କୃଷି ନିର୍ଦ୍ଧାରଣ ସମୀକ୍ଷା ବୈଠକ: ୧,୮୫,୧୦୦ ହେକ୍ଟରରେ ଚାଷ ଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୫।୬- ଢେଙ୍କାନାଳ ଜିଲା ସଦ୍‌ଭାବନା ଗୃହ ପରିସରରେ ମଙ୍ଗଳବାର କୃଷି ନିର୍ଦ୍ଧାରଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଖରିଫ୍‌ ଚାଷ-୨୦୧୯ ଲାଗି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି।
ଜମିର କିସମ, ବର୍ଷା ଆକଳନ ଏବଂ ଜଳସେଚନର ସୁବିଧାକୁ ଦୃଷ୍ଟିରେ ରଖି ୧,୮୫,୧୦୦ ହେକ୍ଟର ଜମିରେ ଫସଲ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୯୪,୯୪୦ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ, ୨୨,୯୧୬ ହେକ୍ଟରରେ ଡାଲିଜାତୀୟ ଫସଲ, ୨୦,୫୮୦ ହେକ୍ଟରରେ ତୈଳବୀଜ, ୩୭,୪୫୮ ହେକ୍ଟରରେ ପରିବା, ୫,୮୦୦ ହେକ୍ଟରରେ ମସଲାଜାତୀୟ, ୪୦୦ ହେକ୍ଟରରେ ଆଳୁ ଚାଷ ପାଇଁ ଯୋଜନା କରାଯାଇଛି।
ସାମୁଦ୍ରିକ ବାତ୍ୟା ‘ଫନୀ’ ପ୍ରଭାବରେ ଜିଲାରେ ଭଲ ବର୍ଷା ହୋଇଛି। ଜିଲାର ପ୍ରମୁଖ ଜଳଭଣ୍ଡାରର ଜଳସ୍ତର ଅଧିକ ରହିଛି। ତେଣୁ ଖରିଫ୍‌ ଚାଷ ପାଇଁ ପାଣିର ଅଭାବ ରହିବ ନାହିଁ ବୋଲି ଜଳସେଚନ ବିଭାଗ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି। ତଦନୁଯାୟୀ ୧,୦୪,୭୫୭ ହେକ୍ଟର ଜମି ଜଳସେଚିତ ହୋଇପାରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଜଳସେଚନର ଠିକ୍‌ ପରିଚାଳନା କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
କେବଳ ରାସାୟନିକ ସାର ପ୍ରୟୋଗ ଦ୍ୱାରା ଭଲ ଫସଲ ଉତ୍ପାଦନ ହୋଇପାରିବ ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଛି, ତାହା ଶତପ୍ରତିଶତ ଠିକ୍‌ ନୁହେଁ। ଆବଶ୍ୟକତା ଅନୁଯାୟୀ ଜମିରେ ଜୈବିକ ସାର ପ୍ରୟୋଗ କରିବାକୁ ପଡ଼ିବ। ଏହାଦ୍ୱାରା ଗୁଣାତ୍ମକ ଫସଲ ଉତ୍ପାଦନ ହୋଇପାରିବ। ଏ ନେଇ ଚାଷୀଙ୍କୁ ସଚେତନ କରିବା ଦିଗରେ ଯତ୍ନବାନ ହେବାକୁ କୃଷି ବିଭାଗ ଅଧିକାରୀଙ୍କୁ କୁହାଯାଇଛି। ଏଥିସହ ମିଶ୍ରିତ ଫସଲ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି।
ଖରିଫ୍‌ ଚାଷ ପାଇଁ ବିହନ ନିଗମ ସମବାୟ କେନ୍ଦ୍ର ପକ୍ଷରୁ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇ ଦିଆଯିବ। ୭,୩୦୦ କୁଇଣ୍ଟାଲ ଧାନ, ୧୦୦ କୁଇଣ୍ଟାଲ ମୁଗ, ୧୪୫ କୁଇଣ୍ଟାଲ ବିରି, ୨୫ କୁଇଣ୍ଟାଲ ହରଡ଼, ୪୪୦ କୁଇଣ୍ଟାଲ ଚିନାବାଦାମ, ୧୫ କୁଇଣ୍ଟାଲ ରାଶି, ୨୦୦ କୁଇଣ୍ଟାଲ ଧନିଚା ବିହନ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି।
ପ୍ରାରମ୍ଭରେ କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କୃଷି ନିର୍ଦ୍ଧାରଣ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଭଗବାନ ଦାସ ବିଭାଗର ବିବରଣୀ ସହିତ ଧନ୍ୟବାଦ ପ୍ରଦାନ କରିଥିଲେ। ବୈଠକରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରାଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri