କାର୍ଯ୍ୟକାରୀ ହେଲା ମନ୍ତ୍ରୀଙ୍କ ନିର୍ଦ୍ଦେଶ: କୁଡିପୁଞ୍ଜା ସେବାଶ୍ରମ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ଫୁଲବାଣୀ ଅଫିସ,୯ା୧୨- କନ୍ଧମାଳ ଜିଲା ଗସ୍ତରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମାସେ ପୂର୍ବରୁ ଆସି ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ। ଏହି ସମୟରେ ଫୁଲବାଣୀ ବ୍ଲକ ମିଣିଆସ୍ଥିତ କୁଡିପୁଞ୍ଜା ସେବାଶ୍ରମରେ ଅନିୟମିତତା ଦେଖି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା। କାର୍ଯ୍ୟରେ ଅନିୟମିତତା ଅଭିଯୋଗରେ ଜିଲାପାଳ ଡା. ବୃନ୍ଦା ଡିଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ା ସେ ଏବେ ଫୁଲବାଣୀ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ହାଜିରା ପକାଇବେ ା ଉପ ଜିଲାପାଳଙ୍କ ବିନା ନିର୍ଦ୍ଦେଶରେ ସେ ହେଡ୍‌କ୍ୱାର୍ଟର ଛାଡି କେଉଁଆଡେ ଯାଇ ପାରିବେ ନାହିଁ। ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଥିବାରୁ ଉକ୍ତ ସେବାଶ୍ରମରେ ମମତାମଞ୍ଜରୀ ସାହୁ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଦାୟିତ୍ୱରେ ରହିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।
ସୂଚନାଯୋଗ୍ୟ, ମନ୍ତ୍ରୀ ସାରକା କୁଡିପୁଞ୍ଜା ସେବାଶ୍ରମ ପରିଦର୍ଶନରେ ଯାଇଥିବାବେଳେ ପିଲାମାନଙ୍କୁ ତଳେ ବସାଇବା, ମିଥ୍ୟା ଉପସ୍ଥାନ ଆଦି ଦେଖି ବିରକ୍ତି ହୋଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବାକୁ ଜିଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ପ୍ରକଳ୍ପ ଅଚଳ: ଚୁଆଁ ପାଣି ଭରସାରେ ସାହିବାସୀ

ଖଜୁରିପଡ଼ା,୨୨ା୫ (ବିଦୁର ବେହେରା): କନ୍ଦମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଗୁଦାରୀ ପାୟତ ୪ ନମ୍ବର ୱାର୍ଡ ଅନ୍ତର୍ଗତ ମଲିକ ସାହିରେ ପାନୀୟ ଜଳ ସମସ୍ୟା ଉଟ ରୂପ…

ଚୁଆକୁ ପାଣି ପିଇବାକୁ ଆସିଲା କୁଟ୍ରା, ଘେରିଗଲେ କୁକୁର: ଆଉ ତା’ପରେ ଘଟିଲା..

ରାଇକିଆ,୨୨।୫-(ପ୍ରଦୀପ ବେହେରା): ଜଙ୍ଗଲରୁ ପାଣି ସନ୍ଧାନରେ ଗାଁ ନିକଟକୁ ଚାଲିଆସିଥିବା ଏକ କୁଟ୍ରାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ରାଇକିଆ ବନବିଭାଗ। ପାଟଳୀ ସାହି ନିକଟ ଏକ…

ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ: କିରନ-ଆବୀଗଲ ଟପ୍ପର

ରାଇକିଆ,୨୧/୫(ପ୍ରଦୀପ ବେହେରା): ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକରେ…

ଅନ୍ତେବାସୀଙ୍କୁ ଘର କାମରେ ଲଗାଇବା ପଡ଼ିଲା ମହଙ୍ଗା

ଚକାପାଦ,୧୮ା୫(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ର ବପଲମେଣ୍ଡି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଟ୍ରୋନ ସୁଜାତା ସାହୁଙ୍କୁ ଜିଲାପାଳ ବେଦଭୂଷଣ ତୁମୁଡ଼ିବନ୍ଧ ରାଙ୍ଗାପାରୁ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟକୁ…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ…

ସିଆଇଆଇର ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ ହେଲେ ଦାରିଙ୍ଗବାଡ଼ିର ସୁନାଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା ବ୍ରାହ୍ମଣୀଗାଁ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri