Posted inଖେଳ

କୋଚ୍‌ ଏଲ୍‌କୋଙ୍କଠାରୁ ଅଲଗା ହେଲା କେରଳ ବ୍ଲାଷ୍ଟର

ନୂଆଦିଲ୍ଲୀ,୨୨।୪ (ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) କ୍ଲବ କେରଳ ବ୍ଲାଷ୍ଟର୍ସ ହେଡ୍‌ କୋଚ୍‌ ଏଲ୍‌କୋ ସ୍କାଟୋରୀଙ୍କଠାରୁ ଅଲଗା ହୋଇଛି। ଏ ସଂକ୍ରାନ୍ତରେ କେରଳ ବୁଧବାର ଘୋଷଣା କରିଛି। ନେଦରଲାଣ୍ଡ୍ସର ସ୍କାଟୋରୀ କେରଳର କୋଚି ସହର ପର୍ଯ୍ୟବସିତ ଆଇଏସ୍‌ଏଲ୍‌ ଦଳ କେରଳର ହେଡ୍‌ ଭାବେ ଗତ ସେସନରେ ଦାୟିତ୍ୱରେ ଥିଲେ। ସେ ଆଇଏସ୍‌ଏଲ୍‌ ୨୦୧୯- ୨୦ ସେସନ ପାଇଁ ତାଙ୍କୁ ନିଯୁକ୍ତ କରାଯାଇଥିଲା। ତେବେ କେରଳ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ଫଳରେ ଶେଷରେ କେରଳ ଏଲ୍‌କୋଙ୍କ କୋଚ୍‌ ପଦରୁ ହଟାଇଛି। ତେବେ ସ୍କାଟୋରୀଙ୍କୁ କେରଳ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଛି। ମିଳିଥିବା ଦାୟିତ୍ୱକୁ ଏଲ୍‌କୋ ଭଲ ଭାବେ ସମ୍ପାଦନ କରିବାକୁ ପ୍ରୟାସ କରିଛନ୍ତି ଓ କେରଳ ବ୍ଲାଷ୍ଟର୍ସ ଏ ନେଇ ଟୁଇଟ୍‌ କରିଛି।
୨୦୧୨ରେ ଏଲ୍‌କୋ କୋଲକାତାର ପ୍ରୟାଗ ୟୁନାଇଟେଡର କୋଚ୍‌ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଆଇଏଫ୍‌ଏ ସିଲ୍ଡ ହାସଲ କରିଥିଲେ ଓ ନିଜ ଦଳକୁ ଆଇ- ଲିଗ୍‌ରେ ଚତୁର୍ଥ ସ୍ଥାନରେ ପହଞ୍ଚାଇଥିଲେ। ଏହାପରେ ସେ କୋଲକାତାର ଇଷ୍ଟ ବେଙ୍ଗଲ ପାଇଁ ୨୦୧୫ ସେସନ୍‌ରେ ହେଡ କୋଚ୍‌ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ସେ ନର୍ଥଇଷ୍ଟ ୟୁନାଇଟେଡର ଦାୟିତ୍ୱ ଗ୍ରହଣ କରିଥିଲେ। ନିଜର ପ୍ରଥମ ସେସନ୍‌ରେ ସେ ନର୍ଥଇଷ୍ଟ ୟୁନାଇଟେଡକୁ ସେମିଫାଇନାଲରେ ପହଞ୍ଚାଇଥିଲେ। ତେବେ ଏହି ସଫଳତାକୁ ସେ କେରଳ ସହିତ ଦୋହରାଇବାରେ ବିଫଳ ହୋଇଥିଲେ। କେରଳ ତାରକା ଖେଳାଳିମାନେ ଆହତ ହେବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲେ। ସନ୍ଦୋଶ ଝିନ୍‌ଗାନଙ୍କ ଭଳି ମୁଖ୍ୟ ଖେଳାଳି ଇଞ୍ଜୁରିରେ ଶିକାର ହେବା କେରଳର ପ୍ରଦର୍ଶନ ପ୍ରଭାବିତ କରିଥିଲା। କେରଳ ୧୮ଟି ମ୍ୟାଚ୍‌ ଖେଳି ୧୯ ପଏଣ୍ଟ ହାସଲ କରିବା ସହ ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। କେରଳ ଶ୍ରେଷ୍ଠ ୪ରେ ସ୍ଥାନ ପାଇ ନ ଥିଲେ ମଧ୍ୟ ଆକ୍ରମଣାତ୍ମକ ଶୈଳୀ ତଥା ଯୋଜନା ଅପଣାଇବା ପାଇଁ ସ୍କାଟୋରୀଙ୍କୁ ବେଶ୍‌ ପ୍ରଶଂସା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri