କାଳବୈଶାଖୀ ଉଡ଼ାଇ ନେଲା ଛପର:ପଲିଥିନ୍‌ ତଳେ ବିତୁଛି ଜୀବନ

ଉମରକୋଟ, ୯।୬(ଡି.ଏନ୍‌.ଏ.):କାଳବୈଶାଖୀ ଉଡ଼ାଇ ନେଲା ଘର ଛପର। ପଲିଥିନ ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ଚାରିପ୍ରାଣୀ। ପୂର୍ବରୁ ଆବାସ ଯୋଜନାରେ ଘରଟିଏ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଏଯାବତ୍‌ ମିଳିନାହିଁ। ଏବେ ପଲିଥିନ୍‌ ଛପର ଘର ହିଁ ଆମ ସାହାରା ବୋଲି କହିଛନ୍ତି ଉମରକୋଟ ବ୍ଲକ ବେନରା ପଞ୍ଚାୟତ ସିଲାଟି ୟୁଭି-୧୫ ଗ୍ରାମର ବିଧୁ ସରକାର। ସ୍ତ୍ରୀ ଓ ଦୁଇ ପୁଅଙ୍କୁ ନେଇ ବିଧୁଙ୍କ ପରିବାର। ପନିପରିବା ବ୍ୟବସାୟ କରି ବିଧୁ ପରିବାର ଚଳାଇଥାନ୍ତି। ବିଧୁଙ୍କର ଏକ ଝାଟିମାଟି ଛପର ଘର ଥିଲା। କିନ୍ତୁ ଗତ ଗୁରୁବାର ଆସିଥିବା କାଳବୈଶାଖୀ ପ୍ରଭାବରେ ତାଙ୍କ ଘରର ଛପର ଉଡିଯାଇଥିଲା। ଆର୍ଥିକସ୍ଥିତି ସ୍ବଚ୍ଛଳ ନ ଥିବାରୁ ଘର ଛପର କରିବା ତାଙ୍କ ପାଇଁ କଷ୍ଟକର ହୋଇପଡୁଛି। ୨୦୧୭-୧୮ ଆର୍ଥିକ ବର୍ଷରେ ବିଜୁ ପକ୍କା ଘର ଯୋଜନା ପାଇଁ ବିଧୁ ଆବେଦନ କରିଥିଲେ। ପଞ୍ଚାୟତ ପକ୍ଷରୁ ତାଙ୍କୁ ଘର ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ କୌଣସି କାରଣରୁ ବିଧୁଙ୍କୁ ଏଥିରେ ସାମିଲ କରାଗଲା ନାହିଁ। ବାରମ୍ବାର ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡିଦୌଡି ବିଧୁଙ୍କୁ କେବଳ ପ୍ରତିଶ୍ରୁତି ମିଳିଛି। ମୋଠାରୁ ଆର୍ଥିକ ସ୍ବଚ୍ଛଳ ପରିବାରକୁ ଯୋଜନାରେ ସାମିଲ କରାଯିବା ସହ ମୋତେ ଅଣଦେଖା କରାଯାଇଛି ବୋଲି ବିଧୁ ଅଭିଯୋଗ କରିଛନ୍ତି। ବିଧୁଙ୍କୁ ତୁରନ୍ତ ସହାୟତା ସହ ବିଜୁ ପକ୍କାଘର ଯୋଜନାରେ ସାମିଲ କରାଇବାକୁ ଗ୍ରାମର ଦେବାଶିଷ ସରକାର, ମିଲନ୍‌ ସରକାର, ଅଶୋକ ସରକାର, ଫନି ମସ୍ତ୍ରୀ, ବିଜୟ ରାଓ, ଦିବାକର ସାମଲ, କାର୍ତ୍ତିକ ମଣ୍ଡଳ ଓ ପ୍ରଣବ ବୈଦ୍ୟ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ, ୧୯ କାଉନସିଲରଙ୍କ ଇସ୍ତଫା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବିଧାନସଭା ଆସନ ପାଇଁ ବିଜେଡି ଅନସୂୟା ମାଝିଙ୍କ ନାମ ଘୋଷଣା କରିବା ପରେ ଦଳରେ ଅନ୍ତକନ୍ଦଳ ସୃଷ୍ଟି ହୋଇଛି। ତାଙ୍କ ପ୍ରାର୍ଥତ୍ତ୍ୱକୁ...

ପୂର୍ବରୁ ଥିଲା ଶତ୍ରୁତା, ବଚସା ପରେ ଯୁବକଙ୍କୁ ମଦ କାଚ ଭୁସି ହତ୍ୟା

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହରର ରାମକୃଷ୍ଣ ନଗରରେ ଜଣେ ଯୁବକଙ୍କୁ ମଦ କାଚରେ ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ କ୍ରିଷ୍ଣା କଣ୍ଡାଗରି (୩୦)।...

କୋରାପୁଟ ଲୋକସଭା ଆସନ: ୩ ଆଶାୟୀଙ୍କ ମଧ୍ୟରୁ କାଳୀରାମଙ୍କ ଉପରେ ଆସ୍ଥା ପ୍ରକଟ କଲା ଭାଜପା

ରାୟଗଡ଼ା,୨୪।୩(ଆଶିଷ ରଞ୍ଜନ ପଣ୍ଡା)-ପଞ୍ଚମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାଜପା। କୋରାପୁଟରୁ ଜଣେ ମହିଳାଙ୍କ ସମେତ ୩ ପ୍ରମୁଖ...

ଚିଟ୍‌ଫଣ୍ଡ ନାଁରେ ୫କୋଟି ଠକେଇ, ମହିଳା ଫେରାର

ରାୟଗଡ଼ା,୨୩ା୩(ଆଶିଷ ରଞ୍ଜନ ପଣ୍ଡା): ବେଆଇନ ଭାବେ ଚାଲିଥିବା ଚିଟ୍‌ଫଣ୍ଡ ସ୍କିମ୍‌ ଓ ସୁଧ କାରବାର ଉପରେ କୌଣସି ଅଙ୍କୁଶ ଲଗାଯାଇ ନ ଥିବାରୁ ଦିନକୁ ଦିନ...

ମା’ ମଝିଘରିଆଣୀ ହୁଣ୍ଡି ଟଙ୍କା ଗଣତି ଶେଷ: ବାହାରିଲା ୮୯ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ରାୟଗଡ଼ା,୧୮।୩(ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଟଙ୍କା ଗଣତି ସୋମବାର ଶେଷ ହୋଇଛି। ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା...

ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଗଣତି ଆରମ୍ଭ

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ସୋମବାର ଖୋଲାଯାଇଛି। ଏହି ଗଣତିରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର କର୍ମଚାରୀଙ୍କ...

ହାର୍ଡଓ୍ବୟାର ଦୋକାନରେ ଜିଏସ୍‌ଟି ଚଢ଼ାଉ

ରାୟଗଡ଼ା,୧୬ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନ୍ୟୁ କଲୋନୀସ୍ଥିତ ଫେୟାର ଡିଲ୍‌ କର୍ପୋରେଶନ ଦୋକାନରେ ଶନିବାର ଜିଏସ୍‌ଟି ଚଢ଼ାଉ ହୋଇଛି। ରାୟଗଡ଼ାସ୍ଥିତ ଜିଏସ୍‌ଟି ଏନଫୋର୍ସମେଣ୍ଟ ଡେପୁଟି...

ଭାଜପା ଆଶାୟୀଙ୍କ ସହ ଯୋଡ଼ିହେଲେ ତ୍ରିନାଥ

ରାୟଗଡ଼ା/ଗୁଣପୁର,୧୬।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ବିଜେଡି ଛାଡ଼ି ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri