କାର୍ଟୁନ୍‌ ଠୁଲେଇ ପେଟ ପାଲୁଛନ୍‌ ଦୁଶମନ ସିଂ

ଭବାନୀପାଟଣା,୧୦।୬(ଡି.ଏନ.ଏ.):  ମୁନୁଷ୍‌କେ ବଁଚ୍‌ବାକେ ହେଲେ ଖାଏଦ୍‌ ପାଏନ୍‌, ଘର ଆର କପଡ଼ାଲତା ନିହାତି ଦରକାର। ସବୁ ଲୋକ୍‌ ପେଟକେ ଖାଏବାକେ ମୁଠେ, ମୁଡ଼ ରଖ୍‌ବାକେ ଘରଟେ ଆର ଦିହିକେ କପଡ଼ା ଖଁଡ଼େର ଲାଗି ଘିଚିଟାନି ହେଉଛନ୍‌। ହେଲେ ଆଏଜ୍‌ ବି ଆମର ସମାଜ୍‌ରେ ଏନ୍‌ତା ଲୋକ୍‌ ଅଛନ୍‌ ସରକାରୀ ଯୋଜନା ବାବ୍‌ଦେ ନାଇଁ ଜାନବାର। ସଖାଲ ପାଏଲେ ପେଟ୍‌ପାଟନାର ଲାଗି କାମ୍‌ଧଁଦାର ଲାଗି କିଁଦ୍‌ରୁଛନ୍‌। ସମାଜରେ ଏନ୍‌ତା ବି ହେଉଛେ ଲୋକ୍‌ ରାସ୍‌ତା ତରେ ଜନମ୍‌ ହେଇ ରାସ୍‌ତାରେ ଜୀବନ୍‌ ସାରିଦେଉଛନ୍‌। ନା ଅଛେ ସେମାନକର ଛୁଆପିଲାର ଚିନ୍‌ତା କି ନିଜର ଭବିଷତ୍‌ ଚିନ୍‌ତା। ଏନ୍‌ତା ଝନେ ଭିନେ କିସମର ମୁନୁଷ୍‌କେ ଦେଖ୍‌ବାକେ ମିଲିଛେ ଭବାନୀପାଟଣା ସହରରେ। ସେ ହେଉଛନ୍‌ ଦୁଶମନ ସିଂ। ଯେ ରାସ୍‌ତା ତରେ ଜୀବନ୍‌ ଜୀବ୍‌କାର ଲାଗି ସବୁବେଲେ ଯୁଝୁଛନ୍‌। ହେଲେ ଭବିଷତ୍‌ କଥା ତାକର ଚିନ୍‌ତା ଚେତନାର ବାହାରେ ରହିଛେ।
ସୂଚନା ଅନ୍‌ସାରେ ପାଖାପାଖି ୩ ମାସ ହେଲା ପଡ଼ିଶା ଝାଡ଼ଖଣ୍ଡ ରାଏଜ୍‌ର ରାଞ୍ଚତ୍ ସହରରୁ ରୁଜଗାର ଆଶ୍‌ରେ ଗୁଟେ ପରିବାରର ୧୫ ଝନ୍‌ ଭବାନୀପାଟଣା ସହରକେ ଆସିଛନ୍‌। ଏହେଦେ ସେମାନେ ଭବାନୀପାଟଣା ସହରର ହାଟପଦାରେ ରହୁଛନ୍‌। ସଖାଲ ପାଏଲେ ପେଟପାଟନାର ଲାଗି ସହରର ଗଲିକଁଦି ବୁଲି ମଇଲା ଜଗଡ଼ା ଭିତରେ ଅଁଡ଼ାଲି କାର୍ଟୁନ ଠୁଲଉଛନ୍‌। ଇମାନକୁ ରୋଗ୍‌ବାଗ୍‌, ଖରା, ବରଷା କେହେନ୍‌ସିଥିର ଖାତିର ନାଇଁ। ପରିବାରର ମହିଲାମାନେ ପଡ଼ାପଡ଼ା ବୁଲି ଚିତା କୁଟ୍‌ବାର ସଂଗେ କାଚ ବୁତଲ, ଭଂଗା ପ୍ଲାଷ୍ଟିକ୍‌, ଟିନ ସାମାନ ଠୁଲଉଛନ୍‌। କାର୍ଟୁନ ଠୁଲେଇ ଦିନ୍‌କୁ ୩ରୁ ୪ଶହ ଟଁକା ରୁଜଗାର କରୁଥିବାର କହିଛନ୍‌ ଦୁଶମନ ସିଂ। ଝନେ ମହିଲାକୁଁ ତାକର ଫିଦିନିଅଁା ରୁଜଗାର ବାବ୍‌ଦେ ପଚରାଲାରୁ ଚିତା କୁଟି ଦିନ୍‌କ ୨ରୁ ୩ଶହ ଟଁକା କମାନି ହେଉଥିବାର କହିଥିଲେ। ସେନ୍‌ତା ଆର ଝନେ ମହିଲାକୁଁ ପଚରାଲାରୁ ଭଂଗା ପ୍ଲାଷ୍ଟିକ୍‌, କାଚ ବୁତଲ, ଟିନ ଠୁଲେଇ କବାଡ଼ିରେ ବିକ୍‌ଲେ ଦିନ୍‌କ ପାଖାପାଖି ୩ଶହରୁ ୩୫୦ ଟଁକା ମିଲୁଥିବାର କହିଥିଲେ। ଭବାନୀପାଟଣାରେ କାମ୍‌ଧଁଦା କି ଭଲ ରୁଜଗାର ନାଇଁ ହେଲେ ଫେନ୍‌ କୁଟୁମବସିଆ ରାଞ୍ଚତ୍ ଫିରିଯିବେ ବଲି କହିଥିଲେ। ପେଟ୍‌ପାଟନାର ଲାଗି ରାଏଜ୍‌ ରାଏଜ୍‌ ବୁଲି ରାସ୍‌ତା ତରେ ଜୀବନ୍‌ ବିତଉଥିବାର ପରିବାରମାନକର ଛୁଆପିଲାକର ଭବିଷତ୍‌ କଥା ଚିନ୍‌ତା କଲେ ଝନେ ସାଧାରନ୍‌ ମୁନୁଷ୍‌ର ମୁଡ଼ ବୁଲେଇ ଯିବା। ହେଲେ ଇମାନକର କେହେନ୍‌ସି ପରକାର ଭବିଷତ୍‌ ଚିନ୍‌ତା ନଁାଇଁନ। ଯେନ୍‌କେ ଗଲେ ରାସ୍‌ତା ତରେ ଶୁଇଲେ, ସଖାଲ ପାଏଲେ କମାଲେ ଖାଏଲେ ଆର ବେଲବୁଡ଼ଲେ ଶୁଇଲେ। ସତେ ଯେନ୍‌ତା ଇମାନେ ମାଟିର ମୁନୁଷ୍‌, ଭବିଷତ୍‌ ବଲି କିଛି ନାଇଁ, ବରଷା ହେଲେ ଭିଜଲେ ଆର ଖରା ହେଲେ ଶୁଖ୍‌ଲେ। ଇଆଡ଼େ କେନ୍ଦ୍ର ଆର ରାଏଜ୍‌ ସରକାରମାନେ ଗରିବ୍‌ ଦୁଖିକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଥିଲେ ବି ଏନ୍‌ତା ରାସ୍‌ତା ତରେ ଜୀବନ୍‌ ବିତଉଥିବାର ପରିବାରମାନେ ସରକାରୀ ଯୋଜନାର ବହୁତ୍‌ ଦୂରେ ରହିଯାଉଛନ୍‌। ଇ ଦିଗେ କେନ୍ଦ୍ର ଆର ରାଏଜ୍‌ ସରକାରମାନେ ଚିନ୍‌ତା କରି ପରତିକାର ବେବସ୍‌ତା କରବାର କଥା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

ସମ୍ବଲପୁରରେ ବିଗ୍‌ ଫାଇଟ୍‌

ସମ୍ବଲପୁର,୨୮ା୩ (ଭବାନୀ ଶଙ୍କର ଭୋଇ)ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା...

ରଙ୍ଗଖେଳରୁ ଯୁବକଙ୍କୁ ହତ୍ୟା: ୨ ବିଜେଡି ନେତା ଗିରଫ

କୁଚିଣ୍ଡା,୨୮ା୩(ବିରଞ୍ଚତ୍ ଦର୍କା)ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି(ହରିଜନପଡ଼ା)ଠାରେ ମଙ୍ଗଳବାର ହୋଲି ଅବସରରେ ରଙ୍ଗଖେଳରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ସେ ହେଲେ କେଛୁପାଣିର...

ସମ୍ବଲପୁରରେ ବୋମା ମାଡ଼ ପରେ ଉତ୍ତେଜନା

ସମ୍ବଲପୁର,୨୬।୩: ପୁଣି ଅସାନ୍ତ ହୋଇପଡିଛି ସମ୍ବଲପୁର। ମଙ୍ଗଳବାର ସନ୍ଧ୍ୟାରେ ପୀରବାବା ଛକ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଏକ ବୁଲେଟ(ବାଇକ୍‌) ଛିଡ଼ା ହୋଇଥିଲା। ସେତିକିବେଳେ କେତେକ ଦୁର୍ବୃତ୍ତ...

ହୋଲି ପାଇଁ ସମ୍ବଲପୁର ଆସୁଥିଲା ବହୁ ପରିମାଣର କଫ ସିରପ: ଜବତ କଲା ପୋଲିସ

ସମ୍ବଲପୁର,୨୫।୩(ପ୍ରମୋଦ ବହିଦାର): ସମ୍ବଲପୁର ପୋଲିସ ଏକ ବଡ଼ ଧରଣର କଫ ସିରପ ର଼୍ୟାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି। ସଦର ଥାନା ପୋଲିସ ନିଲଡୁଙ୍ଗରିରୁ ୪୫ଟି...

ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍‌ ନିୟୋଜିତ କରାଯାଉ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ଧର୍ମେନ୍ଦ୍ର

ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଝାଡ଼ାବାନ୍ତି ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri