କୁଲେଇରେ ଚୋର ଆତଙ୍କ

ପରଜଙ୍ଗ, ୧୯।୭(ଡି.ଏନ.ଏ.)-ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ କୁଲେଇ ଗ୍ରାମରେ ଚୋରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ୩ଦିନ ମଧ୍ୟରେ ୩ ଜଣଙ୍କ ଘରୁ କଳାକଳା ବୁଲାଇ ସାରିଲେଣି ଦୁର୍ବୃତ୍ତ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ। ଏଥିରେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ହାତ ଥିବା ସନ୍ଦେହ କରାଯାଉଛି।
ସୋମବାର ବିଳମ୍ବିତ ରାତିରେ ରାମ ମଲ୍ଲିକଙ୍କ ଘରେ ଚୋରମାନେ ପଶି ନଗଦ ଟଙ୍କା ନେଇ ପଳାଇଛନ୍ତି। ମଙ୍ଗଳବାର ଗୋପାଳସାହିର ଉମେଶ ଚନ୍ଦ୍ର ଭୂତିଆଙ୍କ ଘରେ ୪ଜଣ ପଶିଥିଲେ। ଶବ୍ଦ ଶୁଣି ପରିବାର ଲୋକେ ଉଠିପଡ଼ିଥିଲେ। ଅଭିଯୁକ୍ତମାନେ ଭୁଜାଲି ଦେଖାଇ ପରିବାର ସଦସ୍ୟଙ୍କୁ ଭୟଭୀତ କରି ଏଲ୍‌ଇଡି ଟିଭି, ସୁନା କାନଫୁଲ, ଟଙ୍କା, ମୋବାଇଲ ଫୋନ୍‌ ନେଇ ଫେରାର ହୋଇଯାଇଥିଲେ। ସେହିପରି ବୁଧବାର ରାତିରେ ପାତ୍ର ସାହିର ନରେନ୍ଦ୍ର କୁମାର ଜେନାଙ୍କ ଘରେ ଚୋର ପଶିଥିଲେ। ନରେନ୍ଦ୍ରଙ୍କ ବିଧବା ସ୍ତ୍ରୀ ଗୋଲାପ ଜେନା, ଝିଅ ଶୁଭଶ୍ରୀ ଶୋଇଥିବାବେଳେ ଦୁର୍ବୃତ୍ତମାନେ ଗ୍ରୀଲ୍‌ ତାଡ଼ି ଏଲ୍‌ଇଡି ଟିଭି, ଫ୍ୟାନ, ଗ୍ୟାସ୍‌ ସିଲିଣ୍ଡର, ମୋବାଇଲ ନେଇଯାଇଛନ୍ତି। ଭୋର୍‌ ୩ଟାରେ ମା’ଝିଅ ପରିସ୍ରା କରିବାକୁ ଉଠିଥିବାବେଳେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଗୋଲାପଙ୍କ ପୁତୁରା ବିପିନ ଜେନା ଉକ୍ତ ମୋବାଇଲକୁ କଲ୍‌ କରିଥିବାବେଳେ କେହି ଜଣେ ଫୋନ୍‌ ଉଠାଇ ଗେଙ୍ଗୁଟିଆ ଝରାସାହି ବର ଗଛ ନିକଟକୁ ଆସିବାକୁ କହିଥିଲେ। ହେଲେ ସେଠାରେ ପହଞ୍ଚତ୍ବା ବେଳକୁ କେହି ନ ଥିଲେ। ପୁଣି ଥରେ ଫୋନ୍‌ କରିବାରୁ ଗଁା ନିକଟ କାଳିଆ ଫାର୍ମ ପାଖରେ ଥିବା କହିଥିଲେ। ସେଠାକୁ ଯିବାବେଳେ ମଧ୍ୟ କେହି ନ ଥିଲେ। ଏ ନେଇ ବିପିନ ଗୁରୁବାର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ସମରଜିତ ନାୟକ କୁହନ୍ତି, ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଳା ପଲ୍‌ସରରେ ଆସି ଖେଳାଇଲେ ଆତଙ୍କ; ଭୁଜାଲି ଦେଖାଇ ଲୁଟିନେଲେ ୩୦ହଜାରରୁ ଅଧିକ ଟଙ୍କା

ଭୁବନ,୬।୭( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜ ନିକଟସ୍ଥ ଜାତୀୟ ରାଜପଥ ୫୩ ଓଭର ବ୍ରିଜ ଉପରେ ଏକ କଳା ପଲସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri