କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ପ୍ରାୟ ଦେଢ଼ ମାସ ପୂର୍ବେ କୃଷ୍ଣସାର ମୃଗ ଛୁଆଟି ବାଟହୁଡ଼ି ଗାଁ ନିକଟ ଚାଷ ଜମି ମଧ୍ୟକୁ ଚାଲିଆସିଥିଲା। ଏହି ସମୟରେ କିଛି ବୁଲା କୁକୁର ତାକୁ ଗୋଡ଼ାଇବାରୁ ମୃଗଟି ଜୀବନ ବିକଳରେ ଏଣେତେଣେ ଦୌଡ଼ିଥିଲା। ଗାଁର ଜଣେ ଚାଷୀ ମୃଗଟିକୁ କୁକୁରଙ୍କ ଆକ୍ରମଣରୁ ଉଦ୍ଧାର କରି ନିଜ ଘରେ ଯତ୍ନର ସହ ରଖିଥିଲେ।

ଖବର ପାଇ ନୂଆପଡ଼ା ବନବିଭାଗ ସେକ୍ସନ ଫରେଷ୍ଟର ଇ. ଗଣେଶ, ଫରେଷ୍ଟ ଗାର୍ଡ ଗୀତାଞ୍ଜଳି ନାୟକ ଏବଂ ପାରା ବନ କର୍ମଚାରୀ ସ୍କ୍ୱାଡ୍ ସଦସ୍ୟ ସଂଗ୍ରାମ ସିଂ ଓ ସାଗର ପ୍ରଧାନ ସଦଳବଳ ଗାଁରେ ପହଞ୍ଚି ମୃଗଛୁଆଟିକୁ ଉଦ୍ଧାର କରି ଦିଗପହଣ୍ଡି ବନବିଭାଗ ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ। ସେଠାରେ ତାକୁ ଖାଦ୍ୟ ଦିଆଯିବା ପରେ ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ମଧୁସ୍ମିତା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଡାକ୍ତର ସୌମ୍ୟ ରଞ୍ଜନ ସାହୁ ତାର ପ୍ରାଥମିକ ଚିକିତ୍ସା କରିଥିଲେ। ମୃଗଟି ମାଈ ପ୍ରଜାତିର ଏବଂ ତାର ବୟସ ପ୍ରାୟ ୨ ମାସ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଶୁକ୍ରବାର ତାକୁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ତେବେ ଏନେଇ ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ କାହାରିକୁ କୌଣସି ସୂଚନା ଦେଇନଥିଲେ। ଦୀର୍ଘ ଦେଢ଼ ମାସ ହେଲା ବନ୍ୟପ୍ରାଣୀ କୃଷ୍ଣସାର ମୃଗଟି ଜଣେ ବ୍ୟକ୍ତିଙ୍କ ଘରେ ଥିବା ବେଳେ ବନ ବିଭାଗ କିଭଳି ଜାଣିପାରିନଥିଲା, କିମ୍ବା ସବୁ ଜାଣି ମଧ୍ୟ କାହିଁକି ସମୟସୀମା ମଧ୍ୟରେ ଉଦ୍ଧାର କରିନଥିଲା, ସେ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ କିଛି ବର୍ଷ ହେଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ବଂଶବୃଦ୍ଧି ହେବାରେ ଲାଗିଛି, ମାତ୍ର ଏମାନଙ୍କ ସୁରକ୍ଷା ନିମନ୍ତେ ବନ ବିଭାଗ ପକ୍ଷରୁ କୌଣସି ବିଶେଷ ଜନସଚେତନତା କାର୍ଯ୍ୟକ୍ରମ କରାଯାଉନଥିବା ଅଭିଯୋଗ ହେଉଛି।

ଉଲ୍ଲେଖଯୋଗ୍ୟ, ଗତ ୨୦୨୪ ସେପ୍ଟେମ୍ବର ୨୬ ତାରିଖରେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ନିକଟରେ କୌଣସି ଅଜଣା ଗାଡ଼ି ଧକ୍କାରେ ପ୍ରାୟ ୨ ବର୍ଷ ବୟସର ଅଣ୍ଡିରା କୃଷ୍ଣସାର ମୃଗ ଗୁରୁତର ହୋଇ ରାସ୍ତାକଡ଼ରେ ଛଟପଟ ହେଉଥିଲା। ପଥଚାରୀଙ୍କ ସୂଚନା ଆଧାରରେ ତତ୍କାଳୀନ ବନବିଭାଗ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଆହତ ମୃଗଟିକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତତ୍କାଳୀନ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଆଶିଷ ଦୋରା ତାକୁ ମୃତ ଘୋଷଣା କରିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ସ୍ଥାନୀୟ କେନ୍ଦ୍ରୀୟ ନର୍ସରୀ ପରିସରରେ ପୋତି ଦିଆଯାଇଥିଲା।

ସେହିପରି ଗତ ୨୦୨୫ ଅକ୍ଟୋବର ୧୧ରେ ସାନଖେମୁଣ୍ଡି ବ୍ଲକ ଡି.ଆମ୍ବଠା ଗ୍ରାମ କୋଠଘରୁ ପ୍ରାୟ ୩ ବର୍ଷ ବୟସର ମାଈ କୃଷ୍ଣସାର ମୃଗକୁ ପାଟପୁର ବନ ବିଭାଗ ସେକ୍ସନ ଫରେଷ୍ଟର ସନ୍ତୋଷ କୁମାର ସାହୁ ଉଦ୍ଧାର କରି ନିକଟସ୍ଥ ରତନେଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିଲେ।

ଏହି ଘଟଣା ସମ୍ପର୍କରେ ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁଙ୍କୁ ପଚାରିବାରୁ, କୃଷ୍ଣସାର ମୃଗ ଛୁଆଟି ଜଣେ ବ୍ୟକ୍ତିଙ୍କ ଘରେ ଥିବା ଖବର ପାଇ ଉଦ୍ଧାର କରାଯାଇଥିଲା ଏବଂ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା ପରେ ସେ ସୁସ୍ଥ ଥିବା ଡାକ୍ତର କହିବାରୁ ତାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?