କୋଭିଡ-୧୯ ସଂକ୍ରମଣ: ପାକ୍‌ ସ୍କ୍ବାଶ୍‌ ଲିଜେଣ୍ଡ ଆଜମ ଖାନ୍‌ ମୃତ

କରାଚୀ, ୩୦।୩(ପି.ଟି.):ପାକିସ୍ତାନର କିମ୍ବଦନ୍ତୀ ସ୍କ୍ବାଶ୍‌ ଖେଳାଳି ଆଜମ ଖାନ୍‌ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଲଣ୍ଡନ୍‌ରେ ତାଙ୍କର ଦେହାନ୍ତ ହୋଇଛି। ଏ ନେଇ ତାଙ୍କ ପରିବାର ସୂଚନା ଦେଇଛି। ଆଜମ ୧୯୫୯ରୁ ୧୯୬୧ ପର୍ଯ୍ୟନ୍ତ କ୍ରମାଗତ ଭାବେ ବ୍ରିଟିଶ ଓପନ ଟାଇଟଲ ହାସଲ କରିଥିଲେ। ଗତ ସପ୍ତାହରେ ସେ କୋଭିଡ-୧୯ ପାଇଁ ହୋଇଥିବା ପରୀକ୍ଷାରେ ପଜିଟିଭ ଥିଲେ ବୋଲି ଜଣାପଡିଥିଲା। ୯୫ ବର୍ଷ ବୟସରେ ସେ ଲଣ୍ଡନର ଏଲିଙ୍ଗ୍‌ ହସ୍ପିଟାଲରେ ଶନିବାର ପ୍ରାଣତ୍ୟାଗ କରିଥିଲେ।
କିମ୍ବଦନ୍ତୀ ଖେଳାଳି ହାଶିମ ଖାନଙ୍କ ସାନଭାଇ ଆଜମ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସ୍କ୍ବାଶ ଖେଳାଳି ରୂପେ ବିବେଚିତ ହୁଅନ୍ତି। ଇଞ୍ଜୁରି ଓ ୧୯୬୨ରେ ତାଙ୍କର ୧୪ ବର୍ଷୀୟ ପୁଅର ଦୁଃଖଦ ମୃତ୍ୟୁ ପରେ ସେ ଖେଳ ଛାଡିଦେଇଥିଲେ। ୨ ବର୍ଷପରେ ଇଞ୍ଜୁରିରୁ ମୁକ୍ତ ହୋଇଥିଲେ ମଧ୍ୟ ସେ ପୁଅର ମୃତ୍ୟୁ ଜନିତ ମାନସିକ ଆଘାତରୁ ମୁକୁଳି ପାରି ନ ଥିଲେ। ପେଶାଓ୍ବାର ଉପକଣ୍ଠରେ ଥିବା ଏକ ଛୋଟିଆ ଗାଁ ନଓ୍ବାକିଲେରେ ସେ ଜନ୍ମ ଗ୍ରହଣ କରିଥିଲେ। ଏହି ଗାଁରୁ ଜାହାଙ୍ଗୀର ଓ ଜାନଶେର ଖାନଙ୍କ ଭଳି ବିଶ୍ୱସ୍ତରୀୟ ସ୍କ୍ବାଶ୍‌ ଖେଳାଳି ସୃଷ୍ଟି ହୋଇଥିଲେ। ୧୯୫୬ରେ ଆଜମ ୟୁନାଟେଡ କିଙ୍ଗ୍‌ଡମ୍‌ରେ ସ୍ଥାୟୀ ଭାବେ ରହି ଆସୁଥିଲେ। ସେ ୧୯୬୨ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହାର୍ଡବଲ୍‌ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ପ୍ରଥମଥର ପାଇଁ ଜିତିଥିଲେ। ଏହାପରେ ସେ ଇଞ୍ଜୁରିର ଶିକାର ହୋଇଥିଲେ ଓ ତାଙ୍କ ପୁଅର ଅକାଳ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri