କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସହ ସାତଟି ବୁଝାମଣାପତ୍ର ସ୍ବାକ୍ଷରିତ: ‘ଓଡ଼ିଶା ହେବ କୃଷିରେ ବଳକା ରାଜ୍ୟ’

ଭୁବନେଶ୍ୱର, ୪ା୮(ବ୍ୟୁରୋ): କୃଷି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅନେକ ଦୀର୍ଘ ମିଆଦୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଉନ୍ନତ ମାନର ବିହନ ସୃଷ୍ଟି ସହ କୃଷକମାନଙ୍କୁ ଅଧିକ ପରିମାଣରେ ଏହାକୁ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି ।
କୃଷି ଭବନଠାରେ ଶନିବାର କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ସହ ବିଭିନ୍ନ ସଂସ୍ଥାର ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ରାଜ୍ୟରେ ଅଧିକ ପରିମାଣର ଅଣଧାନ ଚାଷ ସହିତ ଡାଲି, ତୈଳ ବୀଜ, ପନିପରିବା ଓ ଫଳଚାଷ ଇତ୍ୟାଦି ଉପରେ ଗୁରୁତ୍ବ ଦିଆଯାଉଛି । ଏହାଦ୍ବାରା ରାଜ୍ୟ ସ୍ବାବଲମ୍ବୀ ହେବା ସହିତ ବଳକା ରାଜ୍ୟ ଭାବେ ବାହାର ରାଜ୍ୟକୁ ଏସବୁ ରପ୍ତାନି କରିପାରିବ । ଏହାଦ୍ବାରା ସ୍ବଚ୍ଛତା ଅବଲମ୍ବନ ସହିତ ନିଗମଗୁଡ଼ିକର କାର୍ଯ୍ୟଧାରା ଏବଂ ଧାର୍ଯ୍ୟ ଲକ୍ଷ୍ୟ ସମ୍ପର୍କରେ ଜନସାଧାରଣ ସହଜରେ ଅବଗତ ହୋଇପାରିବେ। ଏହି କ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ତରଫରୁ ଭୂମିହୀନ ଚାଷୀମାନଙ୍କ ଜୀବିକାର୍ଜନରେ ଉନ୍ନତି ଆଣିବା ଓ ଆର୍ଥିକ ସଂସ୍ଥାଗୁଡ଼ିକରୁ କୃଷିଋଣ ଦେବା ନିମନ୍ତେ ଯୋଗ୍ୟତା ବୃଦ୍ଧି ପାଇଁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଏବଂ ‘ଦ୍ବାରା ଟ୍ରଷ୍ଟ’ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ା ଏହି ସଂସ୍ଥା ଫସଲ ବୁଣାଠାରୁ ଆରମ୍ଭ କରି ଫସଲ ବୀମା ଓ ଅମଳ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ସମ୍ପର୍କରେ କୃଷକମାନଙ୍କୁ ପରାମର୍ଶ ଦେବ। ସମସ୍ତ ଭାଗୀଦାରି ସଂସ୍ଥା ବିଶେଷ କରି ଋଣ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକୁ ଏ ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଉପଲବ୍ଧ କରାଇବ। ଯେପରି ଏହି ବର୍ଗର ଚାଷୀମାନେ ସହଜରେ ଋଣ ପାଇପାରିବେ ସେପରି ପଦକ୍ଷେପ ନିଆଯାଉଛି ା ପ୍ରଥମ ଦଫାରେ ୫ ଜିଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ା ବିହନ ଉତ୍ପାଦନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ ଫଳପ୍ରଦ କରିବା ପାଇଁ ବିଭାଗ ହିନ୍ଦୁସ୍ଥାନ ଇନ୍‌ସେକ୍ଟିସାଇଡ୍‌ ଲିମିଟେଡ (ଏଚ୍‌ଆଇଏଲ୍‌) ଏବଂ ନାଫେଡ୍‌ ସହ ଏକ ଦୀର୍ଘ ମିଆଦୀ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛି ା ଏହି ବୁଝାମଣା ପତ୍ର ରାଜ୍ୟରେ ବିହନ ଉତ୍ପାଦନ ଓ ଚାହିଦା ମଧ୍ୟରେ ତାରତମ୍ୟ ଦୂର କରିବାରେ ସହାୟକ ହେବ । ଚୁକ୍ତି ଅନୁଯାୟୀ ଆଗାମୀ ୩ ବର୍ଷ ଯଥା ୨୦୧୯-୨୦ ଠାରୁ ୨୦୨୧-୨୨ ପର୍ଯ୍ୟନ୍ତ ବଳବତ୍ତର ରହିବ ା ଅନୁରୂପଭାବେ ରାଜ୍ୟରେ ଅଧିକରୁ ଅଧିକ କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ନିମନ୍ତେ ଆପିକଲ ନିରନ୍ତର ଉଦ୍ୟମ କରିଆସୁଛି। ଏହି ପରିପ୍ରେକ୍ଷୀରେ ବୁଝାମଣା ଅନୁଯାୟୀ ଏହି ସଂସ୍ଥା ୨୦୧୮ରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୨୦୧୯-୨୦ବର୍ଷ ପାଇଁ ୮ଶହ ଗୋଟି କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ନିମନ୍ତେ ୬୦ କୋଟି ଟଙ୍କାର ରିହାତି ବ୍ୟବସ୍ଥା ଓ ୬୦୦ଜଣ କୃଷି ଉଦ୍ୟୋଗୀଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହୋଇଛି। ଓଡ଼ିଶା କାଜୁ ଉନ୍ନୟନ ନିଗମ ଲିମିଟେଡ ସହିତ ବୁଝାମଣା ପତ୍ର ଅନୁସାରେ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ କାଜୁ ବଗିଚା ନିଲାମ ଓ ଉନ୍ନତମାନର କାଜୁ କଲମୀ ଚାରା ଉତ୍ପାଦନ ଓ ବିକ୍ରିର ମୋଟ ଆୟ ଲକ୍ଷ୍ୟ ଧାର୍ଯ୍ୟ ପରିମାଣ ୨୪ରୁ ୨୮କୋଟିକୁ ବୃଦ୍ଧି କରାଯାଇଛି । ରାଜ୍ୟରେ କାଜୁ ଚାଷର ବର୍ଦ୍ଧିତ ଚାହିଦା ପୂରଣ ଦୃଷ୍ଟିରୁ ଚଳିତ ବର୍ଷର ଉନ୍ନତ ମାନ କାଜୁ କଲମୀ ଚାରା ଉତ୍ପାଦନ ପରିମାଣକୁ ୩୮ ଲକ୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ା ସେହିପରି ଓଡ଼ିଶା କୃଷି ଶିଳ୍ପ ନିଗମ ସହିତ ବୁଝାମଣା ପତ୍ର ଅନୁଯାୟୀ ଚଳିତ ବର୍ଷ ପାଇଁ ୪୬୭.୧୧ କୋଟି ଟଙ୍କାର ବ୍ୟବସାୟ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିରେ ନିଗମ ୨୨୬୨ ଟ୍ରାକ୍ଟର, ୫୩୦୦୪ ମେଟ୍ରିକ୍‌ ଟନ୍‌ ରାସାୟନିକ ସାର ଓ ୧୧୪୯୨ ହେକ୍ଟର ଜମିକୁ ଜଳଯୋଗାଣ ପାଇଁ ପ୍ରକଳ୍ପମାନ ସ୍ଥାପନ କରିବାକୁ ଯୋଜନା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri