Posted inରାଜ୍ୟ

କାମ କରୁନି ବାୟୋମେଟ୍ରିକ ଆଟେଣ୍ଡାନ୍ସ ଡିଭାଇସ୍‌; ଲାଭ ଉଠାଉଛନ୍ତି ନର୍ସିଂହୋମକୁ ଯାଉଥିବା ଡାକ୍ତର

ଅନୁଗୋଳ ଅଫିସ, ୬।୬:  ଡାକ୍ତର, କର୍ମଚାରୀଙ୍କ ଉପସ୍ଥାନ ଜାଣିବା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲଗାଯାଇଥିବା ବାୟୋମେଟ୍ରିକ ଆଟେଣ୍ଡାନ୍ସ ଡିଭାଇସ ଅଚଳ ହୋଇପଡ଼ିଛି। ଏହା କେତେଜଣ ଡାକ୍ତର ଓ କର୍ମଚାରୀଙ୍କୁ ବେଶ୍‌ ସୁହାଉଥିବା ଏବେ ମେଡିକାଲ ପରିସରରେ ଚର୍ଚ୍ଚା ହେଉଛି। ଏପରି କି ଏଠାରେ କମ୍‌ ସମୟ କାମ କରି ନର୍ସିଂହୋମକୁ ଅଧିକ ସମୟ ଦେବା ସମ୍ପୃକ୍ତ ଡାକ୍ତରମାନଙ୍କ ପାଇଁ ସହଜ ହୋଇଯାଇଥିବା କୁହାଯାଉଛି। ତେବେ ଏହାର ପ୍ରଭାବ ସିଧାସଳଖ ରୋଗୀ ସେବା ଉପରେ ପଡ଼ୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଚୁପ୍‌ ବସିଥିବାରୁ ଏ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ହେଉନାହିଁ। ତେଣୁ କାର୍ଯ୍ୟରତ ବିଭିନ୍ନ ବିଭାଗର ଡାକ୍ତରଙ୍କ ନିକଟକୁ ଅଧିକ ସଂଖ୍ୟକ ରୋଗୀ ଆସୁଛନ୍ତି। ଏପରି ସ୍ଥିତିରେ ଡାକ୍ତରମାନେ ନିୟମ ମୁତାବକ ୮ ଘଣ୍ଟା କାର୍ଯ୍ୟ କରିବା କଥା। କିନ୍ତୁ କେତେଜଣ ଡାକ୍ତର ଏଥିରେ ଖିଲାପ କରୁଛନ୍ତି। ସେମାନେ ମାତ୍ର ୩/୪ ଘଣ୍ଟା ଡ୍ୟୁଟି କରି ଅନ୍ୟତ୍ର ଚାଲିଯାଉଥିବା ବେଳେ ରୋଗୀମାନଙ୍କୁ ମଧ୍ୟ ନିଜେ କାର୍ଯ୍ୟ କରୁଥିବା କ୍ଲିନିକ, ନର୍ସିଂହୋମ, ଡାଇଗ୍ନୋଷ୍ଟିକ ସେଣ୍ଟର, ଘରୋଇ ମେଡିକାଲକୁ ପଠାଇ ଦେଉଛନ୍ତି। ଫଳରେ ମାଗଣାରେ ଚିକିତ୍ସିତ ହେବାକୁ ଆସିଥିବା ରୋଗୀଙ୍କୁ ବାହାରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ସମ୍ପୃକ୍ତ ଡାକ୍ତରମାନଙ୍କ ଏପରି ଡବଲ ବେନିଫିଟ ଯୋଗୁ ସରକାରୀ ଡାକ୍ତରଖାନାରେ ରୋଗୀସେବା ବ୍ୟାହତ ହେଉଛି। ସରକାର ଏପରି ଡାକ୍ତରମାନଙ୍କୁ ଯେତେ ତାଗିଦ କଲେ ମଧ୍ୟ ସେମାନେ ସୁଧୁରୁ ନ ଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। କେତେଜଣ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ଡାକ୍ତର ଯେଉଁ ସମୟରେ ୱାର୍ଡ ପରିକ୍ରମା କରିବା କଥା ତାହା ହେଉନାହିଁ। ଫଳରେ ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଇନ୍‌ଡୋର ରୋଗୀଙ୍କୁ ନିର୍ଭର କରିବାକୁ ପଡ଼ୁଛି। ଜରୁରୀ ବେଳେ ୱାର୍ଡରେ ଡାକ୍ତରଙ୍କ ଆବଶ୍ୟକତା ପଡ଼ିଲେ ମଧ୍ୟ ଦେଖା ମିଳୁନାହିଁ।
ଏ ସମ୍ପର୍କରେ ଅନୁଗୋଳ ସିଡିଏମ୍‌ଓ ଦାୟିତ୍ୱରେ ଥିବା ଡାକ୍ତର ପ୍ରତାପ କୁମାର ବେହେରା କହିଛନ୍ତି, ଏଠାରେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ମେଶିନ ଅଚଳ ହୋଇଯାଇଥିଲା। ତଥାପି ଘଟଣାର ଅନୁଧ୍ୟାନ କରାଯିବ। ପ୍ରକୃତରେ ମେଶିନ ଅଚଳ କି ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ଖରାପ କରାଯାଇଛି ତାହା ଜଣାପଡ଼ିବା ପରେ ପ୍ରତିକାର ବ୍ୟବସ୍ଥା କରାଯିବ ବୋଲି ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri