କାଳିଆ ଯୋଜନାରେ ୭୧.୫୪% ଚାଷୀ ନିରାଶ : ଆକାଉଣ୍ଟକୁ ଏଯାଏ ଆସିନି ଟଙ୍କା

ତାଳଚେର, ୧୧ା୭ – ଚାଷୀମାନଙ୍କ ଉନ୍ନତି ତଥା ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହେବେ ବୋଲି କୁହାଯାଇଥିଲା। ହେଲେ ଅନୁଗୋଳ ଜିଲା ତାଳଚେର ବ୍ଲକରେ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ମାତ୍ର ୨୮.୪୬ ପ୍ରତିଶତ ଚାଷୀ ଏବେ ସୁଦ୍ଧା ଉପକୃତ ହୋଇପାରିଛନ୍ତି। କାଳିଆରେ ସାମିଲ ହୋଇଥିବା ବ୍ଲକର ୨୭ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ମଧ୍ୟରୁ ୭୮୪୦ ଜଣ ପ୍ରଥମ କିସ୍ତି ଟଙ୍କା ପାଇପାରିଛନ୍ତି। ବଳକା ୭୧.୫୪ ପ୍ରତିଶତ ଚାଷୀ କେବେ ପ୍ରଥମ କିସ୍ତି ଟଙ୍କା ପାଇବେ ସେ ନେଇ ମାସ ମାସ ଧରି ଚାହିଁ ରହିଥିଲେ ବି ଆକାଉଣ୍ଟକୁ ଟଙ୍କା ଆସି ନ ଥିବା ଜଣାପଡ଼ିଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଏହି ବହୁ ଚର୍ଚ୍ଚିତ ତଥା ଲୋଭନୀୟ ଯୋଜନା କାଳିଆ ଆରମ୍ଭ ହୋଇଥିଲା। ଏଥିରେ ସାମିଲ ହେବାକୁ ତାଳଚେର ବ୍ଲକର ୨୧ଟି ପଞ୍ଚାୟତରୁ ପ୍ରଥମ ପର୍ଯ୍ୟାୟରେ ୧୫,୦୯୦ ଜଣ ଚାଷୀ ଆବେଦନ କରିଥିଲେ। ଯାଞ୍ଚ ପରେ ୩୧୪ଟି ଆବେଦନକୁ ଖାରଜ କରାଯାଇଥିଲା। ବାକି ଚାଷୀଙ୍କୁ ତାଲିକାଭୁକ୍ତ କରାଯାଇଥିଲା। ସେଥିରେ ୧୨,୨୭୬ ଜଣ କ୍ଷୁଦ୍ର ଓ ନାମମାତ୍ର ଏବଂ ୨୫୦୦ ଜଣ ଭୂମିହୀନ ଚାଷୀ ରହିଥିଲେ। ସେହିପରି ୨ୟ ପର୍ଯ୍ୟାୟରେ ୧୨,୪୫୭ ଜଣ ଚାଷୀ ଯୋଜନାର ହିତାଧିକାରୀ ହେବାକୁ ଆବେଦନ କରିଥିଲେ। ସେଥିରେ ୩୧୧୬ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବା ବେଳେ ୮୮୪୭ ଜଣ ଭୂମିହୀନ ଥିଲେ। ୪୯୪ଟି ଫର୍ମ ଅସମ୍ପୂର୍ଣ୍ଣ ଥିଲା। ତେବେ ଦୁଇଟି ପର୍ଯ୍ୟାୟରେ ଏହି ଯୋଜନାରେ ବ୍ଲକର ୨୭,୫୪୭ ଚାଷୀଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୭୮୪୦ ଜଣ ଚାଷୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ବାବଦ ୫ ହଜାର ଟଙ୍କା ଲେଖାଏ ଆସିଥିବା ଜଣାପଡିଛି। ବଡଯୋରଡା ପଞ୍ଚାୟତର ୧୦୫୯ ଚାଷୀଙ୍କ ମଧ୍ୟରୁ ୩୯୫ ଜଣ ଟଙ୍କା ପାଇଛନ୍ତି। ବନ୍ତୋଲ ପଞ୍ଚାୟତର ୧୪୫୧ ଚାଷୀଙ୍କ ମଧ୍ୟରୁ ୩୬୭ ଜଣ, ବ୍ରଜନାଥପୁର ପଞ୍ଚାୟତର ୧୬୧୫ ହିତାଧିକାରୀଙ୍କ ମଧ୍ୟରୁ ୬୮୭, ଡଅଁରା ପଞ୍ଚାୟତର ୧୨୩୨ ଚାଷୀଙ୍କ ମଧ୍ୟରୁ ୩୩୬, ଡେରାର ୮୩୫ ଚାଷୀଙ୍କ ମଧ୍ୟରୁ ୧୩୦, ଧର୍ମପୁରର ୧୭୪୮ ହିତାଧିକାରୀଙ୍କ ମଧ୍ୟରୁ ୫୭୩ ଜଣ, ଘଣ୍ଟପଡା ପଞ୍ଚାୟତର ୧୮୮୮ ଚାଷୀଙ୍କ ମଧ୍ୟରୁ ୬୩୦ ଚାଷୀ, ଗୋବରା ପଞ୍ଚାୟତର ୧୭୦୬ ଜଣଙ୍କ ମଧ୍ୟରୁ ୨୮୦ ଚାଷୀ, ଗୋପାଳପ୍ରସାଦର ୭୭୮ ଜଣଙ୍କ ମଧ୍ୟରୁ ୨୬୦ ଜଣ, ଗୁରୁଜାଙ୍ଗର ୧୫୦୧ ଚାଷୀଙ୍କ ମଧ୍ୟରୁ ୭୪୫ ଚାଷୀ, ଗୁରୁଜାଙ୍ଗୁଲି ପଞ୍ଚାୟତର ୧୭୬୦ ଚାଷୀଙ୍କ ମଧ୍ୟରୁ ୩୪୭, ହେଁସମୂଳର ୪୩୫ ହିତାଧିକାରୀଙ୍କ ମଧ୍ୟରୁ ୫୩, ଜଗନ୍ନାଥପୁରର ୧୩୯୬ ଜଣଙ୍କ ମଧ୍ୟରୁ ୪୦୭, କଳମଛୁଇଁ ପଞ୍ଚାୟତର ୮୫୧ ଚାଷୀଙ୍କ ମଧ୍ୟରୁ ୨୧୩ ଜଣ, କଣ୍ଢାଳର ୧୧୨୦ ଚାଷୀଙ୍କ ମଧ୍ୟରୁ ୩୨୪ ଜଣ ପ୍ରଥମ କିସ୍ତି ଟଙ୍କା ପାଇପାରିଛନ୍ତି। ସେହିପରି କଙ୍କିଳି ପଞ୍ଚାୟର ୧୫୮୪ ହିତାଧିକାରୀଙ୍କ ଭିତରୁ ୪୬୦ ଜଣ, କର୍ଣ୍ଣପୁର ପଞ୍ଚାୟର ୮୧୭ ଜଣଙ୍କ ମଧ୍ୟରୁ ୩୫୫, କୁମୁଣ୍ଡାର ୧୫୧୫ ଚାଷୀଙ୍କ ମଧ୍ୟରୁ ୩୫୩ ଜଣ, ପଦ୍ମାବତୀପୁର ପଞ୍ଚାୟତର ୧୬୧୫ ଚାଷୀଙ୍କ ଭିତରୁ ୩୪୯, ସନ୍ଥପଡାର ୧୫୪୨ ଚାଷୀଙ୍କ ମଧ୍ୟରୁ ୩୨୪ ଓ ଟେଣ୍ଟୁଲେଇ ପଞ୍ଚାୟତର ୧୦୯୫ ଜଣଙ୍କ ମଧ୍ୟରୁ ୩୪୨ ଚାଷୀ କାଳିଆ ଯୋଜନା କିସ୍ତି ଅର୍ଥ ପାଇଛନ୍ତି। ମୋଟ୍‌ ୧୯,୭୦୭ ଚାଷୀ ଏବେ ବି କାଳିଆ ଟଙ୍କାରୁ ବଞ୍ଚିତ ରହିଛିନ୍ତି। କେଉଁ କାରଣରୁ ସେମାନଙ୍କ ଆକାଉଣ୍ଟକୁ ଅର୍ଥ ପଠାଯାଉ ନାହିଁ ତାହା ଜାଣିବାକୁ ଚାଷୀମାନେ ବାରମ୍ବାର ବ୍ଲକ ଓ କୃଷି କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇପଡ଼ିଥିଲେ ସୁଦ୍ଧା ଠିକ୍‌ ଉତ୍ତର ମିଳୁ ନ ଥିବା ଅଭିଯୋଗ ହେଉଛି। ତେବେ ଏ ସମ୍ପର୍କରେ ଜିଲା କୃଷି କାର୍ଯ୍ୟାଳୟର ସହକାରୀ କୃଷି ଅଧିକାରୀ ଏନ. ସାହୁ କହିଛନ୍ତି, ସରକାର ପର୍ଯ୍ୟାୟକ୍ରମେ ଟଙ୍କା ଆକାଉଣ୍ଟକୁ ପଠାଉଛନ୍ତି। ତେଣୁ ଚାଷୀମାନଙ୍କୁ ସେମାନଙ୍କ କିସ୍ତି ଅର୍ଥ ନିଶ୍ଚିତ ମିଳିଯିବ ବୋଲି ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

Plane Crash: ମିଆମି ବିମାନବନ୍ଦରରେ ବଡ଼ ଦୁର୍ଘଟଣା; ୫ ମୃତ ୫ ଆହତ ଦେଖନ୍ତୁ Video

ଓ୍ବାଶିଂଟନ,୭।୯: ଆମେରିକାର ମିଆମି ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri