ସ୍ବାସ୍ଥ୍ୟ ବିଭାଗ ଅଧୀନରେ ହେବ ଜନ୍ମ ମୃତ୍ୟୁର ଇ-ପଞ୍ଜୀକରଣ

ଭୁବନେଶ୍ୱର, ୨୭ା୧୦(ବ୍ୟୁରୋ): ଏଣିକି ଜନ୍ମ ମୃତ୍ୟୁର ଇ-ପଞ୍ଜୀକରଣ କାର୍ଯ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହାତକୁ ଆସିବ। ପୂର୍ବରୁ ଏହା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିକଟରେ ଥିଲା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ୫-ଟି ସମୀକ୍ଷା ଅବସରରେ ଏହି ନିଷ୍ପତ୍ତି ହୋଇଛି। ବିଭାଗୀୟ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ମିଳିଥିବା ସୂଚନାନୁସାରେ, ଇ-ପଞ୍ଜୀକରଣ ଲାଗି ବିସ୍ତୃତ ଯୋଜାନା ପ୍ରସ୍ତୁତ ସହିତ ଇ-ମ୍ୟୁନିସିପାଲିଟି ସଫ୍ଟୱେର ଦେବାକୁ ଟିସିଏସ୍‌କୁ ଦାୟିତ୍ୱ ଦିଆଯାଇଛି। ଏହି ପଞ୍ଜୀକରଣ ନିମନ୍ତେ ୧୦୬ ଭିଏସ୍‌ କ୍ଲର୍କଙ୍କୁ ଖୁବ୍‌ଶୀଘ୍ର ନିଯୁକ୍ତି ଦିଆଯିବ। ସେହିଭଳି ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାର ଗୁଣବତ୍ତା ସଂକ୍ରାନ୍ତରେ ଅନୁଧ୍ୟାନ ନିମନ୍ତେ ଏକ ନୂତନ ଏସ୍‌ଓପି ପ୍ରସ୍ତୁତ ହୋଇଛି। ଏଥିରେ ଅଧିକ ୮୪ଟି ୧୦୮ ଆମ୍ବୁଲାନ୍ସ ଚଳାଇବାର ବ୍ୟବସ୍ଥା କରାଯାଉଛି। ମୃତ ବ୍ୟକ୍ତିଙ୍କ ପରିବହନ ନିମନ୍ତେ ମହାପ୍ରୟାଣ ଯୋଜନାରେ କିଛିଟା ପରିବର୍ତ୍ତନ ଅଣାଯାଇ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ଏହା ଉପରେ ମିଶନ ଶକ୍ତି କମିଶନରଙ୍କ ମତାମତ ମିଳିଥିବାବେଳେ ସାଧାରଣ ପ୍ରଶାସନ ବିଭାଗକୁ ପଠାଯାଇଥିବା ବୈଠକରୁ ଜଣାପଡ଼ିଛି।
କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ସିଟି ହସ୍ପିଟାଲ କଟକ ଏବଂ ସିଟି ହସ୍ପିଟାଲ ବ୍ରହ୍ମପୁରରେ ଥିବା ସମସ୍ତ ଯନ୍ତ୍ରପାତିର ଯାଞ୍ଚ ସହିତ କଲ୍‌ ସେଣ୍ଟର ବ୍ୟବସ୍ଥା ହୋଇଛି। ଅନ୍ୟ ସମସ୍ତ ସରକାରୀ ଡାକ୍ତରଖାନାଗୁଡ଼ିକର ଯାଞ୍ଚ ଓ କଲ୍‌ ସେଣ୍ଟର ବ୍ୟବସ୍ଥା ଚଳିତବର୍ଷ ଶେଷସୁଦ୍ଧା ସମ୍ପୂର୍ଣ୍ଣ ହେବ। ବଡ଼ବଡ଼ ସରକାରୀ ଡାକ୍ତରଖାନାରେ ମିଳୁଥିବା ଚିକିତ୍ସା ସେବା ଓ ସୁବିଧା ସୁଯୋଗରେ ଉନ୍ନତି ଆଣିବା ପାଇଁ ବିଭାଗ ତରଫରୁ ଗଠିତ ଏକ ଟିମ୍‌ ମାଡ୍ରାସ ମେଡିକାଲ କଲେଜ, ସିଏମ୍‌ସି ଭେଲୋର, ନାରାୟଣ ହୃଦୟାଳୟ ବେଙ୍ଗାଲୁରୁ ଯାଇ ସେଠାରେ ଚିକିତ୍ସା ସେବା ସହ ପରୀକ୍ଷାଗାର, ସଫା ସୁତୁରା, ଖାଦ୍ୟ ଯୋଗାଣ ଏବଂ ଅନ୍ୟାନ୍ୟ ସେବା ସମ୍ପର୍କରେ ଅନୁଧ୍ୟାନ କରି ଫେରିଛନ୍ତି। ନିର୍ମଳ, ନିଦାନର ରିପୋର୍ଟ ସଂଗ୍ରହ, ପ୍ରଶାସନିକ ବ୍ୟବସ୍ଥାର ପୁନର୍ଗଠନ, କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟ ଗ୍ରାଜୁଏଟ୍‌ ପ୍ରତିଷ୍ଠାନ କରିବା ପାଇଁ ଆଲୋଚନା ହୋଇଛି। ସମସ୍ତ ରକ୍ତଭଣ୍ଡାରରେ ରକ୍ତର ଉପଲବ୍ଧି ସଂକ୍ରାନ୍ତରେ ସୂଚନା ଏବଂ ଏହାକୁ ଦୁର୍ନୀତିମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ନେଇ ସମ୍ପୃକ୍ତ ରକ୍ତଭଣ୍ଡାରଗୁଡିକରେ ବ୍ଲଡବ୍ୟାଙ୍କ୍‌ ଅଧିକାରୀଙ୍କ ମୋବାଇଲ୍‌ ନମ୍ବର ଏବଂ ଉପଲବ୍ଧ ଥିବା ରକ୍ତର ସୂଚନା ପ୍ରଦର୍ଶିତ ହେଉଛି। ଡାକ୍ତରଖାନା ହେଲ୍ପ ଡେସ୍କକୁ ସ୍ବାସ୍ଥ୍ୟ ମିତ୍ର/ଏସ୍‌ଏଚ୍‌ଜି ଗ୍ରୁପଙ୍କ ଦ୍ୱାରା ପରିଚାଳନା କରିବା ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ମିଶନ ଶକ୍ତି ନିର୍ଦ୍ଦେଶକଙ୍କୁ ପଠାଯାଇଛି। ଆଇପିଏସ୍‌ ମାନ ଅନୁଯାୟୀ ପାରା ମେଡିକ୍‌ ନିଯୁକ୍ତି, ଡାକ୍ତରଙ୍କ ଉପସ୍ଥାନ, ଜିଲାପାଳଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ଦିନରେ ସ୍ବାସ୍ଥ୍ୟସେବା ସମୀକ୍ଷା ଆଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୧୦୪ କଲ୍‌ସେଣ୍ଟର ମାଧ୍ୟମରେ ୧୮,୪୪୮ଟି ଫୋନ୍‌ କଲ୍‌ ବିଭାଗ ତରଫରୁ କରାଯାଇଥିବାବେଳେ ୭୧୨୪ଟିରୁ ସଫଳତା ମିଳିଥିବା ବୈଠକରୁ ଜଣାପଡ଼ିଛି। ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ମେଡିକାଲ ନିଗମ ଏମ୍‌ଡି ୟାମିନୀ ଷଡ଼ଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ୍‌ ତାପସ କୁମାର, ସ୍ବତନ୍ତ୍ର ସଚିବ, ନିର୍ଦ୍ଦେଶକଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri