କାର ଅଟକାଇ କାଚ ଭାଙ୍ଗିଲେ ଟ୍ରାଫିକ୍‌ କନଷ୍ଟେବଳ: ଯୁବ କଂଗ୍ରେସ ପକ୍ଷରୁ ଥାନା ଘେରାଉ

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଜୟଦେବ ବିହାର ଛକ ନିକଟରେ ଜଣେ ଟ୍ରାଫିକ୍‌ କନଷ୍ଟେବଳଙ୍କ ଦାଦାଗିରି ଦେଖିବାକୁ ମିଳିଛି। ୟୁନିଟ୍‌-୮ ବିପି କଲୋନୀରେ ରହୁଥିବା ବାଦଲ ମହାନ୍ତି ନାମକ ଯୁବକଙ୍କ ଗାଡିକୁ ଅଟକାଇଥିଲେ। ପରେ ଗାଡିର କାଚ ଖୋଲିବାକୁ କହିଥିଲେ। ସେ ଗାଡିର କାଚ ଖୋଲିବାକୁ ବିଳମ୍ବ କରିବାରୁ ତାଙ୍କ ଗାଡିର କାଚକୁ ବିଧା ମାରିବା ସହ ମିରରକୁ ଭାଙ୍ଗି ଦେଇଥିଲେ। ଏହାକୁ ବାଦଲ ପ୍ରତିବାଦ କରିଥିଲେ ମଧ୍ୟ ସେ ତାଙ୍କୁ ମାଡ ମାରିବାକୁ ହାତ ଉଠାଇବା ସହ ଗାଳିଗୁଲଜ କରିଥିଲେ। ଟ୍ରାଫିକ୍‌ କନଷ୍ଟେବଳଙ୍କ ଏପରି ବ୍ୟବହାର ପାଇଁ ବାଦଲ ନୟାପଲ୍ଲୀ ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ କରିଥିଲେ ମଧ୍ୟ କୌଣସି ମାମଲା ରୁଜୁ ନ କରି ଟ୍ରାଫିକ୍‌ ଥାନାକୁ ପଠାଇ ଦେଇଥିଲା। ଶେଷରେ ଉକ୍ତ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଯୁବ କଂଗ୍ରେସର ଏକାଧିକ କର୍ମୀ ଏଜି ଛକ ନିକଟରେ ଥିବା ଟ୍ରାଫିକ୍‌ ଥାନା ଘେରାଉ କରିଥିଲେ। ସେଠାରେ ଉତ୍ତେଜନା ପରିସ୍ଥିତି ହେବାରୁ କ୍ୟାପିଟାଲ ଥାନା ଅଧିକାରୀ, ଜୋନ୍‌ ଏସିପି, ଟ୍ରାଫିକ୍‌ ଏସିପି ଓ ଇନ୍ସପେକ୍ଟର ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ସହ କାର୍ଯ୍ୟାନୁଷ୍ଠାନ କରିବାପାଇଁ ଟ୍ରାଫିକ ଥାନା ଏସିପି କେ.କେ ପାଣିଗ୍ରାହୀ ପ୍ରତିଶ୍ରୁତି ଦେବା ପରେ ଧାରଣରୁ ଉଠିଥିଲେ।
ସୂଚନା ଅନୁଯାୟୀ, ବାଦଲ ୧୦ଟାରେ ଚନ୍ଦ୍ରଶେଖରପୁରରୁ ୟୁନିଟ୍‌-୮ସ୍ଥିତ ଘରକୁ ଇନୋଭା (ଓଡି-୦୨ଆର-୧୯୧୯) ଯୋଗେ ଫେରୁଥିଲେ। ଜୟଦେବ ବିହାର ଛକ ନିକଟରେ ଜଣେ ଟ୍ରାଫିକ୍‌ କନଷ୍ଟେବଳ ଗାଡିକୁ ଅଟକାଇ ଦେଇଥିଲେ। ପରେ ବାଦଲଙ୍କୁ ବାହାରକୁ ଆସିବା ପାଇଁ କହିଥିଲେ। କିନ୍ତୁ ସେ ବାହାରିବାରେ ବିଳମ୍ବ କରିବାରୁ କନଷ୍ଟେବଳ ତାଙ୍କ ଗାଡିର କାଚକୁ ବାଡେଇବା ସହ ମିରରକୁ ସମ୍ପୂର୍ଣ୍ଣ ଭାବେ ବାଡେଇ ଭାଙ୍ଗି ଦେଇଥିଲେ। ଏହାଦେଖି ବାଦଲ ଗାଡି ଭିତରୁ ବାହାରି ତୁରନ୍ତ ଏହାର ପ୍ରତିବାଦ କରିଥିଲେ। ହେଲେ କନ୍‌ଷ୍ଟେବଳ ନିଜର ଭୁଲ ସ୍ବୀକାର କରିବା ବଦଳରେ ବାଦଲଙ୍କୁ ଗାଳିଗୁଲଜ କରିବା ସହ ମାରିବା ପାଇଁ ହାତ ଉଠାଇଥିଲେ। ଟ୍ରାଫିକ ପୋଲିସଙ୍କ ଏଭଳି କାର୍ଯ୍ୟଦେଖି ସେଠାରେ ଥିବା ଲୋକେ ତାଜୁବ ହୋଇଯାଇଥିଲେ। ଶେଷରେ ବାଦଲ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ସହ ସେ ଜଣେ ଯୁବ କଂଗ୍ରେସ କର୍ମୀ ହୋଇଥିବାରୁ ଅନ୍ୟ କର୍ମୀମାନଙ୍କୁ ଡ଼ାକି ଟ୍ରାଫିକ ଥାନା ଘେରାଉ କରି କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଥିଲେ। ଶେଷରେ କନଷ୍ଟେବଳ ଜଣଙ୍କ କ୍ଷମା ମାଗିବା ସହ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବାକୁ ଟ୍ରାଫିକ ଥାନା ଏସିପି ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ। ଏ ନେଇ ଟ୍ରାଫିକ ଏସିପି କେ.କେ ପାଣିଗ୍ରାହୀ କହିଛନ୍ତି, ଯୁବକ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ କନଷ୍ଟେବଳ ଅଟକାଇଥିଲେ। କନଷ୍ଟେବଳ ତାଙ୍କ ଗାଡିର ମିରର ଭାଙ୍ଗିବା ଭୁଲ କଥା। ଏ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri