କୃଷିଭିତ୍ତିକ ପର୍ବ ବିହନ ଛିନା

ଚନ୍ଦାହାଣ୍ଡି, ୧୮ା୪ (ଡି.ଏନ.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ମୋହରା ପଞ୍ଚାୟତ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମରେ କୃଷିଭିତ୍ତିକ ପର୍ବ ବିହନ ଛିନା ପାଳନ କରାଯାଇଛି । ଏହି ବ୍ଲକରେ ବିଭିନ୍ନ ଗ୍ରାମରେ ଭିନ୍ନ ଭିନ୍ନ ଭାବରେ ତିଥି ବାର ଦେଖି ପୂଜାରୀଙ୍କ ନିର୍ଦ୍ଦେଶରେ ବିହନ ଛିନା ଅନୁଷ୍ଠିତ ହୋଇଥାଏ। ଚାଷର ପ୍ରଥମ ପର୍ବ ହେଉଛି ବିହନ ଛିନା । ଆଦିବାସୀ ସଂପ୍ରଦାୟରେ ଏହା ବିଶେଷ ଭାବେ ପାଳିତ ହେଉଥିବାବେଳେ ଗାଁର ସମସ୍ତ ସଂପ୍ରଦାୟର ଲୋକେ ଏଥିରେ ଭାଗ ନେଇଥାଆନ୍ତି । ଏହା ଗାଁ ଗହଳିରେ ବିଶେଷ ଭାବରେ ଦୁଇଦିନ ଧରି ପାଳିତ ହୁଏ । ପ୍ରଥମ ଦିନରେ ଗାଁରେ ଥିବା ମାଟିଦେବତାଙ୍କ ପୀଠରେ ପିତାବିହନ ପାଳିତ ହୁଏ । ଗାଁ ପୂଜାରୀ ପାରମ୍ପରିକ ରୀତିରେ ମାଟିଦେବତାଙ୍କୁ ପୂଜା କଲା ପରେ ସେଠାରେ ଘୁଷୁରୀ ଏବଂ କୁକୁଡା ବଳୀ ଦିଆଯାଇଥାଏ। ଘୁଷୁରି ଏବଂ କୁକୁଡା ମୁଣ୍ଡକୁ ମାଟିଦେବତାଙ୍କ ପୀଠରେ ପୋତି ଦେବା ପରେ ତାର ଅନ୍ୟ ଅଂଶକୁ ନେଇ ଗାଁ ବାହାରେ ରାନ୍ଧି ଖିଆଯାଇଥାଏ । ମାଟି ଦେବତାଙ୍କ ପୂଜା ବିଶେଷତଃ ରାତିରେ କରାଯାଇଥାଏ। ତା’ ପରଦିନ ଗାଁ ବାହାରେ ଥିବା ବିହନ ଛିନା ଗୁଡି ପାଖରେ ଗାଁର ସମସ୍ତେ ଏକତ୍ରିତ ହୋଇଥାଆନ୍ତି । ସେଠାରେ ପୂଜାରୀ ପୂଜାପାଠ ପରେ ମେଣ୍ଢା ବଳୀ ଦିଆଯାଇଥାଏ ।ଉକ୍ତ ରକ୍ତଭିଜା ଚାଉଳକୁ ସମସ୍ତ ଚାଷୀ ମୁଣ୍ଡରେ ଟିକା ଦେଇଥାନ୍ତି । ଏହା ପରେ ସେଠାରେ ପିପଳ ଗଛର ପତ୍ରରେ ପୋଢ କରାଯାଏ । ଡାଳରେ ଲଙ୍ଗଳ କରାଯାଇ ସେଠାରେ ଏକ ସ୍ଥାନରେ କାଦୁଅ କରାଯାଏ । ଚାଷୀମାନେ ଘରୁ ନେଇଥିବା ଧାନବିହନକୁ ପୂଜାରୀ ପୂଜା କରିଥାଏ । ପୂଜା ପରେ କାଦୁଅ ବୋଳା ପର୍ବ ଅନୁଷ୍ଠିତ ହୁଏ । ଚାଷୀମାନେ ନୂଆ ବସ୍ତ୍ରରେ ପୂଜାରୀ ଦେଇଥିବା ଧାନକୁ ନେବା ପରେ ସେଠାରେ ସମସ୍ତେ କାଦୁଅ ଖେଳିଥାନ୍ତି । ସମସ୍ତଙ୍କ ପଛପଟେ କାଦୁଅ ବୋଳାଯାଏ । ଏହା ପରେ ବଳି ଦିଆଯାଇଥିବା ମେଣ୍ଢାକୁ ଗ୍ରାମବାସୀ ସମସ୍ତେ ରାନ୍ଧି ଖାଇଥାଆନ୍ତି । ପରେ ପୂଜାରୀଙ୍କୁ ଧରି ସମସ୍ତେ ଗ୍ରାମକୁ ଫେରନ୍ତି । ଗାଁ ପୂଜାରୀ ଘରେ ଏକ ବୈଠକ ହୋଇଥାଏ । ଗାଁର ସମସ୍ତ ଚାଷୀଙ୍କୁ ଚଳିତବର୍ଷ ଭଲ ଫସଲ ହେଉ ବୋଲି ଆଶ୍ୱାସନା ଦେଇଥାନ୍ତି। ପୂଜାରୀଙ୍କ ଦ୍ୱାରା ପୂଜା କରାଯାଇଥିବା ଧାନକୁ ଚାଷୀ କ୍ଷେତରେ ଅକ୍ଷୟ ତୃତୀୟା ଦିନ ଅକ୍ଷିମୁଠି ଅନୁକୂଳ କରିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ…

ଡମଳିମା ଗ୍ରାମ ନିକଟରେ ବୁଲୁଥିଲା ବଜ୍ରକାପ୍ତା, ଖବର ପାଇ ବନ ବିଭାଗ…

କଲ୍ୟାଣସିଂହପୁର, ୧।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଳିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଗୁଡ଼ାରି ଏନ୍‌ଏସିରେ ଜାତୀୟ ପତାକାକୁ ଅବମାନନା

ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।…

ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….

ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri