କାହିଁକି ଐଶ୍ୱର୍ଯ୍ୟାଙ୍କ କାନରୁ ବାହାରିଥିଲା ରକ୍ତ

ମୁମ୍ବାଇ: ଫିଲ୍ମର ଶୁଟିଂ ସେଟ୍‌ରେ ଆହତ ହେବା ସାଧାରଣ କଥା। ଶୁଟିଂ କରିବା ସମୟରେ କେତେକ ଅଭିନେତ୍ରୀ ଅଭିନେତା ଆହତ ହୋଇଥାନ୍ତି। ଏହାପରେ ବି ସେମାନେ ନିଜ କାମକୁ ଗୁରୁତ୍ୱପୂର୍ଣ୍ଣ ଦେଇଥାନ୍ତି। ଆପଣ ଭାବୁଥିବେ ଆହତ ପାଇଁ ଏତେ ଚର୍ଚ୍ଚା କାହିଁକି। ବେଳେ ବେଳେ ପ୍ରଶଂସକଙ୍କୁ ମନୋରଞ୍ଜନ ଦେବାକୁ ଯାଇ କଳାକାରମାନେ ବଡ଼ ବଡ଼ ବିପଦର ସାମ୍ନା କରିଥାନ୍ତି। କିଛି ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ୨୦୦୨ରେ ରିଲିଜ୍‌ ହୋଇଥିବା ଫିଲ୍ମ ଦେବଦାସର ‘ଡୋଲା ରେ ଡୋଲା’ ଗୀତ ମନେଥିବ। ଯେଉଁଥିରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ମାଧୁରୀ ଦୀକ୍ଷିତ୍‌ଙ୍କ ଦମ୍‌ଦାର ଡାନ୍ସ ଦେଖିବାକୁ ମିଳିଥିଲା। ଏହି ଡାନ୍ସ ବଲିଉଡ୍‌ର ସବୁଠାରୁ ଭଲ ଡାନ୍ସ ଭିତରୁ ଗୋଟିଏ ବୋଲି ଗଣାଯାଏ। ହେଲେ ଜାଣିଛନ୍ତି କି, ଏହି ଗୀତର ଡାନ୍ସ ସମୟରେ ଐଶ୍ୱର୍ଯ୍ୟାଙ୍କ କାନରୁ ରକ୍ତ ବାହାରିଥିଲା ଏବଂ ସେ ଆହତ ହୋଇଥିଲେ। ଦୂର୍ଗାପୂଜା ସେଲିବ୍ରେସନ୍‌କୁ ନେଇ ତିଆରି ହୋଇଥିବା ଏହି ଗୀତରେ ଐଶ୍ୱର୍ଯ୍ୟା ଓ ମାଧୁରୀ ଭାରତନାଟ୍ୟମ୍‌ ଓ କଥକର କିଛି ଷ୍ଟେପ୍‌ କରିଥିଲେ। ଆଉ ଏଥିପାଇଁ ୨ ନାୟିକା ହେଭି ମେକ୍‌ଅପ ସହ ଜୁଏଲାରୀ ପିନ୍ଧିଥିଲେ। ତେବେ ବିଶ୍ୱସୁନ୍ଦରୀଙ୍କ କାନଫୁଲ ଏତେ ଭାରି ହୋଇଯାଇଥିଲା ଯେ, ତାଙ୍କ କାନରୁ ରକ୍ତ ବହାରିଥିଲା ଏବଂ ସେ ଆହତ ହୋଇପଡ଼ିଥିଲେ। କିନ୍ତୁ ସେ ଶୁଟିଂରେ ବାଧା ନ ଦେବା ସହ କାହାକୁ କିଛି ନ କହି ଏହାକୁ ପୂରା କରିଥିଲେ। ଶୁଟିଂ ଶେଷ ହେବା ପରେ ଏନେଇ ସେ ସମସ୍ତଙ୍କୁ ଜଣାଇଥିଲେ। ସେଟ୍‌ରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ତାଙ୍କର ଏହି ଚିନ୍ତାଧାରା ନିଜ କାର୍ଯ୍ୟ ପ୍ରତି ଥିବା ଭଲପାଇବା ଓ ନିଷ୍ଠାକୁ ଦର୍ଶାଇଥିଲା। ସମସ୍ତେ ତାଙ୍କର ଏଭଳି କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରିଥିଲେ। ଅପରପକ୍ଷରେ ଉକ୍ତ ଗୀତର କୋରିଓଗ୍ରାଫର ସରୋଜ ଖାଁଙ୍କୁ ନୃତ୍ୟ ନିର୍ଦ୍ଦେଶନା ପାଇଁ ନ୍ୟାସନାଲ ଆଓ୍ବାର୍ଡରେ ସମ୍ମାନୀତ କରାଯାଇଥିଲା। ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ପାର୍ବତି ଓ ମାଧୁରୀ ଚନ୍ଦ୍ରମୁଖୀ ଚରିତ୍ରରେ ଅଭିନୟ କରିଥିଲେ। ସେହ ସମୟରେ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri