କାଳିଆ ଯୋଜନାରେ ୭୧.୫୪% ଚାଷୀ ନିରାଶ : ଆକାଉଣ୍ଟକୁ ଏଯାଏ ଆସିନି ଟଙ୍କା

ତାଳଚେର, ୧୧ା୭ – ଚାଷୀମାନଙ୍କ ଉନ୍ନତି ତଥା ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହେବେ ବୋଲି କୁହାଯାଇଥିଲା। ହେଲେ ଅନୁଗୋଳ ଜିଲା ତାଳଚେର ବ୍ଲକରେ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ମାତ୍ର ୨୮.୪୬ ପ୍ରତିଶତ ଚାଷୀ ଏବେ ସୁଦ୍ଧା ଉପକୃତ ହୋଇପାରିଛନ୍ତି। କାଳିଆରେ ସାମିଲ ହୋଇଥିବା ବ୍ଲକର ୨୭ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ମଧ୍ୟରୁ ୭୮୪୦ ଜଣ ପ୍ରଥମ କିସ୍ତି ଟଙ୍କା ପାଇପାରିଛନ୍ତି। ବଳକା ୭୧.୫୪ ପ୍ରତିଶତ ଚାଷୀ କେବେ ପ୍ରଥମ କିସ୍ତି ଟଙ୍କା ପାଇବେ ସେ ନେଇ ମାସ ମାସ ଧରି ଚାହିଁ ରହିଥିଲେ ବି ଆକାଉଣ୍ଟକୁ ଟଙ୍କା ଆସି ନ ଥିବା ଜଣାପଡ଼ିଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଏହି ବହୁ ଚର୍ଚ୍ଚିତ ତଥା ଲୋଭନୀୟ ଯୋଜନା କାଳିଆ ଆରମ୍ଭ ହୋଇଥିଲା। ଏଥିରେ ସାମିଲ ହେବାକୁ ତାଳଚେର ବ୍ଲକର ୨୧ଟି ପଞ୍ଚାୟତରୁ ପ୍ରଥମ ପର୍ଯ୍ୟାୟରେ ୧୫,୦୯୦ ଜଣ ଚାଷୀ ଆବେଦନ କରିଥିଲେ। ଯାଞ୍ଚ ପରେ ୩୧୪ଟି ଆବେଦନକୁ ଖାରଜ କରାଯାଇଥିଲା। ବାକି ଚାଷୀଙ୍କୁ ତାଲିକାଭୁକ୍ତ କରାଯାଇଥିଲା। ସେଥିରେ ୧୨,୨୭୬ ଜଣ କ୍ଷୁଦ୍ର ଓ ନାମମାତ୍ର ଏବଂ ୨୫୦୦ ଜଣ ଭୂମିହୀନ ଚାଷୀ ରହିଥିଲେ। ସେହିପରି ୨ୟ ପର୍ଯ୍ୟାୟରେ ୧୨,୪୫୭ ଜଣ ଚାଷୀ ଯୋଜନାର ହିତାଧିକାରୀ ହେବାକୁ ଆବେଦନ କରିଥିଲେ। ସେଥିରେ ୩୧୧୬ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବା ବେଳେ ୮୮୪୭ ଜଣ ଭୂମିହୀନ ଥିଲେ। ୪୯୪ଟି ଫର୍ମ ଅସମ୍ପୂର୍ଣ୍ଣ ଥିଲା। ତେବେ ଦୁଇଟି ପର୍ଯ୍ୟାୟରେ ଏହି ଯୋଜନାରେ ବ୍ଲକର ୨୭,୫୪୭ ଚାଷୀଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୭୮୪୦ ଜଣ ଚାଷୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ବାବଦ ୫ ହଜାର ଟଙ୍କା ଲେଖାଏ ଆସିଥିବା ଜଣାପଡିଛି। ବଡଯୋରଡା ପଞ୍ଚାୟତର ୧୦୫୯ ଚାଷୀଙ୍କ ମଧ୍ୟରୁ ୩୯୫ ଜଣ ଟଙ୍କା ପାଇଛନ୍ତି। ବନ୍ତୋଲ ପଞ୍ଚାୟତର ୧୪୫୧ ଚାଷୀଙ୍କ ମଧ୍ୟରୁ ୩୬୭ ଜଣ, ବ୍ରଜନାଥପୁର ପଞ୍ଚାୟତର ୧୬୧୫ ହିତାଧିକାରୀଙ୍କ ମଧ୍ୟରୁ ୬୮୭, ଡଅଁରା ପଞ୍ଚାୟତର ୧୨୩୨ ଚାଷୀଙ୍କ ମଧ୍ୟରୁ ୩୩୬, ଡେରାର ୮୩୫ ଚାଷୀଙ୍କ ମଧ୍ୟରୁ ୧୩୦, ଧର୍ମପୁରର ୧୭୪୮ ହିତାଧିକାରୀଙ୍କ ମଧ୍ୟରୁ ୫୭୩ ଜଣ, ଘଣ୍ଟପଡା ପଞ୍ଚାୟତର ୧୮୮୮ ଚାଷୀଙ୍କ ମଧ୍ୟରୁ ୬୩୦ ଚାଷୀ, ଗୋବରା ପଞ୍ଚାୟତର ୧୭୦୬ ଜଣଙ୍କ ମଧ୍ୟରୁ ୨୮୦ ଚାଷୀ, ଗୋପାଳପ୍ରସାଦର ୭୭୮ ଜଣଙ୍କ ମଧ୍ୟରୁ ୨୬୦ ଜଣ, ଗୁରୁଜାଙ୍ଗର ୧୫୦୧ ଚାଷୀଙ୍କ ମଧ୍ୟରୁ ୭୪୫ ଚାଷୀ, ଗୁରୁଜାଙ୍ଗୁଲି ପଞ୍ଚାୟତର ୧୭୬୦ ଚାଷୀଙ୍କ ମଧ୍ୟରୁ ୩୪୭, ହେଁସମୂଳର ୪୩୫ ହିତାଧିକାରୀଙ୍କ ମଧ୍ୟରୁ ୫୩, ଜଗନ୍ନାଥପୁରର ୧୩୯୬ ଜଣଙ୍କ ମଧ୍ୟରୁ ୪୦୭, କଳମଛୁଇଁ ପଞ୍ଚାୟତର ୮୫୧ ଚାଷୀଙ୍କ ମଧ୍ୟରୁ ୨୧୩ ଜଣ, କଣ୍ଢାଳର ୧୧୨୦ ଚାଷୀଙ୍କ ମଧ୍ୟରୁ ୩୨୪ ଜଣ ପ୍ରଥମ କିସ୍ତି ଟଙ୍କା ପାଇପାରିଛନ୍ତି। ସେହିପରି କଙ୍କିଳି ପଞ୍ଚାୟର ୧୫୮୪ ହିତାଧିକାରୀଙ୍କ ଭିତରୁ ୪୬୦ ଜଣ, କର୍ଣ୍ଣପୁର ପଞ୍ଚାୟର ୮୧୭ ଜଣଙ୍କ ମଧ୍ୟରୁ ୩୫୫, କୁମୁଣ୍ଡାର ୧୫୧୫ ଚାଷୀଙ୍କ ମଧ୍ୟରୁ ୩୫୩ ଜଣ, ପଦ୍ମାବତୀପୁର ପଞ୍ଚାୟତର ୧୬୧୫ ଚାଷୀଙ୍କ ଭିତରୁ ୩୪୯, ସନ୍ଥପଡାର ୧୫୪୨ ଚାଷୀଙ୍କ ମଧ୍ୟରୁ ୩୨୪ ଓ ଟେଣ୍ଟୁଲେଇ ପଞ୍ଚାୟତର ୧୦୯୫ ଜଣଙ୍କ ମଧ୍ୟରୁ ୩୪୨ ଚାଷୀ କାଳିଆ ଯୋଜନା କିସ୍ତି ଅର୍ଥ ପାଇଛନ୍ତି। ମୋଟ୍‌ ୧୯,୭୦୭ ଚାଷୀ ଏବେ ବି କାଳିଆ ଟଙ୍କାରୁ ବଞ୍ଚିତ ରହିଛିନ୍ତି। କେଉଁ କାରଣରୁ ସେମାନଙ୍କ ଆକାଉଣ୍ଟକୁ ଅର୍ଥ ପଠାଯାଉ ନାହିଁ ତାହା ଜାଣିବାକୁ ଚାଷୀମାନେ ବାରମ୍ବାର ବ୍ଲକ ଓ କୃଷି କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇପଡ଼ିଥିଲେ ସୁଦ୍ଧା ଠିକ୍‌ ଉତ୍ତର ମିଳୁ ନ ଥିବା ଅଭିଯୋଗ ହେଉଛି। ତେବେ ଏ ସମ୍ପର୍କରେ ଜିଲା କୃଷି କାର୍ଯ୍ୟାଳୟର ସହକାରୀ କୃଷି ଅଧିକାରୀ ଏନ. ସାହୁ କହିଛନ୍ତି, ସରକାର ପର୍ଯ୍ୟାୟକ୍ରମେ ଟଙ୍କା ଆକାଉଣ୍ଟକୁ ପଠାଉଛନ୍ତି। ତେଣୁ ଚାଷୀମାନଙ୍କୁ ସେମାନଙ୍କ କିସ୍ତି ଅର୍ଥ ନିଶ୍ଚିତ ମିଳିଯିବ ବୋଲି ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri