Posted inଖେଳ

କୋଚ୍‌ ଏଲ୍‌କୋଙ୍କଠାରୁ ଅଲଗା ହେଲା କେରଳ ବ୍ଲାଷ୍ଟର

ନୂଆଦିଲ୍ଲୀ,୨୨।୪ (ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) କ୍ଲବ କେରଳ ବ୍ଲାଷ୍ଟର୍ସ ହେଡ୍‌ କୋଚ୍‌ ଏଲ୍‌କୋ ସ୍କାଟୋରୀଙ୍କଠାରୁ ଅଲଗା ହୋଇଛି। ଏ ସଂକ୍ରାନ୍ତରେ କେରଳ ବୁଧବାର ଘୋଷଣା କରିଛି। ନେଦରଲାଣ୍ଡ୍ସର ସ୍କାଟୋରୀ କେରଳର କୋଚି ସହର ପର୍ଯ୍ୟବସିତ ଆଇଏସ୍‌ଏଲ୍‌ ଦଳ କେରଳର ହେଡ୍‌ ଭାବେ ଗତ ସେସନରେ ଦାୟିତ୍ୱରେ ଥିଲେ। ସେ ଆଇଏସ୍‌ଏଲ୍‌ ୨୦୧୯- ୨୦ ସେସନ ପାଇଁ ତାଙ୍କୁ ନିଯୁକ୍ତ କରାଯାଇଥିଲା। ତେବେ କେରଳ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ଫଳରେ ଶେଷରେ କେରଳ ଏଲ୍‌କୋଙ୍କ କୋଚ୍‌ ପଦରୁ ହଟାଇଛି। ତେବେ ସ୍କାଟୋରୀଙ୍କୁ କେରଳ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଛି। ମିଳିଥିବା ଦାୟିତ୍ୱକୁ ଏଲ୍‌କୋ ଭଲ ଭାବେ ସମ୍ପାଦନ କରିବାକୁ ପ୍ରୟାସ କରିଛନ୍ତି ଓ କେରଳ ବ୍ଲାଷ୍ଟର୍ସ ଏ ନେଇ ଟୁଇଟ୍‌ କରିଛି।
୨୦୧୨ରେ ଏଲ୍‌କୋ କୋଲକାତାର ପ୍ରୟାଗ ୟୁନାଇଟେଡର କୋଚ୍‌ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଆଇଏଫ୍‌ଏ ସିଲ୍ଡ ହାସଲ କରିଥିଲେ ଓ ନିଜ ଦଳକୁ ଆଇ- ଲିଗ୍‌ରେ ଚତୁର୍ଥ ସ୍ଥାନରେ ପହଞ୍ଚାଇଥିଲେ। ଏହାପରେ ସେ କୋଲକାତାର ଇଷ୍ଟ ବେଙ୍ଗଲ ପାଇଁ ୨୦୧୫ ସେସନ୍‌ରେ ହେଡ କୋଚ୍‌ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ସେ ନର୍ଥଇଷ୍ଟ ୟୁନାଇଟେଡର ଦାୟିତ୍ୱ ଗ୍ରହଣ କରିଥିଲେ। ନିଜର ପ୍ରଥମ ସେସନ୍‌ରେ ସେ ନର୍ଥଇଷ୍ଟ ୟୁନାଇଟେଡକୁ ସେମିଫାଇନାଲରେ ପହଞ୍ଚାଇଥିଲେ। ତେବେ ଏହି ସଫଳତାକୁ ସେ କେରଳ ସହିତ ଦୋହରାଇବାରେ ବିଫଳ ହୋଇଥିଲେ। କେରଳ ତାରକା ଖେଳାଳିମାନେ ଆହତ ହେବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲେ। ସନ୍ଦୋଶ ଝିନ୍‌ଗାନଙ୍କ ଭଳି ମୁଖ୍ୟ ଖେଳାଳି ଇଞ୍ଜୁରିରେ ଶିକାର ହେବା କେରଳର ପ୍ରଦର୍ଶନ ପ୍ରଭାବିତ କରିଥିଲା। କେରଳ ୧୮ଟି ମ୍ୟାଚ୍‌ ଖେଳି ୧୯ ପଏଣ୍ଟ ହାସଲ କରିବା ସହ ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। କେରଳ ଶ୍ରେଷ୍ଠ ୪ରେ ସ୍ଥାନ ପାଇ ନ ଥିଲେ ମଧ୍ୟ ଆକ୍ରମଣାତ୍ମକ ଶୈଳୀ ତଥା ଯୋଜନା ଅପଣାଇବା ପାଇଁ ସ୍କାଟୋରୀଙ୍କୁ ବେଶ୍‌ ପ୍ରଶଂସା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

ଭଞ୍ଜନଗର/ବେଲଗୁଣ୍ଠା,୨୬/୭(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ରବିବାର…

ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ, ବାଜି ମାରିଲା ଆସାମ ଆର୍ମୀ ପବ୍ଲିକ ସ୍କୁଲ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଗତ ୨୪ ତାରିଖରୁ ଚାଲିଥିବା ସିବିଏସ୍‌ଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ରବିବାର ଉଦଯାପିତ…

ଶେଷ ପର୍ଯ୍ୟନ୍ତ ମିଳିଲାନି ସରକାରୀ ବ୍ୟବସ୍ଥା: ଶେଷରେ ୭ ବର୍ଷର ଆଦିବାସୀ ଶିଶୁର ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୬ା୭ (ଦୁର୍ଗା କୀର୍ତ୍ତି): ସରକାରୀ ବ୍ୟବସ୍ଥାର ଫମ୍ପା ପ୍ରତିଶ୍ରୁତି, ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ସହାୟତା ପାଇବା ପୂର୍ବରୁ…

ଅଙ୍ଗନବାଡି ସଂଘର ବଡ଼ ଘୋଷଣା: ଏହିଦିନ ହେବ ରାଲି

ଗୁଡାରି,୨୬।୭(ପ୍ରମୋଦ କୁମାର ପତି ): ରବିବାର ଗୁଡାରି ବ୍ଲକ ଅଙ୍ଗନବାଡି ସଂଘ ପକ୍ଷରୁ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଙ୍ଘର ନିଷ୍ପତ୍ତି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ମେସେଜ୍‌: ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୁବକଙ୍କୁ…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ଅଧୀନରେ ରବିବାର ଯୁବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଉପରେ…

ଅଞ୍ଚଳରେ ଚାଞ୍ଚଲ୍ୟ: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଲେ, ଲୋକେ ପାଟିକରିବାରୁ…

ପୁରୁଷୋତ୍ତମପୁର,୨୬।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବରେ ହାଣି ହତ୍ୟା ଉଦ୍ୟମ କରିବା…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଚାଲିଗଲା ପ୍ରାଣ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଜକା ଗ୍ରାମରେ ଅଭାବନୀୟ ଘଟଣା। ବିଲକୁ କାମ କରିବାକୁ ଯାଇ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି…

ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୨6ା୭(ଅଜିତ୍‌ କୁମାର ମହାନ୍ତି): ସରି ଆସୁଛି ଘୋଷଯାତ୍ରା। ଶନିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧରପଣା ନୀତି ଆରମ୍ଭ ହୋଇଯାଇଛି। ପାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri