରାଯାଉଛି। ମ୍ୟାଚ୍‌ର ୨୭ତମ ଓଭରରେ କେମାର ରୋଚଙ୍କ ବାଉନ୍ସର ଭାରତୀୟ ଅଧିନାୟକଙ୍କ ଡାହାଣ ହାତ ବୁଢ଼ା ଆଙ୍ଗୁଠିରେ ବାଜିଥିଲା। ଯନ୍ତ୍ରଣା ଅନୁଭବ କରୁଥିବା କୋହଲଙ୍କ ନିକଟକୁ ସଙ୍ଗେସଙ୍ଗେ ଫିଜିଓ ଆସିଥିଲେ। ଆଙ୍ଗୁଠିରେ ସ୍ପ୍ରେ କରିବା ପରେ କୋହଲି ବ୍ୟାଟିଂ ଜାରି ରଖି କ୍ୟାରିୟରର ୪୩ତମ ଶତକ ଅର୍ଜନ କରିଥିଲେ। ଏହା ଫ୍ରାକଚର ବୋଲି ମୁଁ ଭାବୁ ନାହିଁ। ନ ହେଲେ ମୁଁ ଆଉ ବ୍ୟାଟିଂ କରିପାରି ନ ଥାନ୍ତି। ବଲ ନଖ ଉପରେ ବାଜିବାରୁ ପ୍ରବଳ ଯନ୍ତ୍ରଣା ହୋଇଥିଲା। ସୌଭାଗ୍ୟବଶତଃ ଆଙ୍ଗୁଠି ଭାଙ୍ଗି ନାହିଁ। ଏଣୁ ମୁଁ ପ୍ରଥମ ଟେଷ୍ଟ ପୂର୍ବରୁ ଭଲ ହୋଇଯିବି ବୋଲି ମ୍ୟାଚ୍‌ ପରେ କୋହଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଯୁବକ ଓ ତାଙ୍କ…

ସାବଧାନ! UPI ଓ QR କୋଡ୍‌ ବ୍ୟବହାରକାରୀ ତୁରନ୍ତୁ କରନ୍ତୁ ଏହି କାମ, ୧୫ ସେପ୍ଟେମ୍ୱର ଡେଡ୍‌ଲାଇନ

ନୂଆଦିଲ୍ଲୀ,୨।୯: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ (ମର୍ଚାଣ୍ଟ) ଏବଂ QR କୋଡ କିମ୍ୱା UPI ମାଧ୍ୟମରେ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଆପଣଙ୍କ ପାଇଁ…

ସ୍କୁଲରେ ବାଜିବ ବେଲ, ହେଲେ ଆଉ ବଜାଇବେନି ସନ୍ତୋଷ

ଭଞ୍ଜନଗର,୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂସ୍ଥିତ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟର ପିଅନ ସନ୍ତୋଷ ଗୌଡ଼ (୫୮)ଙ୍କ ବୁଧବାର ଅକାଳ ବିୟୋଗରେ ବିଦ୍ୟାଳୟ…

ଭାରତର ଏହି ବଜାରରେ ବିକ୍ରି ହେଉଛି ଅଜଗର ଅଣ୍ଡା, ଦାମ୍‌ ଜାଣିଲେ…

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସେମାନଙ୍କର ଅନନ୍ୟ ଖାଦ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ଲୋକମାନେ ମାଛ, ମାଂସ ବ୍ୟତୀତ…

ସମସ୍ତଙ୍କ ହୃଦୟ ଜିଣିଲେ ସୋନୁ ସୁଦ: କାଠମାଣ୍ଡୁରେ ପହଞ୍ଚି…

କାଠମାଣ୍ଡୁ,୨।୯:ନେପାଳରେ ଭୟଙ୍କର ବନ୍ୟା ଶହ ଶହ ଲୋକଙ୍କ ଜୀବନକୁ ଭାଙ୍ଗି ଦେଇଛି। ଘରଗୁଡ଼ିକ ବାଲି ପରି ଭାସି ଯାଇଛି ଏବଂ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି।…

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri