କାହିଁକି ପାଳନ କରାଯାଏ ଦୀପାବଳି

ଆଲୋକର ପର୍ବ ଦୀପାବଳି ପୁରପଲ୍ଲୀ, ସହର ବଜାର ସବୁଠାରେ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ହେଲେ ଏହାର ବିଭିନ୍ନ ଶାସ୍ତ୍ରୀୟ କିମ୍ବଦନ୍ତୀ ରହିଛି। ପୌରାଣିକ ମତାନୁଯାୟୀ, ଏହିଦିନ ଭଗବାନ୍‌ ବିଷ୍ଣୁ ହିରଣ୍ୟକଶିପୁଙ୍କୁ ବଧ କରିଥିଲେ। ସେଥିପାଇଁ ଏହି ପର୍ବ ପାଳନ କରାଯାଏ। ଆଉ କେତେକ ମତ ଦିଅନ୍ତି, ଉକ୍ତ ଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କ ଆବିର୍ଭାବ ହୋଇଥିଲା। ଆହୁରି ମଧ୍ୟ କୁହାଯାଏ, ୧୪ ବର୍ଷ ବନବାସ ସାରି ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହିଦିନକୁ ସ୍ମରଣୀୟ କରିବାକୁ ଆଲୋକର ପର୍ବ ଭାବେ ପାଳନ କରାଯାଇଥାଏ। ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଶ୍ରୀକୃଷ୍ଣ ନାରକାସୁରକୁ ବଧ କରିଥିବାରୁ ଏହାପର ଦିନକୁ ଦୀପାବଳି ଭାବେ ପାଳନ କରାଯାଏ। କେହି କେହି ମତ ଦିଅନ୍ତି, ରାକ୍ଷସମାନଙ୍କୁ ବଧ କରିବା ପରେ ଯେତେବେଳେ ମହାକାଳୀଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା ଏବଂ ସେ ଉଗ୍ର ରୂପ ଧାରଣ କରି ସୃଷ୍ଟି ସଂହାର ଉଦ୍ଦେଶ୍ୟରେ ବାହାରିଥିଲେ, ସେତେବେଳେ ଶିବ ତାଙ୍କୁ ଅଟକାଇବା ପାଇଁ ତଳେ ଶୋଇ ପଡିଥିଲେ। ଏହାପରେ ତତ୍‌କ୍ଷଣାତ୍‌ ମହାକାଳୀ ଶାନ୍ତ ହୋଇ ଯାଇଥିଲେ। ତେଣୁ କାଳୀଙ୍କ ଶାନ୍ତ ରୂପ ମହାଲକ୍ଷ୍ମୀଙ୍କୁ ଏହିଦିନଠାରୁ ପୂଜା ଆରମ୍ଭ କରାଯିବା ସହ ଦୀପାବଳି ରାତିରେ କାଳୀଙ୍କ ଉଗ୍ରରୂପକୁ ମଧ୍ୟ ପୂଜା କରାଯାଇଥାଏ। ତେଣୁ ଶାସ୍ତ୍ରୀୟ ମତରେ ବିଭିନ୍ନ କାରଣକୁ ନେଇ ଏହି ଦୀପାବଳି ଉତ୍ସବ ପାଳନ କରାଯିବାର ବିଧି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସୋମବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗଞ୍ଜାମ ଜିଲାପାଳ ଭି.…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri